ଦେଖନ୍ତୁ Video : ସୋସିଆଲ ମିଡିଆରେ ଦଶମ ଶ୍ରେଣୀ ପିଲା ମାନଙ୍କ କଥା କୁ ନେଇ Police Station ରେ Fir, କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୋରନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ହେବ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ପିଲା ମାନଙ୍କ ସ୍ୱାସ୍ଥ୍ୟ ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

କିନ୍ତୁ ପିଲା ମାନଙ୍କ ପାଠପଢ଼ା ରେ ଯେପରି ଅବହେଳା ନ ହେଉ ସେଥିପ୍ରତି ମଧ୍ୟ ସରକାର ଧ୍ୟାନ ରଖିଛନ୍ତି ଏବଂ ଅନଲାଇନ କ୍ଳାସ ମାଧ୍ୟମରେ ପିଲା ମାନଙ୍କୁ ଶିକ୍ଷା ଦାନ କରିବାର ଘୋଷଣା କରିଛନ୍ତି । ପରେ ଯେତେବେଳେ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ର ସମୟ ଆସିଲା ସେତେବେଳେ କୋରନା ପରିମାଣ ବୃଦ୍ଧି ପାଇଥିଲା । ଯାହା ଫଳ ରେ ଦଶମ ଶ୍ରେଣୀ ପିଲାମାନେ ଏକଜୁଟ ହୋଇ ପରୀକ୍ଷା ନ କରିବା ନିମନ୍ତେ ରାଲି କରିଥିଲେ ।

ଏହାପରେ ସରକାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପ୍ରିଟେଷ୍ଟ ଓ ନବମ ଶ୍ରେଣୀ ମାର୍କ ଅନୁସାରେ ଦଶମ ବୋର୍ଡ ର ମାର୍କ ଦିଆଯିବ ବୋଲି ଘୋଷଣା କରିଥିଲେ । ଏହି ନିଷ୍ପତ୍ତି ଙ୍କୁ ସମସ୍ତ ଅଭିଭାବକ ମଧ୍ୟ ଗ୍ରହଣ କରିଥିଲେ ।

ତେବେ ପରୀକ୍ଷା ଫଳ ବାହାରିବା ପରେ କିଛି ଛାତ୍ରଛାତ୍ରୀ ନିଜ ମାର୍କ କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଅଧିକ ମାର୍କ ଦେବା ପାଇଁ ଧାରଣା କରିଛନ୍ତି । ବିଶେଷ କରି ଶିଶୁ ମନ୍ଦିର ର ଛାତ୍ରଛାତ୍ରୀ ମାନେ ନିଜ ମାର୍କ କୁ ନେଇ ଅଭିଯୋଗ କରିଛନ୍ତି ଏବଂ କହିଛନ୍ତି ଯେ, ସରକାର ତାଙ୍କ ସହିତ ଅନ୍ୟାୟ କରିଛନ୍ତି ସେମାନଙ୍କୁ ନ୍ୟାୟ ଦରକାର ।

ଏହା ସହିତ ସେମାନେ ସରକାରୀ ବିଦ୍ୟାଳୟ ରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଙ୍କୁ ଉପହାସ କରି କହିଛନ୍ତି ଜେଜ଼ ସେମାନଙ୍କ ମାର୍କ ରଖିବାର କ୍ଷମତା ନାହିଁ କିନ୍ତୁ ତାଙ୍କୁ ଅଧିକ ନମ୍ବର ଦିଆଯାଇଛି । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଯେଉଁ ଛାତ୍ରୀ ଟି ସରକାରୀ ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ରଛାତ୍ରୀ ଙ୍କ କ୍ଷମତା କୁ ନେଇ ପ୍ରଶ୍ନ ଉଠାଇଥିଲା ଏବଂ ତାଙ୍କୁ ଅଯୋଗ୍ୟ ବୋଲି କହିଥିଲା ସେହି ଝିଅ ର ଭିଡିଓ ବହୁତ ମାତ୍ରାରେ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିଲା ।

ଜଣେ ୟୁଟ୍ୟୁବର୍ ସେହି ପିଲା ଟି ର ମନ୍ତବ୍ୟ ରେ କିଛି ମଜାଳିଆ କଥା କହି ନିଜ ତାଙ୍କ ୟୁଟ୍ୟୁବ ରେ ଛାଡ଼ିଛନ୍ତି । ଯେଉଁ କାରଣରୁ ତାଙ୍କ ବାପା ଫୋନ କରି କହିଛନ୍ତି ଯେ, ଯଦି ଭିଡିଓ ଡିଲିଟ୍ ନ କରିବେ ତେବେ ସେ ପୋ-ଲି-ସ ରେ ଅ-ଭି-ଯୋ-ଗ କରିବେ । ଏହି ସବୁ କଥା କୁ ମଧ୍ୟ ରେକର୍ଡ଼ିଂ କରି ପୁଣିଥରେ କିଛି କିଛି ମଜା କଥା କହି ମିଡିଆ ଆଗରେ ଛାଡ଼ିଛନ୍ତି ।

ଯାହା ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ।  ବନ୍ଧୁଗଣ ଏହି ପ୍ରସଙ୍ଗରେ ଆପଣଙ୍କ ମତାମତ କଣ ? ପ୍ରାଇଭେଟ ଛାତ୍ରୀ ମାନେ ଯେଉଁଭଳି ଭାବେ ସରକାରୀ ବିଦ୍ୟାଳୟର ପିଲାଙ୍କୁ ନିମ୍ନ ଧାଡିରେ ଦେଖୁଛନ୍ତି ତାହା କେତେ ଦୂରେ ଠିକ ? ଆପଣଙ୍କ ମତାମାତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *