ACF Soumya Ranjan ଡେଥ ମିଷ୍ଟ୍ରି: ନାଲି ପୁଟୁଳିର ଦସ୍ତାବିଜ୍ ଖୋଲିବ ସୋମ୍ୟଙ୍କ ମୃତ୍ୟୁ ର ଅନେକ ଗୂଢ ରହସ୍ୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏସିଏଫ ସୌମ୍ୟ ଙ୍କ ମୃତ୍ୟୁ ର ରହସ୍ୟ ଖୋଲିବ କି ଜବତ ଦସ୍ତାବିଜ?ପତ୍ନୀ ବିଦ୍ୟା ଙ୍କ ଘରୁ ଜବତ ହେଲା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ । ଵିଦ୍ୟା ଓ ବିଦ୍ୟା ଙ୍କ ବାପା ଙ୍କୁ ମାରାଥନ ଜେରା ପରେ ମିଳିଲା କି ସୌମ୍ୟ ଙ୍କ ମୃତ୍ୟୁ ର ଗୁମର ?

ଦୁଇ ଥର ଜେରା କରି ସାରିବା ପରେ ଆବଶ୍ୟକ ପଡ଼ିଲେ ଆଉ ଥରେ ଜେରା କରାଯିବ । ପୋଲିସ ଙ୍କ କହିବା ଦସ୍ତାବିଜ ରେ କିଛି ତଥ୍ୟ ମିଳିବା ନିସ୍ପଷ୍ଟ ହୋଇଛି । ପାଖାପାଖି ୩ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି ପୋଲିସ ସୌମ୍ୟ ଙ୍କ ପତ୍ନୀ ବିଦ୍ୟା ଓ ଶ୍ବଶୁର ଙ୍କୁ ଜେରା କରିଥିଲା ।

ତାଙ୍କ ପାଖରୁ ପୋଲିସ ସୋମବାର କିଛି ମୋବାଇଲ ଜବତ କରିଥିବା ବେଳେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପୋଲିସ ହାତରେ ଲାଗିଛି । ଯାହା ବଡ଼ ପ୍ରମାଣ ହୋଇପାରେ । ଅନ୍ୟ ପକ୍ଷରେ ସୌମ୍ୟ ଙ୍କ ମୃତ୍ୟୁ ର ରହସ୍ୟ ଖୋଲିବା ପାଇଁ ପୋଲିସ କୁ ସହଯୋଗ କରିବା ପାଇଁ କ୍ରାଇମବ୍ରାଞ୍ଚ ର ଚାରି ଜଣିଆ ଟିମ୍ ପହଁଚିଛି ପାରଳାଖେମୁଣ୍ଡି ରେ ।

ଘଟଣା ବାବଦରେ ଏସ୍ପି ଙ୍କ ସମାଲୋଚନା କରିବ । ବୁଧବାର ଦିନ ତଦନ୍ତକାରୀ ଅଫିସର ଙ୍କ ସହିତ ତଦନ୍ତକାରୀ ପ୍ରକ୍ରିୟା କୁ ଅଧିକ ଗତିଶୀଳ କରିବେ । ଏ ଭିତରେ ଏସସିଏଫ ସୌମ୍ୟ ଙ୍କ ମୃତ୍ୟୁ କୁ ସାତ ଦିନ ବିତିଗଲା । ତାଙ୍କ ମୃତ୍ୟୁ ର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।

ତାଙ୍କ ମୃତ୍ୟୁ ର ପ୍ରକୃତ କାରଣ ଖୋଜିବାରେ ପୋଲିସ ନିଜର ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ସାରିଛି । ତେବେ ସୌମ୍ୟ ଙ୍କ ମୃତ୍ୟୁ ଉପରୁ ରହସ୍ୟ ଉଠାଇବା ବର୍ତ୍ତମାନ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *