ACF Soumyaranjan ଡେଥ ମିଷ୍ଟ୍ରି: ଆସିଲା ନୂଆ ମୋଡ, ଧରା ପଡିଲା ବିଦ୍ୟାଙ୍କ ଷଡଯନ୍ତ୍ର, ଦେଖନ୍ତୁ କଣ ହୋଇଥିଲା ସୌମ୍ଯ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ଏଗ୍ରୀମେଣ୍ଟ

ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ପରଳାଖେମୁଣ୍ଡି ACFO ସୌମ୍ଯ ରଞ୍ଜନଙ୍କ ମୃତ୍ୟୁ ମାମଲା । ସୋମ୍ୟ ରଞ୍ଜନଙ୍କ ସନ୍ଦେହ ଜଣକ ଭାବେ ପୋଡି ହୋଇ ମୃତ୍ୟୁ ହେବା ପରେ ପୋଲିସ ତଦନ୍ତରେ ଘଟଣାର ଅନେକ ମୋଡ ସାମନାକୁ ଆସିବାରେ ଲାଗିଛି ।

ସୌମ୍ଯ ରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ଓ DFO ଏବଂ ବିଦ୍ୟାଙ୍କ ଅନୈତିକ ସମ୍ପର୍କ ଯୋଗୁଁ ସୌମ୍ୟଙ୍କ ପ୍ରାଣ ଯାଇଥିବା ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ପରିବାର ଲୋକ । ତେବେ ପ୍ରଥମେ ସୌମ୍ଯ ଓ ବିଦ୍ୟାଙ୍କ ବିବାହର ଏକ କ୍ଲଜ ଏଗ୍ରିମେଣ୍ଟ ସାମନାକୁ ଆସିବା ପରେ, ଏବେ ଆଉ ଏକ ଏଗ୍ରିମେଣ୍ଟ ମଧ୍ୟ ସାମନାକୁ ଆସିଛି । ଆଜ୍ଞା ହଁ, ସୌମ୍ଯଙ୍କ ମୃତ୍ୟୁର ଠିକ ତିନି ପୂର୍ବରୁ ଯଥା ଜୁଲାଇ ୯ ତାରିଖରେ ସୌମ୍ଯ ଓ ଭାରତୀଙ୍କ ମଧ୍ୟରେ ହୋଇଥିଲା ଏକ ପ୍ରପର୍ଟି ଏଗ୍ରିମେଣ୍ଟ ।

ଏହି ପ୍ରପର୍ଟି ଏଗ୍ରିମେଣ୍ଟ କଥା କହିଛନ୍ତି ସୌମ୍ୟଙ୍କ ଘର ଲୋକ । ଏକ ଶହେ ଟଙ୍କିଆ ଷ୍ଟାମ୍ପ ପେପରରେ ସୋମ୍ୟ ଓ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ହୋଇଛି ଏହି ଏଗ୍ରିମେଣ୍ଟ । ଏହି ଏଗ୍ରିମେଣ୍ଟ ଏବେ ପୋଲିସ ହାତରେ ଲାଗିଛି । ଏଥିରେ ଲେଖା ଯାଇଛି, “ମୁଁ ସୌମ୍ଯ ରଞ୍ଜନ ମହାପାତ୍ର, ବୟସ ୩୧, ଅଭିରାମ ମହାପାତ୍ରଙ୍କ ପୁଅ, ଗ୍ରାମ- ବେଗୁନିଆ, ପୋଷ୍ଟ- ଖଇରା, ଜିଲ୍ଲା- ବାଲେଶ୍ଵର, ପିନ-୭୫୬୦୪୮, ଓଡିଶା ସରକାରଙ୍କ ଜଙ୍ଗଲ ବିଭାଗରେ ଆସିଷ୍ଟାଣ୍ଟ କନଜରଭେଟର ଅଫ ଫରେଷ୍ଟସ ଭାବେ କାମ କରୁଛି ।”

“ମୁଁ ଫାଇନାଲ ଏଗ୍ରିମେଣ୍ଟ ଲେଖୁଛି । ମୁଁ ସ୍ବଇଛାରେ ଓ ବୀନା କୌଣସି ଚାପରେ ଏହି ଏଗ୍ରିମେଣ୍ଟ ଲେଖୁଛି । ମୁଁ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ଅଛି ଓ ଯାହା ଏହି ଏଗ୍ରିମେଣ୍ଟରେ ଲେଖୁଛି ତାହା ବୁଝିପାରୁଛି । ଆଜି ସୁଦ୍ଧା ମୁଁ ମାସିକ ପ୍ରାୟ ୫୮୦୦୦ ହଜାର ଟଙ୍କା ନେଟ ଦରମା ପାଉଛି । ମୁଁ ଘୋଷଣା କରୁଛି ଯେ, ଦରମା ସହିତ ମୋର ଏବେ ଯେତିକି ସମ୍ପତ୍ତି ଅଛି ଓ ଭବିଷ୍ୟତରେ ଯାହା ଉପାର୍ଜନ କରିବି ତାହା ସବୁ ମୋ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କର ।”

“ତାଙ୍କର ଜନ୍ମ ତାରିଖ ୮ ମେ ୧୯୯୭ । ତାଙ୍କ ବାପାଙ୍କ ନାମ ଡାକ୍ତର ଶ୍ରୀହରି ପଣ୍ଡା । ବିଦ୍ୟାଭାରତୀ ପଣ୍ଡା ବାଲେଶ୍ଵର ଜିଲ୍ଲା ଖଇରାରେ ରହୁଛନ୍ତି । ଏହା ପର ଠାରୁ ସବୁ ସମ୍ପତ୍ତି ତାଙ୍କର ।” ଏହି ଅଗ୍ରିମେଣ୍ଟରେ ଏହି ସବୁ ଲେଖା ଯାଇଥିଲେ ମଧ୍ୟ କୌଣସି ଦସ୍ତଖତ ନାହିଁ । କେବଳ ନାମ ଲେଖାଯାଇଛି ।

ସୌମ୍ଯଙ୍କ ପରିବାର ପକ୍ଷରୁ ଏହି ଏଗ୍ରିମେଣ୍ଟ କଥା ଉଠାଯାଇ ଥିବା ବେଳେ, ବିଦ୍ୟାଭାରତୀ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ସେ କେବେ ଏହା ଦେଖି ନାହାନ୍ତି କି ତାଙ୍କ ସମ୍ପତ୍ତି ବିଷୟରେ ମଧ୍ୟ କିଛି ଜାଣି ନାହାନ୍ତି । ବିଦ୍ୟା ଓଲଟା ତାଙ୍କ ଶାଶୁ ତଥା ସୌମ୍ୟଙ୍କ ମାଆ ଏହି ସବୁ ଜାଣି ମଧ୍ୟ କେବେ କିଛି ତାଙ୍କୁ ନ ଜଣାଇ ଥିବା ଆରୋପ ଲଗାଇଛନ୍ତି । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *