ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ କମ ବୟସରୁ ହିଁ ଦାନ୍ତ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦାନ୍ତ ପୋକ ଖାଇବା ଦ୍ଵାରା ଆମକୁ ଖାଦ୍ୟ ଚୋବାଇବାରେ ଅସୁବିଧା ହୋଇଥାଏ ଓ ଆମ ଦାନ୍ତରେ ବହୁତ କଷ୍ଟ ହୋଇଥାଏ ।
ଆମ ମାନଙ୍କ ଦାନ୍ତ ସାଧାରଣ ଅବଡାଖବଡା ହୋଇ ରହିଥାଏ । ଆମ ଦାନ୍ତରେ ଅଧିକ ସମୟ ପର୍ଯ୍ୟନ୍ତ ଖାଦ୍ୟ ପଦାର୍ଥ ଲାଗି ରହିଥାଏ ଯାହାଫଳରେ ଦାନ୍ତରେ ବ୍ୟାକ୍ଟେରିଆ ଜମାଟ ବାନ୍ଧି ଥାଏ । ଧୀରେ ଧୀରେ ଦାନ୍ତରେ ଏକ ଛୋଟ କଣା ହୋଇଯାଇଥାଏ । ସେତେବେଳେ ଦାନ୍ତରେ ପୋକ ଖାଇଯାଇଥାଏ ବୋଲି ଆମେ କହିଥାଉ ।
ଯେଉଁ ମାନେ ଅଧିକ ମିଠା ଜାତୀୟ ଖାଦ୍ୟ ଖାଇ ଠିକ ଭାବରେ ଦାନ୍ତ ସଫା କରି ନଥାନ୍ତି ସେହି ମାନଙ୍କର ଏହି ସମସ୍ୟା ଅତି ଶୀଘ୍ର ହୋଇଥାଏ । ଛୁଆ ମାନେ ଅଧିକାଂଶ ଚକିଲେଟ ଆଦି ମିଠା ଜିନିଷ ଖାଇବାକୁ ଭଲ ପାନ୍ତି ଓ ସେମାନେ ନିଜ ଦାନ୍ତର ସଠିକ ଭାବରେ ଧ୍ୟାନ ରଖିପାରନ୍ତି ନାହିଁ । ଏହି କାରଣ ହେତୁ ଅଧିକାଂଶ ଛୁଆ ମାନଙ୍କର ଦାନ୍ତ ପୋକ ଖାଇଯାଇଥାଏ ।
ଦାନ୍ତ ପୋକ ଖାଇବାର କିଛି ବିଶେଷ ଲକ୍ଷଣ ମଧ୍ୟ ରହିଛି । ପ୍ରଥମତଃ ହେଉଛି ଦାନ୍ତ ରଙ୍ଗ ବଦଳିଯିବା । ଦାନ୍ତ ରଙ୍ଗ ପ୍ରଥମେ ହଳଦିଆ ହେବା ଓ ଧୀରେ ଧୀରେ କଳା ପଡିଯିବା । ଏହାପରେ ଦାନ୍ତରୁ ଧୀରେ ଧୀରେ କଣା ହେବା । ତେଣୁ ବନ୍ଧୁଗଣ ଦାନ୍ତ ପୋକ ଖାଇବାର ଏହି ସବୁ ବିଶେଷ ଲକ୍ଷଣ ରହିଛି ।
ଦାନ୍ତ ବିନ୍ଧିବାର ମଧ୍ୟ କିଛି ବିଶେଷ ଚିକିତ୍ସା ରହିଛି । ବନ୍ଧୁଗଣ ଯଦି ଆପଣ ମାନଙ୍କର ଦାନ୍ତ ବିନ୍ଧା ହେଉଛି ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତି । ଡାକ୍ତର ମାନେ ପ୍ରଥମେ ଦାନ୍ତର ଏକ୍ସରେ କରିବେ ଓ ଦାନ୍ତ ଖରାପ ହେବାର ମୂଳ କାରଣ ବିଷୟରେ ଜାଣି ପାରିବେ । ଯଦି ଦାନ୍ତ କଣା ହୋଇଯାଇଥିବ ତା ହେଲେ ସେମାନେ କଣାକୁ ଫିଲିଙ୍ଗ କରିଦେବେ ଓ ଯଦି ଦାନ୍ତରେ କ୍ୟାବିଟି ଥିବ ତା ହେଲେ ସେମାନେ କ୍ୟାବିଟିକୁ ବାହାର କରିଦେବେ ।
ଦାନ୍ତକୁ ସୁରକ୍ଷିତ ରଖିବା ମଧ୍ୟ ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ଦୁଇ ଥର ଭଲ ଭାବର ଦାନ୍ତ ସଫା କରନ୍ତୁ । ସଖାଳ ସମୟରେ ବ୍ରସ କରନ୍ତୁ ଓ ରାତିରେ ଶୋଇବା ପୂର୍ବରୁ ବ୍ରସ କରନ୍ତୁ । ଆପଣ ଦିନକୁ ଯେତେ ଥର ବି ଭୋଜନ କରୁଛନ୍ତି ଭୋଜନ କରିବା ପରେ ମୁହଁକୁ ଭଲ ଭାବରେ ଧୁଅନ୍ତୁ । ଦାନ୍ତ ସଫା କରିବା ସହ ଆପଣ ମାନେ ଜିଭକୁ ମଧ୍ୟ ଭଲ ଭାବରେ ସଫା କରିବା ଉଚିତ ।
କାରଣ ଅଧିକାଂଶ ବ୍ୟାକ୍ଟେରିଆ ଜିଭରେ ରାହିଜାଇଥାନ୍ତି । ତେଣୁ ଆମ ମାନଙ୍କୁ ଉଭୟ ଦାନ୍ତ ଓ ଜିଭର ଯତ୍ନ ନେବା ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ଦାନ୍ତ ସହ ଜଡିତ ଏହି ସବୁ ବିଶେଷ କଥା ଗୁଡିକର ଧ୍ୟାନ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ