ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର କୋପ ବର୍ଷୁଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ ଜାରି କରିଛନ୍ତି । ବନ୍ଧୁଗଣ ଲକଡାଉନ କାରଣରୁ ଅବଶ୍ୟ ଜୀବନ ବଞ୍ଚୁଛି ହେଲେ ଜୀବିକା ନୁହେଁ ।
ଲୋକମାନଙ୍କ ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ହୋଇଯାଇଛି । ଲକଡାଉନ କାରଣରୁ ଲୋକମାନେ ନିଜ ଜୀବିକା ହରାଇଛନ୍ତି । କରୋନା ପୂର୍ବରୁ ଭୋକ ଲୋକ ମାନଙ୍କ ଜୀବନ ନେଇଯିବ ଏମିତି ଲାଗୁଛି । ବନ୍ଧୁଗଣ ଅନ୍ୟ ପକ୍ଷରେ ତୈଳ ଦର ଓ ଅତ୍ୟାବସକୀୟ ସାମଗ୍ରୀର ଦର ବୃଦ୍ଧି ହେବାରୁ ଲୋକ ମାନଙ୍କ ଉପରେ ଚଡକ ପଡିଯାଇଛି ।
ରାଜ୍ୟରେ ତୈଳ ଦର ୧୦୦ ଛୁଇଁବାରୁ ବାମ ଦଳ ଆସୁଥିବା ୧୫ ତାରିଖରେ ଓଡିଶା ବନ୍ଦ ଡକରା ଦେଇଛନ୍ତି । ବାମ ଦଳକୁ ସମର୍ଥନ କରୁଛନ୍ତି କଂଗ୍ରେସ ଦଳ । ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦର ବୃଦ୍ଧିକୁ ନେଇ ସମ୍ବଲପୁର କଂଗ୍ରେସ ଦଳ ଶଗଡ ଗାଡିରେ ମୋଟର ସାଇକେଲ ନଦୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ର-ତି-ବା-ଦ କରିଛନ୍ତି ।
ଭଦ୍ରକ ଜିଲ୍ଲା କଂଗ୍ରେସ ମଧ୍ୟ ସେହି ସମାନ ଢଙ୍ଗରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖର ବି-କ୍ଷୋ-ଭ ପଦର୍ଶନ କରିଛି । ଝାରସୁଗୁଡା ଟାଉନ କଂଗ୍ରେସ କମିଟି ଦର ବୃଦ୍ଧିକୁ ନେଇ ଜନସାଧାରଣ ମାନଙ୍କୁ ଅବଗତ କରେଇବା ସହ ପ୍ର-ତି-ବା-ଦ କରେଇଛନ୍ତି । ବନ୍ଧୁଗଣ ଆସନ୍ତା କାଲି ତଥା ଜୁଲାଇ ୧୫ ତାରିଖରେ ଦର ଦାମ ବୃଦ୍ଧିକୁ ନେଇ କଂଗ୍ରେସ ରାଲି କରିବାକୁ ଯାଉଛି ।
୧୫ ତାରିଖ ଦିନ କେହି ପେଟ୍ରୋଲ, ଡିଜେଲ ଓ ଗ୍ୟାସ ନ କିଣିବାକୁ ଅପିଲ କରିଛନ୍ତି ପିଶିଶି ସଭାପତି । ବନ୍ଧୁଗଣ ଲକଡାଉନ ପାଇଁ ଅନେକ ଲୋକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏପଟେ ଦର ଦାମ ବୃଦ୍ଧି ଜନସାଧାରଣ ମାନଙ୍କ ପାଇଁ କାଳ ହୋଇସାରିଛି । ବର୍ତ୍ତମାନ କଂଗ୍ରେସ ଦଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି ।
ଦେଶର ଅବସ୍ଥା ଜଟିଳ ହୋଇ ଯାଉଛି । ଏହିପରି ଅବସ୍ଥାରେ ସରକାର ଜନସାଧାରଣଙ୍କ କଷ୍ଟକୁ ବୁଝି ପାରୁ ନାହାନ୍ତି । କଂଗ୍ରେସ ସହ ରାଜ୍ୟର ଅନ୍ୟ ସଂଗଠନ ମାନେ ଦର ବୃଦ୍ଧି ପ୍ରସଙ୍ଗରେ ମୋର୍ଚ୍ଚା ଖୋଲିଛନ୍ତି । କେତେକ ଲୋକଙ୍କ ମତରେ ସରକାର ଜନସାଧାରଣ ମାନଙ୍କ ଠାରୁ ଶୋ-ଷ-ଣ କରୁଛନ୍ତି । ତେଣୁ ସରକାର ଏଥିପାଇଁ ଏକ ବଡ ନିଷ୍ପତ୍ତି ନେବା ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ଦର ବୃଦ୍ଧିକୁ ନେଇ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।