ଦେଖନ୍ତୁ Video: ଉପର ହାତରେ ଫୋଟକା, ହେଲେ ହାତ ପାପୁଲି ରେ ନାହିଁ ଟିକେ ବି ଦାଗ ! କାହିଁକି ମିଛ ଧରି ପାରୁନି ପୋଲିସ, Video ଦେଖିଲେ ଆପଣ ବି ହେବେ ତାଜୁବ

 

ନମସ୍କାର ବନ୍ଧୁଗଣ ଏବେ ଚର୍ଚ୍ଚିତ ହୋଇ ରହିଥିବା ଖବର ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ଙ୍କ ରହସ୍ୟଜନକ ମୃତ୍ୟୁ । ତେବେ ଏହି ଘଟଣା କୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଅନେକ ତଥ୍ୟ ମିଳିଛି ।

ତେବେ ଏହି ଘଟଣାରେ ମୁଖ୍ୟ ସନ୍ଦେହ ରେ ରହିଥିବା ବିଦ୍ୟା ଭାରତୀ ଏବେ ନିଜର ହାତ ଜଳି ଯାଇଥିବା ର ଫୋଟୋ କୁ ଦେଖାଇ ଏହା କହୁଛନ୍ତି କି ସୌମ୍ୟ ଙ୍କୁ ବଞ୍ଚାଇଲା ବେଳେ ତାଙ୍କ ହାତରେ ଏହି ଭଳି ହୋଇ ଯାଇଛି ବୋଲି ସେ ପୋଲିସ ତଥା ମିଡ଼ିଆ କୁ କହିଛନ୍ତି । ତେବେ ସେପଟେ ସୌମ୍ୟ ଙ୍କ ହାତ ର ଉପର ଭାଗରେ ଅଳ୍ପ ପୋଡି ଯାଇଥିବା ବେଳେ ପାପୁଲି ପୋଡି ନଥିଲା ତେବେ ସେ ପିନ୍ଧିଥିବା ମୁଦି ମଧ୍ୟ ଜଳି ନାହିଁ ।

ତେବେ ଆସନ୍ତୁ ଏହି ବିଷୟ ରେ ହ୍ୟୁମାନ ରାଇଟସ କମିଶନ ର ପ୍ରେସିଡେଣ୍ଟ ଶିବ ସୁନ୍ଦର ସ୍ୱାଇଁ ଏହି ବିଷୟ ରେ କଣ କହିଛନ୍ତି ଆସନ୍ତୁ ଜାଣିନେବା । ଶିବ ସୁନ୍ଦର ଙ୍କ ଅନୁସାରେ କୌଣସି ବି ବ୍ୟକ୍ତି ଜଳିବା ବେଳେ ତାର ଯଦି ନବେ ପ୍ରତିଶତ ଭାଗ ଜଳୁଛି ତେବେ ତାର ହାତର ପାପୁଲି ଜଳି ନାହିଁ କିପରି ଏବଂ ଯଦି ଜଣେ କାହାକୁ ବଞ୍ଚାଏ ତେବେ ତାର ମଧ୍ୟ ହାତର ପାପୁଲି କିଛିଟା ଜଳିବା କଥା କିନ୍ତୁ ବିଦ୍ୟା ଙ୍କ ର କେବଳ ଉପର ଚମଡା ରେ ଫୋଟକା ଅଛି କିନ୍ତୁ ହାତ ପାପୁଲି କିଛି ହୋଇ ନାହିଁ କିପରି ।

ଏହା ସବୁ ପୋଲିସ ଏବଂ ମିଡ଼ିଆ କୁ ଭଟକାଇବା ପାଇଁ ପ୍ରୟାସ କରାଯାଉଛି । ଏହା ଛଡା ସେ ଯେଉଁ ବୋତଲ ରୁ କିରାସିନି ଢାଳି ଛନ୍ତି ସେଥିରୁ ସେ ମାତ୍ର ୨୦୦ ମିଲି କିରାସିନି ପକାଯାଇଛି ତେବେ ଏହା କିପରି ସମ୍ଭବ ଯେ ଜଣେ ମଣିଷ ମାତ୍ର ୨୦୦ ମିଲି କିରାସିନି ରେ ଜଳିଯିବ ଏହା ଅସମ୍ଭବ ଅଟେ ।

ଏହା ଛଡା ବିଦ୍ୟା ଙ୍କ ହାତରେ ଯେତେବେଳେ ସେ ହସ୍ପିଟାଲରେ ଥିଲେ ସେତେବେଳେ କୌଣସି ଫୋଟକା କିମ୍ବା ପୋଡିଯିବାର ଦେଖା ଯାଇ ନଥିଲା ତେବେ ହଠାତ କିପରି ଏଭଳି ହୋଇ ପାରିଲା । ଏହା ସବୁ ଏକ ନୂଆ ଅଭିନୟ ଯାହାକି ନିଜ ଦୋଷ କୁ ଲୁଚାଇବାକୁ ଯାଇ ଏପରି କରୁଛନ୍ତି ।

ଏହାଛଡା ଶିବ ସୁନ୍ଦର ଏହା ମଧ୍ୟ କହିଛନ୍ତି ଯେ ପୋଲିସ ନିଜର ତଦନ୍ତ ରେ ଅବହେଳା କରୁଛି ଯାହାକୁ ନେଇ ତଦନ୍ତ କରିବା ଆବଶ୍ୟକ ତାକୁ ହିଁ ଛାଡି ଆଉ ସବୁ କାର୍ଯ୍ୟ କରୁଛି ଏବଂ ଜଣ ଜଣ କୁ ନେଇ ତଦନ୍ତ କରିବା ଭୁଲ ଏକା ସଙ୍ଗରେ ଯେଉଁ ମାନେ ସନ୍ଦେହ ଘେରରେ ଅଛନ୍ତି ।

ସେମାନଙ୍କୁ ଜେରା କରି ପଚରାଉଚରା କରିବା ଦ୍ୱାରା ସତ୍ୟତା ସାମ୍ନା କୁ ଆସିବ ନଚେତ ସମାଜସେବୀ ଆଦିତ୍ୟ ଙ୍କ ମୃତ୍ୟୁ ର ତଦନ୍ତ ଭଳି ଏ ମଧ୍ୟ କେବଳ ଫାଇଲ ଏବଂ ତଦନ୍ତ ହୋଇ ରହିଯିବ । ତେଣୁ ପୋଲିସ କୁ ନିଜ କାମ ଭଲରେ କରିବା ଉଚିତ ଏବଂ ବିଦ୍ୟା,ରୋଷେୟା ତଥା ଡିଏଫଓ ଙ୍କୁ ଏକା ସଙ୍ଗରେ ଜେରା କରିବା ଆବଶ୍ୟକ ଏହା ଦ୍ୱାରା ସମସ୍ତ ଙ୍କ ଅଭିନୟ ରୁ ପରଦା ଉଠି ସତ୍ୟ କଣ ତାହା ସାମ୍ନା କୁ ଆସିଯିବ । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *