ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ନାରୀ ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନି ଥାନ୍ତି । ସେଥିପାଇଁ ନାରୀ ମାନଙ୍କୁ ବହୁତ ସ୍ନେହ ଆଦରର ସହ ବଡ କରିଥାନ୍ତି । ମହିଳା ମାନଙ୍କୁ ସମ୍ମାନ ଦେବା ପ୍ରତ୍ୟକ ମଣିଷଙ୍କ କର୍ତ୍ତବ୍ୟ ହୋଇଥାଏ ।
ଗୋଟେ ନାରୀ ଚାହିଁଲେ ଘରକୁ ସ୍ଵର୍ଗରେ ପରିଣତ କରିପାରିବ । ହେଲେ ବନ୍ଧୁଗଣ ଆଜି ମଧ୍ୟ ଦେଶର କୌଣସି ନା କୌଣସି ସ୍ଥାନରେ ନାରୀ ଓ ପୁରୁଷ ମାନଙ୍କ ମଧ୍ୟରେ ଅନ୍ତର କରାଯାଉଛି । ପୁରୁଷ ମାନଙ୍କୁ ଯେତିକି ଅଧିକାର ଦିଆଯାଉଛି ସେତିକି ନାରୀ ମାନଙ୍କୁ ଦିଆଯାଉ ନାହିଁ । ପୁରାତନ କାଳରେ ନାରୀ ମାନଙ୍କ ଉପରେ ବହୁତ ଅନ୍ୟାୟ ଓ ଅତ୍ୟାଚାର ହେଉଥିଲା । ସମାଜରେ ନାରୀ ମାନଙ୍କୁ ବଞ୍ଚିବାକୁ ହେଲେ ଅନେକ ପ୍ରକାରର ନୀତି ନିୟମକୁ ମାନି ଚଳିବାକୁ ପଡିଥାଏ ।
ଆମ ସମାଜରେ ଏପରି ବହୁତ ଲୋକ ଅଛନ୍ତି ଯେଉଁ ମାନେ ପୁଅ ପାଇବା ପାଇଁ ବହୁତ ପୂଜା ଅର୍ଚ୍ଚନା କରିଥାନ୍ତି । କାରଣ ପୁଅ ବଂଶ ରକ୍ଷକ ହେବା ସହ ବାପା ମାଙ୍କ ବୃଦ୍ଧାବସ୍ତାରେ ତାଙ୍କ ସାହାରା ହେବ । ହେଲେ ବନ୍ଧୁଗଣ ଏହି ଦୁନିଆରେ ସବୁ ପୁଅ ସମାନ ନାହାନ୍ତି । ଏହି ଦୁନିଆରେ ଏପରି ମଧ୍ୟ କେତେକ ପୁଅ ଅଛନ୍ତି ଯେଉଁ ମାନେ ନିଜ ବାପାଙ୍କୁ ଠୋ-କ-ର ମା-ରି ଦିଅନ୍ତି ।
ବନ୍ଧୁଗଣ ଝିଅ ମାନେ ନିଜ ବାପା ମାଙ୍କୁ ବହୁତ ଅଧିକ ଭଲ ପାନ୍ତି । ସେମାନେ ବିବାହ କରିବା ପରେ ମଧ୍ୟ ନିଜ ବାପା ମାଙ୍କ କଥା ବୁଝି ଥାନ୍ତି । ହେଲେ ଏହି ଦୁନିଆରେ ଅନେକ ଲୋକ ପୁତ୍ର ସନ୍ତାନ ପ୍ରାପ୍ତ କରିବା ପାଇଁ ଇଛା କରିଥାନ୍ତି । ଲୋକମାନଙ୍କ ଏହି ଚିନ୍ତାଧାରାକୁ ବଦଳାଇବା ପାଇଁ ସରକାର ଅନେକ ପ୍ରକାର ପଦକ୍ଷେପ ନେଇଛନ୍ତି ।
ବର୍ତ୍ତମାନ ଶ୍ରୀ ବାଲାଜି ସୁପର ସ୍ପେଶିଆଲ ହସ୍ପିଟାଲ ଏକ ବଡ ଘୋଷଣା କରିଛି । ତେବେ ଛତିଶଗଡ ରାଜଧାନୀ ରାୟପୁରରେ ଥିବା ଏହି ହସ୍ପିଟାଲ କର୍ତ୍ତୁରପକ୍ଷଙ୍କ ଏକ ମହତ୍ଵପୂର୍ଣ୍ଣ ଘୋଷଣାକୁ ନେଇ ବର୍ତ୍ତମାନ ସାରା ଦେଶରେ ଚର୍ଚା ଚାଲିଛି । ସୂଚନା ଅନୁଯାଇ ଗତ ଫେବୃୟାରି ୧୫ ତାରିଖରେ ଏହି ହସ୍ପିଟାଲର ୧୨ ବର୍ଷ ପୂରଣ ହୋଇଥିଲା । ଯାହାଫଳରେ ହସ୍ପିଟାଲ ଏକ ବଡ ଘୋଷଣା କରିଥିଲା ।
ବନ୍ଧୁଗଣ ଗତ ଫେବୃୟାରି ୧୫ ତାରିଖରୁ ଏହି ହସ୍ପିଟାଲରେ ଯଦି କୌଣସି ମହିଳା ଝିଅ ଜନ୍ମ କରିବ ତା ହେଲେ ସେହି ଦମ୍ପତ୍ତିଙ୍କ ଠାରୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ । ଏହି ଯୋଜନାର ଫାଇଦା ବର୍ତ୍ତମାନ ସମସ୍ତେ ଉଠାଇ ପାରିବେ । ହସ୍ପିଟାଲର ଏମିତି ଏକ ବଡ ନିଷ୍ପତ୍ତିକୁ ନେଇ ଆଇଏଏସ ଅବନିଶ ଶରଣ ବେସ ପ୍ରଶଂସା କରିଛନ୍ତି ଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଘୋଷଣାର ପ୍ରଶଂସା କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଯୋଜନାଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଏହି କାମଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ଗୋଟେ ସେୟାର ନିଶ୍ଚୟ କରିବେ । ଧନ୍ୟବାଦ ।