ଧୀରେ ଧୀରେ ଖୋଲୁଛି Bidya Bharati ଙ୍କ ଚିଠିର ଗୁମର, ଦେଖନ୍ତୁ ଚିଠିରେ ଏମିତି କାହିଁକି ଲେଖିଥିଲେ ବିଦ୍ୟା “ମୋ ଶତ୍ରୁକୁ ବି ଏମିତି ଲୋକଟେ ଦିଅନ୍ତୁ ନାହିଁ….”

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ ନିଶ୍ଚିତ ଭାବରେ ଜାଣିଥିବେ, ପାରଳାଖେମୁଣ୍ଡି ର ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ଖବର ସମ୍ପର୍କରେ । ତେବେ ତାଙ୍କର ରହସ୍ୟଜନକ ମୃତ୍ୟୁ କୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଚାଲିଛି ।

ଏହି ସମ୍ପର୍କ ରେ ସୌମ୍ୟ ଙ୍କ ବାପା ମାଆ ମଧ୍ୟ ତାଙ୍କ ପତ୍ନୀ ବିଦ୍ୟା ଙ୍କ ନାଁ ରେ ଅଭିଯୋଗ ଆଣିଥିଲେ । ତାଙ୍କ କହିବାନୁସାରେ, ସୌମ୍ୟ ଓ ବିଦ୍ୟା ଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ବିଦ୍ୟା ଙ୍କ ଅନ୍ୟ ଜଣକ ସହିତ ସମ୍ପର୍କ ଥିଲା । ଏହି ସମ୍ବନ୍ଧରେ ପୋଲିସ ମଧ୍ୟ ବିଦ୍ୟା ଙ୍କୁ ଜେରା କରି ପଚରାଉଚରା କରିଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସୌମ୍ୟ ଙ୍କ ମୃତ୍ୟୁ ର ରହସ୍ୟ କଣ ତାହା ସଠିକ ଭାବରେ ଜଣା ପଡ଼ି ନାହିଁ ।

ଆପଣ ମାନଙ୍କୁ କହିବାକୁ ଚାହିଁବୁ, ସୌମ୍ୟ ଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ପତ୍ନୀ ଏକ ଚିଠି ଲେଖିଥିଲେ । ଯାହା ବର୍ତ୍ତମାନ ସାମ୍ବା କୁ ଆସିଛି । ଏହି ଚିଠି କୁ ପଢ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ବିଦ୍ୟା ଲେଖିଥିବା ଚିଠି ରେ ଏହା ଲେଖା ହୋଇଥିଲା ଯେ, ”ଭଗବାନ ମୋ ଦୁଷ୍ମନ କୁ ଏମିତି ଲୋକ ଗୋଟେ ନ ଦିଅନ୍ତୁ । ହେ ଭଗବାନ କିଛି ବି କରି ମୋର ଡିଭୋର୍ସ କରାଇ ଦିଅ ।

ଜୀବନ ସାରା ତୁମ ପାଖରେ ଋଣୀ ହୋଇ ରହିବି । ପୁରୀ ମନ୍ଦିର ରେ ଦାସୀ ହୋଇ ଜୀବନ ସାରା ସେବା କରିବି । କିନ୍ତୁ ପ୍ଲିଜ କିଛି ବି କରିକି ଡିଭୋର୍ସ କରାଇ ଦିଅ । ” ସୌମ୍ୟ ଙ୍କ ମୃତ୍ୟୁ ପଛରେ ବିଦ୍ୟା ଙ୍କ ହାତ ରହିଛି ବୋଲି ସନ୍ଦେହ କରାଯାଇଛି । ତାଙ୍କ ଦ୍ୱାରା ଲିଖିତ ଏହି ଚିଠି ଦେଖିବା ପରେ ତାଙ୍କ ଉପରେ ସନ୍ଦେହ ର ନଜର ଆହୁରି ଅଧିକ ବଢ଼ି ଯାଇଛି ।

ତେବେ ଏସସିଏଫ ସୌମ୍ୟ ଙ୍କ ମୃତ୍ୟୁ ର ପ୍ରକୃତ କାରଣ କଣ ପୋଲିସ ସେହି ସମ୍ବନ୍ଧରେ ତଦାରଖ କରୁଛନ୍ତି । ଯେ ପର୍ଯ୍ୟନ୍ତ ସୌମ୍ୟ ଙ୍କ ମୃତ୍ୟୁ ର ରହସ୍ୟ ସ୍ପଷ୍ଟ ଭାବରେ ଜଣା ପଡ଼ିନାହିଁ ସେତେ ପର୍ଯ୍ୟନ୍ତ ପୋଲିସ ନିଜର ପ୍ରଚେଷ୍ଟା ଜାରି ରଖିଛି । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *