ACF Soumyaranjan ଡେଥ ମିଷ୍ଟ୍ରି: ସୌମ୍ୟଙ୍କ ଓକିଲ ବିଦ୍ୟାଙ୍କ ବିରୁଦ୍ଧରେ କରିଲେ ଏମିତି କିଛି ଖୁଲାସା ଯାହାକୁ ଶୁଣିଲେ ଆପଣଙ୍କ ମୁଣ୍ଡ ଗୋଲ ହେଇଯିବ !

ପାରଳାଖେମୁଣ୍ଡି ACFO ସୌମ୍ଯା ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତନାଘନା କରୁଛି କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ଘରେ ପହଞ୍ଚି ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ଟିମ । ପ୍ରକୃତରେ ସୌମ୍ୟଙ୍କ ଦେହରେ କିପରି ଲାଗିଲା ନିଆଁ ?

ଏହି ଅଘଟଣ ଘରେ ହୋଇଥିଲା ନା ବାହାରେ ? ଯଦି ଘରେ ନିଆଁ ଲାଗିଲା ତେବେ କେହି କେମିତ ଜାଣି ପାରିଲେ ନାହିଁ ? ବିଦ୍ୟାଭାରତୀ ସେହି ସମୟରେ କଣ କରୁଥିଲେ ? ଘରର ସ୍ଥିତି ସେହି ସମୟରେ କେମିତି ଥିଲା ? ପାରିପାର୍ଶ୍ଵିକ ସ୍ଥିତିକୁ ଦେଖି ଏହି ସମସ୍ତ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ । ତେବେ ଅନ୍ୟ ପଟେ ସୌମ୍ୟଙ୍କ ଓକିଲ ବିଦ୍ୟାଙ୍କ ଉପରେ ଆଙ୍ଗୁଠି ଉଠାଇବା ସହ ତାଙ୍କୁ ଏ ପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ ବୋଲି ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୌମ୍ୟଙ୍କ ଓକିଲଙ୍କ ମତରେ ଆଇନଗତ ବ୍ୟବସ୍ଥାରେ ବିଦ୍ୟାଙ୍କୁ ଗିରଫ କରିବା ପାଇଁ ଯଥେଷ୍ଟ କାରଣ ଥିଲା । କାରଣ ଘଟଣା ସମୟରେ ସେହି ଘରେ କେବଳ ବିଦ୍ୟାଭାରତୀ ଓ ସୌମ୍ଯ ରଞ୍ଜନ କେବଳ ଦୁଇ ଜଣ ହିଁ ଉପସ୍ଥିତ ଥିଲେ ଓ ସୌମ୍ଯ ପୋଡି ହୋଇ ଯାଉଛନ୍ତି । ଧାରା ୧୦୬ ଏଭିଡେନ୍ସ ଆକ୍ଟ ଅନୁସାରେ କୌଣସି ଘଟଣା ଯଦି କୌଣସି ବ୍ଯକ୍ତିର ସ୍ଵତନ୍ତ୍ର ଜ୍ଞାତସାରରେ ଘଟୁଛି, ତେବେ ସେହି ବ୍ୟକ୍ତି ହିଁ ଜଣାଇବ କି ପ୍ରକୃତ ଘଟଣା କଣ ଅଟେ ।

କିନ୍ତୁ ବିଦ୍ୟାଭାରତୀ ଯାହା କହୁଛନ୍ତି ତାହା ସେହି ଘଟଣା ସହ ମେଳ ଖାଉ ନାହିଁ । ବିଦ୍ୟାଭାରତୀ ଆରମ୍ଭରୁ ହିଁ କହି ଆସୁଛନ୍ତି ଯେ ସୌମ୍ଯ କିପରି ପୋଡି ହେଲେ ସେ ଜାଣି ନାହାନ୍ତି । ଏହା ସହ ସୌମ୍ଯ ପୋଡି ହୋଇଥିବା ଘରେ ପୋଡି ହେବାର କିଛି ଖାସ ଚିହ୍ନ ବର୍ଣ୍ଣ ମଧ୍ୟ ନାହିଁ । ସେଥିପାଇଁ ବିଦ୍ୟାଭାରତୀ ଏଠି ମିଛ କହୁଛନ୍ତି ବୋଲି କହିଛନ୍ତି ସୌମ୍ୟଙ୍କ ଓକିଲ ।

ସେହିପରି ଧାରା ୪୧ ସିଆରପିସି ଅନୁସାରେ ଯଦି କୌଣସି ବ୍ୟକ୍ତି ଧର୍ତ୍ତବ୍ୟ ଅପରାଧରେ ଜଡିତ ଥିବା, ତା ନାମ ନିଆ ଯାଉଥିବ କିମ୍ବା ତାକୁ ସନ୍ଦେହ କରାଯାଉ ଥିବ, ତେବେ ଆଇନଗତ ଭାବେ ପୋଲିସର ସଂପୂର୍ଣ୍ଣ କ୍ଷମତା ରହିଛି ତାଙ୍କୁ ଗିରଫ କରିବା ପାଇଁ । ଏହି ସବୁ ତଥ୍ୟକୁ ଆଖିରେ ରଖି ସୌମ୍ଯଙ୍କ ଓକିଲ ଅସନ୍ତୋଷ ପ୍ରକାଶ କରିଛନ୍ତି ଯେ ପୋଲିସ ପାଖେ ବିଦ୍ୟାଭାରତୀଙ୍କୁ ଗିରଫ କରିବାର ଯଥେଷ୍ଟ କାରଣ ଥିଲେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ କାହିଁକି ଗିରଫ କରୁ ନାହିଁ ପୋଲିସ ?

ତେବେ ଓକିଲଙ୍କ ମୁତାବକ ସୌମ୍ଯ ନିଜେ ତାଙ୍କ ବାପା ମାଙ୍କ ଆଗରେ DFOଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସମ୍ପର୍କ ଥିବା ନେଇ କହିଥିଲେ । ତେଣୁ ସୌମ୍ୟଙ୍କ ଘରଲୋକଙ୍କ ଅଭିଯୋଗ ମତେ DFOଙ୍କୁ ସନ୍ଦେହ ଘେରରେ ରକ୍ଷା ଯାଇଛି । କିନ୍ତୁ ପ୍ରକୃତ ସତ୍ୟ କଣ ଜାଣିବା ପାଇଁ ପ୍ରଥମେ ବିଦ୍ୟାଭାରତୀଙ୍କୁ ସଠିକ ଭାବେ ଜେରା କରିବା ଆବଶ୍ୟକ ରହିଛି ।

ତା ପରେ ଯାଇ DFO ଙ୍କ ସତ୍ୟ ମଧ୍ୟ ସାମନାକୁ ଆସିବ । ତେବେ DFO ଙ୍କ ବଦଳି କରିବା ମଧ୍ୟ ଆବଶ୍ୟକ ରହିଛି । ତା ହେଲେ ଯାଇ ସତ ଜାଣିଥିବା ସୌମ୍ୟଙ୍କ ଆଉ କିଛି ସହକର୍ମୀ ମଧ୍ୟ ପାଟି ଖୋଲିବାକୁ ସାହସ କରି ପାରିବେ ବୋଲି ନିଜ ମତ ରଖିଛନ୍ତି ବିଦ୍ୟାଙ୍କ ଓକିଲ । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *