Raj Kundraଙ୍କ ଓଟିଟି ପ୍ଲାଟଫର୍ମ ରେ କାମ କରୁଛନ୍ତି ଓଡିଆ ପର୍ଣ୍ଣଷ୍ଟାର, ଜାଣନ୍ତୁ ସେ କିଏ ଓ କେଉଁ ଜିଲ୍ଲାରେ ତାଙ୍କ ଘର ?

ନମସ୍କାର ବନ୍ଧୁଗଣ ଆପଣ ମାନେ ବଲିଉଡ ସିନେମା ବିଷୟରେ ଜାଣିଥିବେ ଅନେକ ସିନେମା ମଧ୍ୟ ଦେଖିଥିବେ । ତେବେ ଏହି ବଲିଉଡ ରେ ଅନେକ ଥର ଅନେକ କଥା କୁ ନେଇ ବାଡ଼ ବିବାଦ ହୋଇ ଆସିଛି ।

କେତେବେଳେ କାଷ୍ଟିଂ କାଉଚ୍ ହେଉ କିମ୍ବା କେଉଁ ନୂତନ କଳାକାର ଙ୍କ ସହ ଖରାପ ବ୍ୟବହାର ଏହି ସବୁ ବିଷୟ କୁ ନେଇ ବଲିଉଡ ପ୍ରାୟତଃ ଚର୍ଚ୍ଚା ରେ ରହିଥାଏ । ତେବେ ବର୍ତ୍ତମାନ ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଠି ଙ୍କ ସ୍ୱାମୀ ଏବଂ ବ୍ୟବସାୟୀ ରାଜ କୁନ୍ଦ୍ରା ଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ତେବେ କାରଣ ହେଉଛି ଅଶ୍ଲୀଳ ସିନେମା ତଥା ୱେବ ସିରିଜ ପ୍ରସ୍ତୁତ କରିବା । ତେବେ ଏହି ସମ୍ପର୍କରେ ଅଭିଯୋଗ କରିଥିବା ଝିଅ ନିଜ ଇଣ୍ଟରଭିଉ ରେ ଏହି ସମ୍ପର୍କରେ କଣ କହିଛନ୍ତି ଆସନ୍ତୁ ଜାଣିନେବା ।

ରାଜ କୁନ୍ଦ୍ରା ଯିଏ କି ଜଣେ ବ୍ୟବସାୟୀ ଏବଂ ଫିଲ୍ମ ନିର୍ମାତା ଏବଂ କେତେକ ୱେବ ସିରିଜ ରେ ମଧ୍ୟ ସେ କାମ କରିଛନ୍ତି । ଏହା ଛଡା ସେ ନାମୀ ଦାମୀ ଅଭିନେତ୍ରୀ ଶିଳ୍ପା ସେଠୀ ଙ୍କ ସ୍ୱାମୀ ମଧ୍ୟ ତେଣୁ ତାଙ୍କର ବହୁତ ନାମ ମଧ୍ୟ ଅଛି ଏହି ଇଣ୍ଡଷ୍ଟ୍ରି ରେ ।  ତେବେ ବର୍ତ୍ତମାନ ରାଜ କୁନ୍ଦ୍ରା ଙ୍କୁ ଅଶ୍ଳୀଳ ସିନେମା ବନେଇବା ଏବଂ ଝିଅ ମାନଂକୁ କାଷ୍ଟିଂ କାଉଚ୍ କରିବା ଭଳି ବଡ଼ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛନ୍ତି ।

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ରାଜ ଗିରଫ ହୋଇଛନ୍ତି କିମ୍ବା ଜେଲ ମଧ୍ୟ ଯାଇଛନ୍ତି । ଏହି ମାମଲା ରେ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଛି । ରାଜ କୁନ୍ଦ୍ରା ଙ୍କୁ ୨୩ ତାରିଖ ପର୍ଯ୍ୟନ୍ତ ପୋଲିସ ର ହିୟାସତ ରେ ରହିବାକୁ ପଡିବ । ୪ ଫେବୃଆରୀ ରେ ପୋଲିସ କୁ ଜଣାପଡିଲା କି ରୋବା ଖାନ ଏବଂ ତାଙ୍କ ସ୍ୱାମୀ ଶାନ ବାନାର୍ଜୀ ଏକ ବଙ୍ଗଳା ନେଇ ସେଠାରେ ଅଶ୍ଲୀଳ ଭିଡିଓ ସୁଟ କରୁଛନ୍ତି ।

ଏହା ପରେ ସେଠାରେ ପୋଲିସ ପହଁଚି ସେଠାରେ ଉପସ୍ଥିତ ଥିବା ଲୋକ ମାନଙ୍କୁ ଗିରଫ କରିଥିଲା ଏବଂ ଏହା ପରେ ପଚରାଉଚରା ଜରିଆରେ ତାଙ୍କୁ ଅନ୍ୟ ଦୋଷୀ ଙ୍କ ନାମ ମଧ୍ୟ ସାମ୍ନା କୁ ଆସିଥିଲା ଏବଂ ସେମାନଂକୁ ମଧ୍ୟ ଗିରଫ କରିଥିଲେ । ତେବେ କଥା ଏତିକି ରେ ସରି ନାହିଁ ରାଜ ଙ୍କ ବ୍ୟବସାୟ ଓଡିଶା ପର୍ଯ୍ୟନ୍ତ ମଧ୍ୟ ଲମ୍ଭିଛି । ଓଡ଼ିଶା ର କିଛି ଯୁବକ ଯୁବତୀ ମାନେ ଏହି ଗୋଲକ ଧନ୍ଦା ରେ ସାମିଲ ଥିବା ଜଣା ପଡ଼ିଛି ।

ତେବେ ଏହି ତାଲିକା ରେ ଖୁଲମ ଖୁଲା ଭାବରେ ଜଣେ ଓଡ଼ିଆ ମଡେଲ ଙ୍କ ନାମ ସାମ୍ନା କୁ ଆସିଛି । ମୁମ୍ବାଇରେ ରହୁଥିବା ଭୁବନେଶ୍ୱର ର ମଡେଲ ସେକ୍ସପୀୟର ତ୍ରିପାଠୀ ଙ୍କୁ କୁନ୍ଦ୍ରା ଙ୍କ ଅଶ୍ଲୀଳ ସିନେମା ରେ ଦେଖିବାକୁ ମିଳିଛି । ତେବେ ସେକ୍ସପୀୟର ନିଜ ଫେସବୁକ ଆକାଉଣ୍ଟ ରେ ଏହି ଅଶ୍ଳୀଳ ଫୋଟୋ କୁ ସେୟାର କରି ଲୋକ ମାନଂକୁ ଦେଖିବା ପାଇଁ ମଧ୍ୟ କହୁଛନ୍ତି ।

ମାୟା ନଗରୀ ମୁମ୍ବାଇ କୁ କ୍ୟାରିଆର କରିବା ପାଇଁ ଯାଉଥିବା ଅନେକ ଯୁବକ ଯୁବତୀ ଲୋକପ୍ରିୟତା ପାଇଁ ପର୍ଣ୍ଣ ଇଣ୍ଡଷ୍ଟ୍ରି ରେ ସାମିଲ ହୋଇ ଯାଉଛନ୍ତି । ଅଶ୍ଲୀଳ ଅଭିନୟ ରେ ଯେ ଅନେକ ଗୁଡିଏ ଟଙ୍କା ମିଳେ ତାହା ନୁହେଁ ବରଂ ସେମାନେ ନିଜର ପ୍ରଫେସନ କାରଣ ରୁ ଏହି ଟ୍ରାପ ରେ ଫସି ଯାଉଥିବା ଫିଲ୍ମ ସମୀକ୍ଷକ ମାନେ ମତ ଦେଇଛନ୍ତି ।

ତେବେ ଏହା ଛଡା ଜଣେ ଓଡ଼ିଆ ନିର୍ଦେଶକ ଙ୍କ ନାମ ମଧ୍ୟ ଶୁଣିବାକୁ ମିଳିଛି ଯିଏ ଅନେକ ଅଶ୍ଳୀଳ ସିନେମା ବନାଉଛନ୍ତି ତେବେ ପୋଲିସ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରି ନାହିଁ କଣ ପାଇଁ ଏବଂ କିଏ ଏହି ଫିଲ୍ମ ନିର୍ଦେଶକ ଜଣଙ୍କ କିଏ ତାହା ଏବେ ଚର୍ଚ୍ଚା ର ବିଷୟ ହୋଇ ଯାଇଛି ।

Leave a Reply

Your email address will not be published. Required fields are marked *