ବନ୍ଧୁଗଣ ସୋମ୍ୟ ରଞ୍ଜନଙ୍କ ଦେହାନ୍ତ ପରେ ଅନେକ ବଡ ବଡ ରହସ୍ୟର ପରଦାଫାଶ ହେଉଛି । ଗତ କିଛି ଦିନ ତଳେ ସୋମ୍ୟ ପାରଳାଖେମୁଣ୍ଡିରେ ଥିବା ନିଜ ସରକାରୀ କ୍ଵାଟରରେ ଜଳି ଆ-ତ୍ମ-ହ-ତ୍ୟା କରିଥିଲେ ବୋଲି ଅଭିଯୋଗ ମିଳିଥିଲା ।
ଏହାପରେ ପୋଲିସ ସେହି ସ୍ଥାନକୁ ଯାଇ ସମସ୍ତ ତଦନ୍ତ ଆରମ୍ଭ କରିଥିଲା । ହେଲେ ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ସେହି ଘର ଭିତରେ ଥିବା କୌଣସି ବି ଜିନିଷ ଜଳି ନଥିଲା । ସେହି ସମୟରେ ଜଣା ପଡିଥିଲା ଯେ, ସୋମ୍ୟଙ୍କ ମୃତ୍ୟୁ ତାଙ୍କର ସେହି ସରକାରୀ କ୍ଵାଟର ଘରେ ହୋଇ ନାହିଁ ।
ସୋମ୍ୟଙ୍କ ପରିବାର ଲୋକ ତାଙ୍କ ବୋହୁ (ବିଦ୍ୟା ଭାରତୀ)ଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ଓ ବିଦ୍ୟାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣି ଛନ୍ତି । ଅନ୍ୟ ପକ୍ଷରେ ବିଦ୍ୟାଙ୍କର ମଧ୍ୟ କିଛି କଳା କର୍ଣ୍ଣାମାର ପରଦାଫାସ ହୋଇ ସାରିଛି । ବର୍ତ୍ତମାନ ସୋମ୍ୟଙ୍କ ମାମୁ ସୋମ୍ୟଙ୍କ ମୃତ୍ୟୁକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ବନ୍ଧୁଗଣ ଏହି ବୟାନ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ସମସ୍ତେ କହୁଛନ୍ତି ସୋମ୍ୟଙ୍କୁ ଅନ୍ୟ ଏକ ସ୍ଥାନରେ ହ-ତ୍ୟା କରାଯାଇଛି ହେଲେ କ୍ରା-ଇ-ମ ବ୍ରାଞ୍ଚ କହୁଛି ସୋମ୍ୟ ସେହି ଘରେ ମ-ରି-ଛ-ନ୍ତି କାରଣ ସେହି ଘରେ ଏକ ମଶାରୀ ଓ କବାଟ ପୋଡିଛି । ଏନେଇ ସୋମ୍ୟଙ୍କ ମାମୁ ଏକ ବଡ ବୟାନ ଦେଇଛନ୍ତି । ସୋମ୍ୟଙ୍କ ମାମୁଙ୍କ ମତରେ-‘ ଏଇଟା ଭୁଲ କଥା । ମଶାରୀ ମୁ ଆଣି ଘରେ ରଖିଛି ମୁ ତାକୁ ଦେଇଥିଲି ମଶାରୀ । ସେଇଟା ମଶାରୀ ନୁହେଁ ସେହି ଘରେ ଥିବା ସ୍କାଏ ଲାଇଟର ଏକ ମଶାରୀ ଜାଲ’ ।
ଆଗକୁ ତାଙ୍କ ମାମୁ କହିଲେ-‘ ସେହି ସ୍କାଏ ଲାଇଟ ଥିବା ମଶାରୀଟି କଳା ପଡି ଯାଇଛି । ସେଇଟା ଏବେ ନୁହେଁ କେବେ ଠାରୁ କଳା ପଡି ଯାଇଛି । ସେହି ଘର କାନ୍ଥ କଳା ପଡି ନାହିଁ ସେଠି ଥିବା ବୁଢିଆଣୀ ଜାଲ ପୋଡି ନାହିଁ, ତଳେ ପାପଛ ପଡିଛି ସେ ମଧ୍ୟ ଜଳି ନାହିଁ । ଆଉ ଗୋଟେ ବଡ କଥା ହେଉଛି ସୋମ୍ୟର ଚୁଟି ଜଳି ନାହିଁ’ ।
ଆଗକୁ ତାଙ୍କ ମାମୁ କହିଲେ-‘ ଏଇଟା ଅର୍ଜିନାଲ କ୍ରା-ଇ-ମ ବ୍ରାଞ୍ଚ ତଦନ୍ତ ହୋଇ ନାହିଁ । କ୍ରା-ଇ-ମ ବ୍ରାଞ୍ଚର ୪ ଜଣ ଟିମ ଏମାନଙ୍କୁ ଆସି ସାହାର୍ଯ୍ୟ କରୁଛନ୍ତି । ଯେତେବେଳେ ମୁଖ୍ୟ ମନ୍ତ୍ରୀ ଡିକ୍ଳାର କରିବେ ସେତେବେଳେ କ୍ରା-ଇ-ମ ବ୍ରାଞ୍ଚର ତଦନ୍ତ ହେବ । ଏମାନେ ଆସି ଗୋଟେ ଯାତ୍ରା ଚଳେଇ ଛନ୍ତି’ ।
ବିଦ୍ୟା ନିଜ ଚିଠିରେ ଲେଖିଥିଲେ ତିନି ଦିନରେ ତାଙ୍କୁ ଶାନ୍ତି ମିଳିବ । ଏହାକୁ ନେଇ ମଧ୍ୟ ସୋମ୍ୟଙ୍କ ମାମୁ ଏକ ବଡ ବୟାନ ଦେଇଛନ୍ତି । ଏନେଇ ସେ କହିଛନ୍ତି-‘ତିନି ଦିନ ସେ କହିଥିଲେ । ୧୨ ତାରିଖରୁ ୧୫ ତାରିଖ ହେଉଛି କାଳ ରାତ୍ରି । ସେ ମା-ରି ଦେଇଛନ୍ତି ଖାଲି କାଗଜ ଆମ ମାନଙ୍କ ପାଖରେ ରହି ଯାଇଛି ବୋଲି ସେମାନଙ୍କ କଳା କର୍ଣ୍ଣମା ସମସ୍ତଙ୍କୁ ଜଣା ପଡି ଯାଇଛି’ । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ