ବନ୍ଧୁଗଣ ଗତ କିଛି ଦିନ ହେବ ସୋମ୍ୟ ରଞ୍ଜନଙ୍କ ହତ୍ୟା ମାମଲାରେ ଅନେକ ନୂଆ ନୂଆ ବଡ ଖୁଲାସା ସାମ୍ନାକୁ ଆସୁଛି । ସୋମ୍ୟଙ୍କ ମୃତ୍ୟୁ ମାମଲା ପାଇଁ ପୋଲିସ କଡାକଡି ଭାବରେ ତଦନ୍ତ କରୁଛି ଓ ଏହି ମାମଲା ସହ ଜଡିତ ସମସ୍ତ୍ୟ ଲୋକଙ୍କ ସହ ପଚରା ଉଚରା କରୁଛି ।
ଗତ କିଛି ସମୟ ହେବ ପୋଲିସ ଆମ୍ବୁଲାନ୍ସ ଡ୍ରାଇଭରକୁ ପଚରା ଉଚରା କରିଛି । ୧୦୮ ଆମ୍ବୁଲାନ୍ସ ଡ୍ରାଇଭରକୁ ଦୀର୍ଘ ସମୟ ଧରି ପଚରା ଉଚରା କରିଥିଲା ପୋଲିସ । ବନ୍ଧୁଗଣ ଡ୍ରାଇଭର ଏକ ବଡ ଖୁଲାସା କରିଛନ୍ତି । ଏହି ବଡ ଖୁଲାସା ପରେ କେସଟି ନୂଆ ମୋଡ ନେଇଛି । ଆଜି ଆମେ ଆପଣ ମାନଙ୍କୁ ଡ୍ରାଇଭର କରିଥିବା ଏହି ବଡ ଖୁଲାସା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଡ୍ରାଇଭର ମତରେ-‘ ଆମକୁ ଫୋନ ଆସିବା ପରେ ଆମେ ୧୦.୧୫ ରୁ ୧୦.୩୦ ମଧ୍ୟରେ ମେଡିକାଲକୁ ନେଇ ରଖିଦେଲୁ । ତା ପରେ ଆମ ଆଥୋରିଟି କଲ୍ କରି କହିଲେ ଖାଇକି ରେଡି ହେଇ ଯାଅ ଗୋଟେ ନୂଆ କେସ ଅଛି ।
ଏହାପରେ ୧୦.୩୦ ରୁ ୧୧ ଭିତରେ ଆମ ଗାଡି ସେହି ସ୍ଥାନରେ ଲାଗି ଯାଇଥିଲା । ତା ପରେ ମେଡିକାଲରେ ପେସେଣ୍ଟ ଆସିଲା ଓ ଆମେ ୧୧.୩୦ ରୁ ୧୨ ଭିତରେ ମେଡିକାଲରୁ ବାହାରିଲୁ’ । ଏହାପରେ ଆଗକୁ ଡ୍ରାଇଭର କହିଲେ-‘ ତା ପରେ ଫରେଷ୍ଟ ଗେଟରେ ଗାଡି ରଖିବା ପାଇଁ ମ୍ୟାଡମ କହିଥିଲେ ।
ସେଠାରେ ସେ ଏକ ବ୍ୟାଗ ଆଣିବେ ବୋଲି କହିଥିଲେ ଓ ଆମେ ୧୦ ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲୁ । ଫରେଷ୍ଟ ଗେଟରେ ଅଟକାଇବା ପାଇଁ ଏକ ପୋଲିସ ମ୍ୟାଡମ ଆମକୁ କହିଥିଲେ । ସେ କିଛି ଜିନିଷ ବ୍ୟାଗରେ ଆଣିବେ ବୋଲି କହିଥିଲେ’ ।
ବର୍ତ୍ତମାନ କେତେ ସମୟ ପାଇଁ ଓ କଣ ପାଇଁ ରାସ୍ତାରେ ଆମ୍ବୁଲାନ୍ସ ଅଟକି ଥିଲା ସେ ନେଇ ଚର୍ଚା ହେଉଛି । ଗୋଶାଣି ଓ ଗୋପାଳପୁରରେ ଅଟକି ଥିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ପାରଳାଖେମୁଣ୍ଡିରୁ କଟକ ଯାଇଥିଲେ ବିଦ୍ୟା ଭାରତୀ ।
ପୂର୍ବରୁ ୧ ଘଣ୍ଟା ପାଇଁ ଗାଡି ଅଟକି ଥିଲା ବୋଲି କୁହାଯାଉଥିଲା ହେଲେ ବର୍ତ୍ତମାନ ୧୦ ମିନିଟ ପାଇଁ ଗାଡି ଅଟକି ଥିଲା ବୋଲି କହିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର । ବନ୍ଧୁଗଣ ଏହି ବଡ ଖୁଲାସାଟି ଏହି କେସ ପାଇଁ ଏକ ନୂଆ ମୋଡ ଆଣିଛି । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ