କରୋନାର ଦ୍ଵିତୀୟ ଲହର ଯୋଗୁଁ ମାଟ୍ରିକ ଓ ଦ୍ଵାଦଶ ପରୀକ୍ଷା ସରକାର ବାତିଲ କରି ଦେଇଥିଲେ । ମାଧ୍ଯମିକ ଶିକ୍ଷା ପରିଷଦ ବାହାର କରିଥିବା ବିକଳ୍ପ ଅନୁଯାୟୀ ସେମାନଙ୍କ ବାର୍ଷିକ ଫଳାଫଳ ଘୋଷଣା କରିଥିଲେ ।
ତେବେ ଏହିପରି ମହାମାରୀ ପରିସ୍ଥିତି ମଧ୍ୟରେ ବିନା ପରୀକ୍ଷାରେ ନ୍ୟାୟସଙ୍ଗତ ଭାବେ କିପରି ଛାତ୍ର-ଛାତ୍ରୀଙ୍କ ପରୀକ୍ଷା ଫଳ ବାହାର କରାଯିବ ଏହା ଏକ ବଡ ଆହ୍ଵାନ ଥିଲା । ମାତ୍ର ପୂର୍ବରୁ ସୂଚାଇ ଦିଆ ଯାଇଥିଲା ଯେଉଁ ଛାତ୍ର ଛାତ୍ରୀ ତାଙ୍କ ଫଳାଫଳରେ ଅସନ୍ତୁଷ୍ଟ ହେବେ ସେମାନେ କାରୋନା ପରିସ୍ଥିତି ସୁଧୁରିବା ପରେ ଶ୍ରେଣୀ ଗୃହ ପରୀକ୍ଷା ପାଇଁ ଆବେଦନ କରି ପାରିବେ । ଚଳିତ ବର୍ଷ ପ୍ରାୟ ୬ ଲକ୍ଷ ୩୦ ହଜାର ପିଲା ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ ଓ ସେଥି ମଧ୍ୟରୁ ୯୭ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଥିଲେ ।
ତେବେ ଜୁଲାଇ ୫ ରୁ ୧୫ ମଧ୍ୟରେ ଫଳାଫଳ ନେଇ ଅସନ୍ତୁଷ୍ଟ ବିଦ୍ୟାର୍ଥୀ ମାନଙ୍କୁ ଫର୍ମ ପୂରଣ କରିବା ପାଇଁ ସମୟ ଦିଆ ଯାଇଥିଲା । ସେହି ସୂଚୀ ଅନୁସାରେ ସମସ୍ତ ବର୍ଗରୁ ପ୍ରାୟ ୧୫୧୧୫ ଜଣ ଫର୍ମ ପୂରଣ କରିଛନ୍ତି । ବ୍ଲକ ହେଡ କ୍ଵାଟର ଓ ଜିଲ୍ଲା ହେଡ କ୍ଵାଟରରେ ପରୀକ୍ଷା କରିବା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି । ଆସନ୍ତା ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା କରାଯିବ ।
ପରୀକ୍ଷା ପୂର୍ବରୁ ଓ ପରେ ଶ୍ରେଣୀ ଗୃହକୁ ସାନିଟାଇଜ କରାଯିବ ଓ ସମସ୍ତ ପ୍ରକାର କୋଭିଡ ନିୟମାବଳୀକୁ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ସରକାର । ବିନା ମାସ୍କରେ ପରୀକ୍ଷା ହଲରେ ବସିବାକୁ ଅନୁମତି ଦିଆ ଯିବ ନାହିଁ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ପରୀକ୍ଷାର ୪୮ ଘଣ୍ଟା ପୂର୍ବରୁ ପରିଚାଳନା ଦାୟିତ୍ବରେ ଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ କୋଭିଡ ଟେଷ୍ଟ କରାଯିବା ସହ ପରୀକ୍ଷା ହଲରେ ପ୍ରବେଶ ପୂର୍ବରୁ ମଧ୍ୟ ବିଦ୍ୟାର୍ଥୀଙ୍କ ଥର୍ମାଲ ସ୍କାନିଂ କରାଯିବ ।
ସମସ୍ତ କୋଭିଡ ଗାଇଡ ଲାଇନ ସଠିକ ଭାବେ ପାଳନ ହେଉଛି କି ନାହିଁ ସେ ବିଷୟରେ ମଧ୍ୟ କଡାକଡି ଭାବେ ତଦାରଖ କରାଯିବ । ପରୀକ୍ଷା ସରିବା ପରେ ଅଗଷ୍ଟ ୧୦ ରୁ ୧୫ ମଧ୍ୟରେ ହେବାକୁ ଥିବା ମୂଲ୍ୟାୟନ ପାଇଁ ମୂଲ୍ୟାୟନ କେନ୍ଦ୍ରରେ ମଧ୍ୟ ସମସ୍ତ କୋଭିଡ ଗାଇଡଲାଇନ ପାଳନ କରାଯିବ । କାରୋନା ପାଇଁ ଅନେକ ଦିନ ଧରି ଶ୍ରେଣୀ ଗୃହ ବନ୍ଦ ଥିବା ବେଳେ, ବର୍ତ୍ତମାନ ପିଲାଙ୍କ ପାଇଁ ଶ୍ରେଣୀ ଗୃହ ପାଠ ପଢା ଆରମ୍ଭ କରିବା ଅପରିହାର୍ଜ୍ୟ ହୋଇ ପଡିଛି ।
ସେଥିପାଇଁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ପାଇଁ ସମସ୍ତ କୋଭିଡ ଗାଇଡଲାଇନ ପାଳନ ସହ ଆସନ୍ତା ଜୁଲାଇ ୨୬ ତାରିଖରୁ ଶ୍ରେଣୀ ଗୃହ ପାଠପଢା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଦଶମ ଓ ଦ୍ଵାଦଶ ଶ୍ରେଣୀ ବ୍ଯତୀତ ଅନ୍ୟ ସମସ୍ତ ଶ୍ରେଣୀ ପୂର୍ବ ପରି ଅନଲାଇନ କ୍ଳାସ କରିବେ । ଯେଉଁ ସ୍ଥାନରେ କୋଭିଡ କେସ ବୃଦ୍ଧି ପାଏ ସେହି ଜିଲ୍ଲାରେ ସେହି ଅନୁସାରେ ସ୍କୁଲ ପରିଚାଳନା ପାଇଁ ଜିଲ୍ଲାପାଳ ମାନଙ୍କୁ ଦାୟିତ୍ଵ ଦେଇଛନ୍ତି ସରକାର ।
ସମସ୍ତ ରାଜ୍ୟରେ ଏଥିପାଇଁ ବିଦ୍ୟାଳୟ ଗୁଡିକ ସକାଳ ୧୦ଟା ରୁ ଦିନ ୧ଟା ସମୟ ପର୍ଯ୍ୟନ୍ତ ଖୋଲାଯିବ ଓ ରବିବାର ଏବଂ ସମସ୍ତ ସରକାରୀ ଛୁଟି ଦିନ ମାନଙ୍କରେ ବିଦ୍ୟାଳୟ ବନ୍ଦ ରଖାଯିବ । ଯଦି ପରିସ୍ଥିତି ସୁଧୁରେ ତେବେ ଏହା ପରେ ନବମ ଶ୍ରେଣୀ ପାଇଁ ମଧ୍ୟ ସ୍କୁଲ ଖୋଲାଯିବ । ଏଥିରେ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ , ଧନ୍ୟବାଦ