ନମସ୍କାର ବନ୍ଧୁଗଣ ଆପଣ ମାନେ ରାଜନୀତି ସମ୍ପର୍କରେ ନିଶ୍ଚିତ କିଛି ନା କିଛି କଥା ଜାଣିଥିବେ । ଆମ ମନରେ ନେତା ର ଛବି ଭାବେ ମିଥ୍ୟ ପ୍ରତିଶ୍ରୁତି କୁ ବୁଝାଏ । ତେବେ ନିଜର ଶାସନ କୁ ବଜାୟ ରଖିବା ପାଇଁ ରାଜନେତା ମାନେ ଅନେକ ପ୍ରୟାସ କରିଥାନ୍ତି ।
ଏହା ଛଡା ବିରୋଧୀ ଦଳ ଙ୍କର କୌଣସି ଏକ ବଡ଼ ହେଉ କିମ୍ବା ଛୋଟ ଦୋଷ କୁ ଧରି ସେହିଥିରେ ରାଜନୀତି ଖେଳିଥାନ୍ତି । କେତେବେଳେ ଶାସକ ଦଳ ର ନେତା ବିରୋଧୀ ମାନଂକୁ ଉପଦେଶ ଦେଇଥାନ୍ତି ତ କେତେବେଳେ ବିରୋଧୀ ଦଳ ଶାସକ ଦଳ କୁ ଦୋଷ ଦେଖାଇବା ଆଦି କାର୍ଯ୍ୟ କରିଥାନ୍ତି । ତେବେ ବର୍ତ୍ତମାନ କଂଗ୍ରେସ ଦଳ ର ଯୁବ ନେତା ମାନେ ତଥା କଂଗ୍ରେସ ଦଳ ର ନେତା ସୁର ରାଉତରାୟ ସାଧାରଣ ଜନତା ଙ୍କ ପାଇଁ ରାଜ ରାସ୍ତା କୁ ଆନ୍ଦୋଳନ କରିବା ପାଇଁ ଆସିଛନ୍ତି ତେବେ ଆସନ୍ତୁ ଜାଣିନେବା ଘଟଣା ଟି କଣ ।
କଂଗ୍ରେସ ଦଳ ର ନେତା ଙ୍କ ଅନୁସାରେ ମୋଦି ସରକାର ଅଛେ ଦିନ ଦେଖେଇବେ କହି ବହୁତ ଭଲ ଦିନ ଦେଖାଉଛନ୍ତି ପେଟ୍ରୋଲ ଦର ୧୦୦ ଉପରକୁ ହୋଇ ସାରିଲାଣି । ତେଲ,ରନ୍ଧନ ଗ୍ୟାସ,ଡିଜେଲ ଆଦି ସବୁ କ୍ଷେତ୍ରରେ ଦର ବୃଦ୍ଧି ପାଉଛି । ଏହା ଦ୍ୱାରା ସାଧାରଣ ଜନତା ମାନେ ମଧ୍ୟ ବହୁତ ହଇରାଣ ହେଉଛନ୍ତି ।
ତେବେ ସେଥିପାଇଁ କିଛି ଦିନ ଆଗରୁ ଯୁବ କଂଗ୍ରେସ ର ନେତା ମାନେ ୨୦୧୪ ରେ ଥିବା ପେଟ୍ରୋଲ ଦର ୮୦ ଟଙ୍କା ରେ ଜନତା ମାନଂକୁ ଦେଉଥିଲେ ଏବଂ ଯଦି ସରକାର ଏହାକୁ କମାଇବା ପାଇଁ କୌଣସି ପଦକ୍ଷେପ ନନେବେ ତେବେ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ଏବଂ କଂଗ୍ରେସ ସମସ୍ତେ ଜନତା ଙ୍କ ପାଇଁ ଆନ୍ଦୋଳନ କରିବା ପାଇଁ ରାସ୍ତା କୁ ଓଲ୍ହାଇ ଆସିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।
ତେବେ ଆଜି କଂଗ୍ରେସ ଦଳ ର ନେତାମାନେ ପେଟ୍ରୋଲ ପମ୍ପ ପାଖରେ ରହି ଲୋକ ମାନଂକୁ କେତେ ଟଙ୍କା ଦେଲ ଏବଂ ତେଲ ଦର କମେଇବାକୁ ଚାହୁଁଛ କି ଏଭଳି ପ୍ରଶ୍ନ କରୁଥିଲେ । ଏହା ପରେ ସେ କହିଛନ୍ତି କି ଏତେ ଦର ହେବା ଯୋଗୁଁ ସାଧାରଣ ଜନତା ତଥା ଆମ ମାନଂକୁ ମଧ୍ୟ ବାଧୁଛି ତେଣୁ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ତୁରନ୍ତ ଏ ନେଇ କିଛି ପଦକ୍ଷେପ ନିଅନ୍ତୁ ନଚେତ ନିଜ ପଦବୀ ରୁ ଇସ୍ତଫା ଦେଇ ଦିଅ । ତେବେ ଏ ନେଇ ଆପଣଙ୍କ ବିଚାର କଣ । ନିଶ୍ଚୟ କମେନ୍ଟ କରନ୍ତୁ ।