ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ରାଜ୍ୟ ରେ କରୋନା ସଂକ୍ରମଣ ର ମାତ୍ରା ଧୀରେ ଧୀରେ କମିବାକୁ ଲାଗିଛି । ଯାହା ଦ୍ୱାରା ରାଜ୍ୟ ରେ ଲକଡାଉନ କଟକଣା କୁ କୋହଳ କରାଯିବା ନେଇ ବିଚାର କରାଯାଉଛି ।
ଆସନ୍ତା ଜୁଲାଇ ମାସ ୧୬ ତାରିଖ ଦିନ ଲକଡାଉନ ର ଅବଧି ଶେଷ ହେବାକୁ ଯାଉଛି । ତେବେ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ଉପକୂଳ ର ଆହୁରି କେତେକ ଜିଲ୍ଲା ରେ ଲକଡାଉନ କଟକଣା କୁ କୋହଳ କରାଯିବ । ଏହା ସହିତ କ୍ୟାଟେଗୋରୀ ବି ରେ ଥିବା କେତେକ ଜିଲ୍ଲା ରୁ ସପ୍ତାହନ୍ତ ସଟ ଡାଉନ ଉଠି ଯାଇପାରେ ବୋଲି ସୂଚନା ମିଳିଛି ।
ଖୋର୍ଦ୍ଧା, କଟକ,ପୁରୀ ଆଦି ଜିଲ୍ଲା ଗୁଡିକ ରେ ପୂର୍ବ ଭଳି ଲକଡାଉନ କଟକଣା ବଳବତ୍ତର ରହିପାରେ ବୋଲି ଆଶା କରାଯାଉଛି । ହୋଟେଲ,ରେସ୍ତୋରାଁ, ବାର,ଜିମ ଆଦି ଖୋଲିବ କି ନାହିଁ ତାହା ଉପରେ ସମସ୍ତ ଙ୍କ ନଜର ରହିଛି ।
ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୨୦୦୦ କୁ କମିଲାଣି । ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ର ପ୍ରତିଶତ ୩.୦୯ ପ୍ରତିଶତ ରହିଛି । କରୋନା ମାନଚିତ୍ର ରେ ବର୍ତ୍ତମାନ ଗ୍ରୀନ ଜୋନ ହେଉଛି ଓଡିଶା । କିଛି ଦିନ ପୂର୍ବ ରୁ ଯେଉଁ ସବୁ ଜିଲ୍ଲା ଗୁଡିକ ରେଡ଼ ଜୋନ ମଧ୍ୟରେ ରହିଥିଲା ବର୍ତ୍ତମାନ ସେହି ସବୁ ଜିଲ୍ଲା ଗୁଡିକ ଗ୍ରୀନ ଜୋନ ରେ ପରିଣତ ହୋଇ ଆସିଲାଣି ।
ବର୍ତ୍ତମାନ ଗ୍ରୀନ ଜୋନ ର୍ବ ଅଛି ୨୮ ଜିଲ୍ଲା ଓ ନୟାଗଡ଼ ଓ କଟକ ଭଳି ଜିଲ୍ଲା ବର୍ତ୍ତମାନ ୟେଲୋ ଜୋନ ରେ ରହିଛି । ଏହା ସହିତ ଆକ୍ଟିଭ କେସ ରେଡ଼ ଜୋନ ର୍ବ ଖୋର୍ଦ୍ଧା ଓ କଟକ ରହିଛି । ବର୍ତ୍ତମାନ ରାଜ୍ୟ ଲକଡାଉନ କଟକଣା କୁ କୋହଳ କରାଯିବ କି ସମ୍ପୂର୍ଣ୍ଣ ଭାବରେ ଲକଡାଉନ କୁ ଉଠାଇ ଦିଆଯିବ ସେ ବିଷୟ ରେ କୌଣସି ସୂଚନା ମିଳି ନାହିଁ ।
କିନ୍ତୁ ରାଜ୍ୟ ର ସମସ୍ତ ତଥ୍ୟ କୁ ବିଚାର କରି ନିଷ୍ପତ୍ତି ନିଆଯିବ ବୋଲି ସରକାର ଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ବନ୍ଧୁଗଣ ଏଥିରେ ଆପଣଙ୍କ ମତାମତ କଣ ଲକଡାଉନ ଉଠିବା ଉଚିତ ନା କଟକଣା କୋହଳ କରିବା ଉଚିତ ? ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ