ନମସ୍କାର ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ ନିଶ୍ଚିତ ଦେଖିଥିବେ ଏବଂ ଜାଣି ବି ଥିବେ କି ପାରଳାଖେମୁଣ୍ଡି ର ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ଖବର ସମ୍ପର୍କରେ । ତେବେ ତାଙ୍କର ରହସ୍ୟ ଜନକ ମୃତ୍ୟୁ କୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।
ତେବେ ସୌମ୍ୟ ଙ୍କ ବାପା ମାଆ ନିଜ ବୋହୁ ବିଦ୍ୟା ଭାରତୀ ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି କି ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କୌଣସି ଭଲ ସମ୍ପର୍କ ନଥିଲା । ବିଦ୍ୟା ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କ ସହ ଅନୈତିକ ସମ୍ପର୍କ ରହିଛି ଏବଂ ସେ ତାଙ୍କ ପୁଅ ଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ।
ଏହା ଛଡା ସୌମ୍ୟ ଙ୍କୁ ଯେତେବେଳେ ହସ୍ପିଟାଲରେ ନେବା ବେଳେ ଆମ୍ବୁଲାନ୍ସ କୁ ଅଟକାଇ ଘର ଭିତରକୁ ଯାଇ ସୁନା ଗହଣା ଏବଂ ମୋବାଇଲ ନେବାକୁ ଯାଇଥିଲେ ଏବଂ ସେହି ବ୍ୟାଗ କୁ ନେଇ ବିଦ୍ୟା ନିଜ ମାଆ ଙ୍କୁ ଦେଇଥିଲେ । ତେଣୁ ସୌମ୍ୟ ଙ୍କ ମାତା ପିତା ନିଜ ବୋହୁ ଙ୍କୁ ସନ୍ଦେହ ଦୃଷ୍ଟି ରେ ଦେଖିଛନ୍ତି ତେବେ ଏହି ସବୁ ଅଭିଯୋଗ କୁ ଖାରଜ କରିଛନ୍ତି ।
ତେବେ ବର୍ତ୍ତମାନ ତଦନ୍ତ କାରି ଅଫିସର ମାନଂକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୁରାକ । ହୁଏତ ଖୁବ ଶୀଘ୍ର ଜଣାପଡିବ ଘଟଣା ସମ୍ପର୍କରେ । ବର୍ତ୍ତମାନ ସବୁ ଦିଗରୁ ତଦନ୍ତ କରାଯାଉଛି ଡିଏଫଓ ଙ୍କୁ ଖୁବଶୀଘ୍ର ପଚରାଉଚରା କରାଯିବ । ବାଲେଶ୍ଵର ଏବଂ ମୟୁରଭଞ୍ଜ ଯାଇ ତଦନ୍ତ କାରୀ ଦଳ ଫେରିଛନ୍ତି । ସୌମ୍ୟ ରଞ୍ଜନ ଙ୍କ ପରିବାର କରିଥିବା ସମସ୍ତ ଅଭିଯୋଗ ଉପରେ ତଦନ୍ତ କରାଯାଉଛି ବୋଲି ଦକ୍ଷିଣାଞ୍ଚଳ ର ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି ।
ସତ୍ୟବ୍ରତ ଭୋଇ ତଦନ୍ତ କେତେ ହୋଇଛି ଏବଂ କିପରି ଚାଲିଛି ସେ ସମ୍ପର୍କରେ ସୂଚନା ନେବାକୁ ପହଁଚି ଯାଇଛନ୍ତି ପାରଳାଖେମୁଣ୍ଡି ରେ । ତେବେ ସେ ମଧ୍ୟ ନିଜ ଇଣ୍ଟରଭିଉ ରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ବୋଲି କହିଛନ୍ତି । ଏହା ଛଡା ସନ୍ଦେହ ଘେରରେ ଥିବା ଓଆଇସି ମମତା ପଣ୍ଡା କିପରି ହସ୍ପିଟାଲରେ ପହଞ୍ଚିଥିଲେ ଏବଂ ତାଙ୍କୁ ସେଠାକୁ ଡ଼କାଯାଇଥିଲା କିମ୍ବା ନାହିଁ ସେ ବିଷୟରେ ମଧ୍ୟ ତଦନ୍ତ କରାଯାଉଛି ।
ଏହା ଛଡା ସୌମ୍ୟ ଙ୍କୁ ଜଳାଯାଇଛି କିମ୍ବା ସେ ନିଜେ ଆତ୍ମହତ୍ୟା କରିଛନ୍ତି ସେ ବିଷୟରେ ମଧ୍ୟ ତଦନ୍ତ ଚାଲିଛି ଏଵଂ ଏହି ମାମଲା ରେ ମୁଖ୍ୟ ଅଭିଯୋଗ ରୂପେ ନାମ ଉଠୁଥିବା ଡିଏଫଓ ସଂଗ୍ରାମ ଙ୍କୁ ଶୁକ୍ରବାର ଦିନ ଜେରା କରାଯିବ ବୋଲି ମଧ୍ୟ ସୂଚନା ମିଳିଛି । ତେବେ ପ୍ରକୃତ ଦୋଷୀ କିଏ ତାହା ଦେଖିବା ବାକି ରହିଲା । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ