ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କାନ୍ଥ ରେ ଝୁଲୁଛି ଚାରି ରୋଜଗାରିଆ ସ୍ୱାମୀ ଙ୍କ ଫଟୋ । ସେଦିନ ର କଥା ମନେ ପଡ଼ିଗଲେ ସ୍ତ୍ରୀ ମାନଙ୍କ ଆଖି ରୁ ଲୁହ ର ଧାରା ନିଗିଡ଼ି ପଡୁଛି । ସ୍ୱାମୀ ଙ୍କ ଛାତିରେ ମୁଣ୍ଡ ରଖି କାନ୍ଦିବାକୁ ଚାହିଁଲେ ମଧ୍ୟ ସ୍ୱାମୀ ମାନେ ଆଉ ପାଖରେ ନାହାଁନ୍ତି ।
ଯଦି ସ୍ୱାମୀ ମାନଙ୍କ କଥା ମନେ ପଡୁଛି ତେବେ ପରସ୍ପର କୁ ଧରାଧରି ହୋଇ କାନ୍ଦୁଛନ୍ତି ସ୍ତ୍ରୀ ମାନେ । ଆଗ ପଛ ହୋଇ ୪ ଭାଇ କୋରନା ମହାମାରୀ ରେ ଚାଲିଗଲେ । ସମ୍ପୂର୍ଣ୍ଣ ଘର ଆଜି ପୁରୁଷ ଶୂନ୍ୟ ହୋଇଯାଇଛି । ସେମାନଙ୍କ ସ୍ମୃତି ରେ ଘରର କାନ୍ଥ ରେ ଝୁଲୁଛି ଚାରି ଭାଇ ଙ୍କ ଫଟୋ । ଅଗ୍ନି କୁ ସାକ୍ଷୀ ରଖି ଯାହାର ହାତ ଧରିଥିଲେ ସେ ଆଜି ଏହି ଦୁନିଆ ରେ ନାହାନ୍ତି ।
କୋରନା ରେ ପରିବାର ର ଚାରି ଭାଇ ଚାଲିଗଲେ । ଆଠ ଜଣ ପିଲାଛୁଆ ବର୍ତ୍ତମାନ ବାପ ଛେଉଣ୍ଡ ହୋଇଯାଇଛନ୍ତି । ଗଞ୍ଜାମ ଜିଲ୍ଲା ବେଗୁନିଆ ପଡ଼ା ବ୍ଲକ ଅଙ୍ଗାର ଗ୍ରାମ ର ସାହୁ ପରିବାର ର ଚାରି ବୋହୁ ଙ୍କ ମଥା ରୁ କୋରନା ମହାମାରୀ ପୋଛିଦେଲା ସିନ୍ଦୁର । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପରିବାର କୁ ସରକାର ଙ୍କ ତରଫ ରୁ କୌଣସି ସୁବିଧା ମିଳିନାହିଁ ।
ପରିବାର ରେ ୧୨ ଜଣ ପ୍ରାଣୀ ଦୁଃଖ କଷ୍ଟ ରେ ଚଳି ଯାଉଛନ୍ତି । ପିଲା ମାନଙ୍କ ଭବିଷ୍ୟତ କଥା ଭାବି ଚିନ୍ତା ରେ ଅଛନ୍ତି ସେମାନଙ୍କ ମାଆ ମାନେ । ପରିବାର ସଦସ୍ୟ ଙ୍କୁ ଯେତେବେଳେ ଏହି ସମ୍ବନ୍ଧରେ ପଚରାଗଲା ସେମାନେ ଉତ୍ତର ରେ କହିଥିଲେ ଯେ ପ୍ରଶାସନ ତାଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଶ୍ୱାସନା ଦେଇଥିଲା ।
କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷ ରୁ କୌଣସି ବି ସୁବିଧା ସାହାଯ୍ୟ ମିଳିନାହିଁ । ସେମାନେ ବହୁତ କଷ୍ଟ ରେ ନିଂ ଗୁଜୁରାଣ ମେଣ୍ଟାଉଛନ୍ତି । ସେମାନଙ୍କ ଘରେ ଏବେ କେହି ରୋଜଗାର କ୍ଷମ ପୁରୁଷ ମଧ୍ୟ ନାହାନ୍ତି । ସାହୁ ପରିବାର ରେ ସର୍ବମୋଟ ପାଞ୍ଚ ଜଣ ପୁଅ । ଦୁଇ ବର୍ଷ ତଳେ ଦୁ-ର୍ଘ-ଟ-ଣା ରେ ଜଣେ ପୁଅ ଙ୍କ ମୃ-ତ୍ୟୁ ହୋଇଥିଲା ।
ବର୍ତ୍ତମାନ କୋରନା ମହାମାରୀ ରେ ଚାରି ଜଣ ପୁଅ ଙ୍କ ଜୀବନ ମଧ୍ୟ ଚାଲିଗଲା । ଦୋକାନ ରୁ ଯାହା ରୋଜଗାର ହେଉଛି ସେଥିରେ ହିଁ ସମ୍ପୂର୍ଣ୍ଣ ପରିବାର ଦୁଃଖ କଷ୍ଟ ରେ ଚଳୁଛନ୍ତି । ବର୍ତ୍ତମାନ ସରକାର ଙ୍କ ସାହାଯ୍ୟ କୁ ଅପେକ୍ଷା କରି ରହିଛନ୍ତି ସାହୁ ପରିବାର । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।