ଦେଖନ୍ତୁ Video: ରଥଯାତ୍ରା କଟକଣା କୁ ନେଇ କିଛି ଏମିତି ସୁର (Sura Routray) “ସରକାର ଯେତେ ତାର ବାଡ ପକେଇ ଜେଲ୍ ରେ… ” ଶୁଣିଲେ ହସି ହସି ଗଡିବେ

ବନ୍ଧୁଗଣ ଆଜି ହେଉଛି ପବିତ୍ର ରଥ ଯାତ୍ରା । ଆମ ଓଡିଆ ଧର୍ମରେ ରଥ ଯାତ୍ରା ହେଉଛି ଏକ ପବିତ୍ର ପର୍ବ । ଆଜି ପରିକା ପବିତ୍ର ପର୍ବରେ ଶ୍ରୀ ମହାପ୍ରଭୁ ଜଗନ୍ନାଥ ରଥରେ ବସି ନିଜ ମାଉସୀ ମାଙ୍କ ପାଖକୁ ଯିବେ । ବନ୍ଧୁଗଣ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନି ଜଣ ଅଲଗା ଅଲଗା ରଥରେ ବସି ପ୍ରତିବର୍ଷ ଏହି ପବିତ୍ର ରଥ ଯାତ୍ରାରେ ଯାନ୍ତି ।

ଏହି ପବିତ୍ର ଦିନରେ ଲକ୍ଷାଧିକ ଲୋକ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରନ୍ତି । ହେଲେ ଦୁଃଖର କଥା ଏହା ହେଉଛି ଯେ, ଗତ ବର୍ଷ ପରି ଏହି ବର୍ଷ ମଧ୍ୟ କରୋନା କଟକଣା ଲାଗି ରହିଛି । ତେଣୁ ଜନସାଧାରଣ ମାନଙ୍କୁ ପୁରୀ ଯିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି ।

ଏହି ପବିତ୍ର ରଥ ଯାତ୍ରା ଅବସରରେ ସୋସିଆଲ ମିଡିଆରେ ଏକ ଭିଡିଓ ପ୍ରଚୁର ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ କଂଗ୍ରେସ ନେତା ସୁର ରାଉତରାୟ ଏପରି କିଛି କଥା କହିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ସୁର ଭାଇ କହୁଛନ୍ତି-‘ ସରକାର ଯେତେ ତାର ବାଦ ପକେଇ ମତେ ଜେଲରେ ପୁରେଇଲେ ବି ମୁ ଜଗନ୍ନାଥଙ୍କ ପାଖକୁ ଯିବି । ମୁ ନିଶ୍ଚୟ ଯିବି ଜଗନ୍ନାଥଙ୍କ ଦର୍ଶନ ପାଇଁ ଏଥିରେ ସନ୍ଦେହ ନାହିଁ । କାଲି ସଖାଳ ସମୟରେ ଆପଣ ମାନେ ମତେ ପୁରୀରେ ପାଇବେ ଓ ପୁଣି ୯ଟା ୧୦ଟା ବେଳେ ତମେ ମତେ ଏଇଠି ପାଇବ’ ।

ଏହାପରେ ଆଗକୁ ସୁର ଭାଇ କହିଲେ-‘ ସରକାରଙ୍କ କଟକଣା ବହୁତ କଡା ଅଛି ମୁ ଜାଣିଛି । ମୁ ବଡଦାଣ୍ଡକୁ ଯିବି ନାହିଁ ଓ ରଥ ଭିଡିବି ନାହିଁ । ମୁ କଟକଣା ମାନିବି । ତା ବୋଲି କଣ ମୁ ଆମ ଘରକୁ ଯିବି ନାହିଁ । ଆମ ବନ୍ଧୁ ଘରକୁ ଯିବି ନାହିଁ । ଆମର ଗୋଟେ ବନ୍ଧୁ ବେମାରରେ ପଡିଛି ତାକୁ ଦେଖିବାକୁ କଣ ଯିବି ନାହିଁ । ବଡଦାଣ୍ଡକୁ ଯିବି ନାହିଁ କି ରଥ ଭିଡିବିନି ସରକାରଙ୍କ ନିୟମକୁ ମାନିବି’ ।

ଏହାପରେ ଆଗକୁ ସୁର ଭାଇ କହିଲେ-‘ ସରକାର କହିଛନ୍ତି ଛାତ ଉପରେ ରହି ମଧ୍ୟ ଦେଖି ହେବ ନାହିଁ । ଛାତ କଣ ସରକାରଙ୍କର ଏ କଣ ହିଟଲର । ଏ କଣ ମନେ ମନେ ସବୁ । କଲେକ୍ଟର ପୁରୀ, କଲେକ୍ଟର ଏସ୍ପି ତାମେ ଏତେ କଟକଣା କରନି କି ହିଟଲର ହୁଅନି । ମନେ ମନେ ବିରାଟ ଗର୍ବ କରନି । ଆମକୁ ଫ୍ରିଡମ ଦିଅ ।

ଆମେ ଆମ ଘରକୁ ଯିବୁ । ଆମ ଘର ଭିତରେ ରହି ଆମେ ଦେଖିବୁ । ଆମେ ବାହାରକୁ ଯିବୁ ନି କି ବଡଦାଣ୍ଡକୁ ଯିବୁନି କି ରଥ ଟାଣିବୁନି । ଆମେ ସରକାରଙ୍କ ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରିବୁ’ । ବନ୍ଧୁଗଣ ରଥ ଯାତ୍ରା ପାଇଁ ଏହି ପରି ଭାରେ କିଛି ବାର୍ତ୍ତା ଦେଇଥିଲେ ସୁର ଭାଇ । ତା ହେଲେ ବନ୍ଧୁଗଣ ଆପଣ ସୁର ଭାଇଙ୍କ ଏହି ବାର୍ତ୍ତା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *