ସାବଧାନ ! ଏହି ବ୍ଲଡ ଗୃପ ର ବ୍ୟକ୍ତି ଖାଆନ୍ତୁ ନାହିଁ ଚିକେନ-ମଟନ, ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ହାନିକାରକ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ ଯେ, ପୁଷ୍ଟିକର ଏବଂ ଦାମୀ ଖାଦ୍ୟ ଖାଇବା ପରେ ମଧ୍ୟ କିଛି ବ୍ୟକ୍ତି ସୁସ୍ଥ ରହି ନଥାନ୍ତି । ଏହା ପଛରେ ଅନେକ କାରଣ ଥାଇପାରେ ।

କିନ୍ତୁ ବିଶେଷଜ୍ଞ ଙ୍କ ଅନୁସାରେ, ବ୍ୟକ୍ତି ଯଦି ନିଜର ବ୍ଲଡ଼ ଗ୍ରୁପ ହିସାବ ରେ ଖାଦ୍ୟ ଖାଇଥାଏ ତେବେ ସେ ସୁସ୍ଥ ରହିଥାଏ ଏବଂ ଏହା ବ୍ୟକ୍ତି ର ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ । ନିଜ ବ୍ଲଡ଼ ଗ୍ରୁପ ଆଧାର ରେ ଗ୍ରହଣ ହୋଇଥିବା ଆହାର କୁ ଶରୀର ଦ୍ରୁତ ଗତି ରେ ପାଚନ କରି ପାରିଥାଏ । ବ୍ଲଡ଼ ଗ୍ରୁପ ୪ ପ୍ରକାରର ହୋଇଥାଏ । A, B, O ଏବଂ AB । ଖାଦ୍ୟପେୟ ର ବ୍ଲଡ଼ ଗ୍ରୁପ ସହିତ ସିଧାସଳଖ କନେକ୍ସନ ରହିଥାଏ ।

ୱେବଏମ୍ଡି ର ଏକ ରିପୋର୍ଟ ଅନୁସାରେ, ଆପଣଙ୍କ ଖାଦ୍ୟ ଖାଇବାର ସମ୍ପର୍କ ସିଧାସଳଖ ଆପଣଙ୍କ ବ୍ଲଡ଼ ଗ୍ରୁପ ଉପରେ ପଡ଼ିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ବ୍ଲଡ଼ ଗ୍ରୁପ ଅନୁସାରେ ବ୍ୟକ୍ତି ଙ୍କୁ କେଉଁ ଖାଦ୍ୟ ଗ୍ରହଣ କରିବା ଉଚିତ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ‘O’ ବ୍ଲଡ଼ ଗ୍ରୁପ ଲୋକଙ୍କୁ ହାଇ ପ୍ରୋଟିନ ଡାଏଟ ଫଲୋ କରିବା ଉଚିତ । ଯେପରିକି ଡାଲି, ମାଛ, ମଟନ୍, ଫଳ ଆଦି ନିଜ ଡାଏଟ ରେ ସାମିଲ କରନ୍ତୁ । ଶସ୍ୟ ଜାତୀୟ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ।

୨. ‘A’ ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଙ୍କ ଇମ୍ୟୁନିଟି ସିଷ୍ଟମ ବହୁତ ସମ୍ବେଦନଶୀଳ ଥାଏ । ତେଣୁ ଏମାନେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ । ଏହି ଗ୍ରୁପ ର ଲୋକଙ୍କୁ କମ ମିଟ୍ ଖାଇବା ଉଚିତ । କାରଣ ପାଚନ କରିବାରେ ଏହା ସମୟ ନେଇଥାଏ । ଏହି ବ୍ଲଡ଼ ଗ୍ରୁପ ର ବ୍ୟକ୍ତି ଙ୍କୁ ଚିକେନ୍, ମଟନ୍ କମ ଖାଇବା ଆବଶ୍ୟକ ଏବଂ ଗାଜର, ସବୁଜ ପରିବା, ନାସପାତି ଓ ଫଳ ର ସେବନ କରିବା ଆବଶ୍ୟକ ।

୩. ‘B’ ବ୍ଲଡ଼ ଗ୍ରୁପ ର ବ୍ୟକ୍ତି ସବୁଠାରୁ ସେଫ ଜୋନ ରେ ରହିଥାନ୍ତି । ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି ଙ୍କ ପ୍ରତି ବିଶେଷ କିଛି ଖାଦ୍ୟ ର ବାରଣ ନାହିଁ । ଆପଣ ଚିକେନ୍, ମଟନ, ସବୁଜ ପନିପରିବା, ଫଳ ସବୁ ଖାଇ ପାରିବେ । ଏହି ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତି କ୍ଷୀର ଓ ଅଣ୍ଡା ଆଦି ଭରପୁର ମାତ୍ରାରେ ସେବନ କରି ପାରିବେ ।

୪. ‘AB’ ବ୍ଲଡ଼ ଗ୍ରୁପ କୁ ରେୟାର ବୋଲି କୁହାଯାଏ । ଏହି ବ୍ଲଡ଼ଗ୍ରୁପ ବହୁତ କମ ଲୋକ ମାନଙ୍କ ପାଖରେ ଥାଏ । ତାଙ୍କୁ ଫଳ ଓ ସବୁଜ ପରିବା ଅଧିକ ମାତ୍ରାରେ ଖାଇବା ଉଚିତ । ଆମିଷ ଜିନିଷ ଖୁବ କମ ଖାଇବା ଆବଶ୍ୟକ । କ୍ଷୀର ରେ ପ୍ରସ୍ତୁତ ଜିନିଷ ଏମାନଙ୍କ ପାଇଁ ଖୁବ ଲାଭଦାୟୀ ହୋଇଥାଏ । ଉଦାହରଣ ସ୍ୱରୂପ, ବଟର୍ ଏମାନଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *