ସାମ୍ନାକୁ ଆସିଲା ACF Soumya Ranjan ଓ ପତ୍ନୀ Bidya Bharti ଙ୍କ ବିବାହ ସମୟର ଦୃଶ୍ୟ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ କୁହାଯାଏ କି ମୃତ୍ୟୁ ଯେତେବେଳେ ଆସେ ସେତେବେଳେ ଧୀରେ ଧୀରେ ଆସେ ଏବଂ କେହି ଏହାକୁ ଜାଣି ପାରନ୍ତି ନାହିଁ । ତେବେ ସୌମ୍ୟ ଙ୍କ ସହ ମଧ୍ୟ ଠିକ ଏହି ପରି ହୋଇଥିଲା କୌଣସି ମତେ ପାରଳାଖେମୁଣ୍ଡି ରୁ ବଦଳି ପାଇଁ ଚାହୁଁଥିଲେ ସୌମ୍ୟ ।

ଟର୍ନସ୍ଫର ଲେଟର ମଧ୍ୟ ଆସି ଯାଇଥିଲା ଏବଂ ସୌମ୍ୟ ଙ୍କ ଜୀଵନ ରୁ ଏହି ଦୁଃସ୍ୱପ୍ନ ର ଚାପ୍ଟର ଓଭର ହୋଇ ଯାଇଥାନ୍ତା କିନ୍ତୁ ଘଟି ଯାଇଥିଲା ଏକ ଅଘଟଣ । ଶିମିଳିପାଳ ବଦଳି ହେବା ଆଗରୁ ସୌମ୍ୟ ଙ୍କ ଜୀଵନ ଜୁଇ ରେ ପହଁଚି ଯାଇଥିଲା । ତେବେ ସେ କାହିଁକି ମାନସିକ ଯନ୍ତ୍ରଣା ରେ ଛଟପଟ ହେଉଥିଲେ ସୌମ୍ୟରଂଜନ ମହାପାତ୍ର । ତେବେ ଅଭିଯୋଗ ଅନୁଯାୟୀ ଏହି ସବୁ ଘଟଣା ପଛରେ ସେ ସବୁଠାରୁ ଅଧିକ ଭଲ ପାଉଥିବା ସ୍ତ୍ରୀ ବିଦ୍ୟା ଭାରତୀ ଏବଂ ତାଙ୍କ ପାପ ସମ୍ପର୍କ ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କ ସହ ଯାହା ହଜମ କରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା ।

ସୌମ୍ୟ ଜାଣି ପାରିଥିଲେ ନିଜ ପତ୍ନୀ ଙ୍କ ପାପ ସମ୍ପର୍କ ବିଷୟରେ । ଏହା ସେ କେବଳ ନିଜ ମାଆ ଙ୍କୁ ହିଁ କହିଥିଲେ ଏବଂ ରାଣ ଦେଇଥିଲେ କାହାକୁ କିଛି ନ କହିବା ପାଇଁ । ତେଣୁ ସୌମ୍ୟ ଚାହୁଁଥିଲେ କି ହୁଏତ ତାଙ୍କ ବଦଳି ହୋଇଗଲେ ବିଦ୍ୟା ମଧ୍ୟ ସୁଧୁରୀ ଯିବେ ଏବଂ ଭଲ ବାଟକୁ ଫେରି ଆସିବେ ଏବଂ ଫୁଣି ଥରେ ନିଜର ନୂତନ ଜୀଵନ ର ଆରମ୍ଭ କରିବେ କିନ୍ତୁ ଏହା ହୋଇ ପାରି ନଥିଲା ।

ତେବେ ସୌମ୍ୟ ଙ୍କ ମାତା ଙ୍କ ଅନୁସାରେ ଦୁହିଁ ଙ୍କ ଭିତରେ ସ୍ୱାମୀ ସ୍ତ୍ରୀ ଭଳି କୌଣସି ସମ୍ପର୍କ ନଥିଲା ଏବଂ ବିବାହ ର ଏକ ବର୍ଷ ପର୍ଯ୍ୟନ୍ତ ସମ୍ପର୍କ ରଖିବ ନାହିଁ ବୋଲି ଆଗ୍ରିମେଣ୍ଟ ମଧ୍ୟ ହୋଇଥିଲା । ଏହା ଛଡା ବିଦ୍ୟା ଭାରତୀ ସୌମ୍ୟ ଙ୍କୁ ମାନସିକ ସ୍ତରରେ ଅନେକ ଯନ୍ତ୍ରଣା ଦେଇ ଆସୁଥିଲେ ବୋଲି ଅଭିଯୋଗ ମଧ୍ୟ ଆସିଛି ।

ତେବେ ଏହି ସବୁ ଅଭିଯୋଗ କୁ ଖାରଜ କରିଛନ୍ତି ବିଦ୍ୟା ଏବଂ ଅନ୍ୟପଟେ ସୌମ୍ୟ ଙ୍କ ମାଆ ବାପା ସୌମ୍ୟ ଙ୍କୁ ନ୍ୟାୟ ମିଳୁ ବୋଲି ଅନେକ ପଦକ୍ଷେପ ମଧ୍ୟ ନେଉଛନ୍ତି । ତେବେ ସତ କଣ ଆଉ ମିଛ କଣ ତାହା ପୋଲିସ ତଦନ୍ତ କଲାପରେ ହିଁ ଜଣାଯିବ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଲ ହେଇଛି ଯେଉଁ ଭିଡିଓ ରେ ବିଦ୍ୟା ଭାରତୀ ଏବଂ ସୌମ୍ୟ ରଞ୍ଜନ ଙ୍କ ହସ୍ତଗଣ୍ଠି ପଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ଏହି ଭିଡିଓ ରେ ବ୍ରାହ୍ମଣ ମନ୍ତ୍ର ପଡୁଛନ୍ତି ଏବଂ ବିଦ୍ୟା ଓ ସୌମ୍ୟ ଦୁହେଁ ବହୁତ ଖୁସି ଥିବାର ମଧ୍ୟ ନଜର ଆସୁଛନ୍ତି । ତେବେ ବାହାଘର ରେ ଦୁହେଁ ଖୁସି ଥିଲେ ଯଦି ତେବେ ଦୁହିଁଙ୍କ ଭିତରେ ଏହି ଦୂରତା କିପରି ହେଲା ଏବଂ ଏଭଳି ଏକ ଦୁର୍ଘଟଣା କିପରି ଘଟିଲା ସେ ସବୁ ସମ୍ପର୍କରେ ବର୍ତ୍ତମାନ ପୋଲିସ ଖୋଳତାଳ କରୁଛି ଏବଂ ଆବଶ୍ୟକ ଅନୁଯାୟୀ ଜେରା ମଧ୍ୟ କରୁଛି । ତେବେ ବର୍ତ୍ତମାନ କେବଳ କିଏ ସତ କହୁଛି ଏବଂ ଏହି ମୃତ୍ୟୁ ପଛରେ ଥିବା ରହସ୍ୟ କଣ ତାହା ଜାଣିବାର ଅଛି ।

Leave a Reply

Your email address will not be published. Required fields are marked *