ACF Soumyaranjan ଡେଥ ମିଷ୍ଟ୍ରି- ‘ସବୁଠୁ ଅଧିକ ତୁମକୁ ଘୃଣା କରେ’ ଜବତ ହୋଇଥିବା ଚିଠିର ସତ ମାନିଲେ ବିଦ୍ୟା ଭାରତୀ, କହିଲେ କିଛି ଏମିତି… ଦେଖନ୍ତୁ Video

ବନ୍ଧୁଗଣ ସୋମ୍ୟ ରଞ୍ଜନଙ୍କ ହତ୍ୟା ମାମଲାରେ ନୂଆ ନୂଆ ରହସ୍ୟର ପରଦାଫାସ ହେବାକୁ ଲାଗିଛି ଓ ଏହି ସବୁ ରହସ୍ୟର ପରଦାଫାସ ବିଦ୍ୟା ଭାରତୀଙ୍କ ପାଇଁ ହେଉଛି । ସୋମ୍ୟଙ୍କ ହତ୍ୟା ପଛରେ ତାଙ୍କ ପତ୍ନୀଙ୍କ ହାତ ଅଛି ବୋଲି ସୋମ୍ୟଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଗତ କିଛି ଦିନ ହେବ ପୋଲିସ ଏହାର ତଦନ୍ତ କଡାକଡି କରୁଛି । ବର୍ତ୍ତମାନ ଏହି ମାମଲାଟି ଏକ ନୂଆ ମୋଡ ନେଇଛି । ତଦନ୍ତକାରୀ ସାଇଣ୍ଟିଫିକ ଟିମ ହାତରେ ଲାଗିଛି ଏକ ଗୋଲାପି ରଙ୍ଗର ଚିଠି । ପ୍ରଥମେ ସାଇଣ୍ଟିଫିକ ଟିମ ଏହି ଚିଠିଟି କିଏ ଲେଖିଛି ସେ ନେଇ ପଚରା ଉଚରା କରିଥିଲା । ଯେତେବେଳେ ଏହି ଚିଠି ବିଷୟରେ ବିଦ୍ୟାଙ୍କୁ ପଚରା ଗଲା ସେତେବେଳେ ବିଦ୍ୟା ନିଜେ ଏହି ଚିଠି ଲେଖିଛନ୍ତି ବୋଲି କହିଥିଲେ ।

ବିଦ୍ୟା ଓ ସୋମ୍ୟଙ୍କ ମଧ୍ୟରେ ପ୍ରତିଦିନ ପାରିବାରିକ କଳହ ଲାଗି ରହୁଥିଲା । ବିଦ୍ୟାଙ୍କ ମତରେ ସେ ବହୁତ ଦୁଃଖ କଷ୍ଟରେ ରହିବା ହେତୁ ନିଜ ମନର କଥାକୁ ସେହି ଚିଠିରେ ଲେଖିଥିଲେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଚିଠିରେ ଲେଖା ହୋଇଥିବା ସମସ୍ତ ତଥ୍ୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବିଦ୍ୟା ସେହି ଚିଠିରେ ଲେଖିଛନ୍ତି-‘ପୃଥିବୀରେ ମୁ ସବୁଠାରୁ ତମକୁ ଅଧିକ ଘୃଣା କରେ । ହେ ପ୍ରଭୁ ମୋର ସବୁ ଭୁଲ କୁ କ୍ଷମା କର, ମୋ ଜୀବନକୁ ନଷ୍ଟ କରିବାକୁ ଦିଅ ନାହିଁ । କେମିତି ଆଉ ତିନି ଦିନ କଟିବ । ୧୨ ତାରିଖରୁ ୧୫ ତାରିଖ ପରେ ଶାନ୍ତିରେ ରହିବି’ ବୋଲି ଚିଠିରେ ଲେଖା ହୋଇଛି ।

ଏହାପରେ ଆଗକୁ ବିଦ୍ୟା ଲେଖିଛନ୍ତି-‘ମୁ ଏ ଲୋକକୁ ସବୁଠାରୁ ଅଧିକ ଘୃଣା କରେ, ମୋ ନାମକୁ ଏହି ଲୋକର ନାମ ସହ ଯୋଡିବା ପାଇଁ ମଧ୍ୟ ସବୁଠାରୁ ଖରାପ ଲାଗୁଛି । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜୀବନକୁ ବରବାଦ କରିଦିଏ, ପ୍ଳିଜ ମତେ କ୍ଷମା କରିଦିଅ । ଜୀବନ ସାରା ପାଇଁ ମୁ କଷ୍ଟ ସହିପାରିବି ନାହିଁ ମୁ କେବେ କାହାର କ୍ଷତି କରିନାହିଁ ଓ କ୍ଷତି ଚାହିଁ ନାହିଁ’ ।

ବନ୍ଧୁଗଣ ବିଦ୍ୟା ସେହି ଚିଠିରେ ୧୨ ରୁ ୧୫ ତାରିଖ ବିଷୟରେ କିଛି ଲେଖିଛନ୍ତି । ଏହା ବିଷୟରେ ସାଇଣ୍ଟିଫିକ ଟିମ ତାଙ୍କୁ ପଚରା ଉଚରା କରିଥିଲା । ବିଦ୍ୟା ସେତେବେଳେ କହିଥିଲେ, କଣ ପାଇଁ ମୁ ଏମିତି ଲେଖିଛି ଜାଣି ନାହିଁ ହେଲେ ମୋ ମନରେ ଯେତେବେଳେ ଦୁଃଖ ଥାଏ ସେତେବେଳେ ମୁ ଚିଠିରେ ଲେଖିଦିଏ ।

ବିଦ୍ୟା ନିଜ ସ୍ଵାମୀ ସୋମ୍ୟଙ୍କ ଉପରେ ବହୁତ ସନ୍ଦେହ କଟୁଥିଲେ । ସୋମ୍ୟ ଅନ୍ୟ ଏକ ମହିଳାଙ୍କ ସହ ସମ୍ପର୍କ ରଖୁଥିଲେ ବୋଲି ବିଦ୍ୟା କହିଥିଲେ । ଏହି କାରଣ ପାଇଁ ସେମାନଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଥିଲା ଓ ବିଦ୍ୟା ଦୁଃଖ ପ୍ରକାଶ କରୁଥିଲେ । ଏହିପରି ଭାବରେ ବିଦ୍ୟା ସେହି ଚିଠିରେ ଲେଖିଥିବା ସମସ୍ତ କଥାକୁ ସ୍ଵୀକାର କରିଛନ୍ତି । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *