ଅଭିନେତ୍ରୀ Janklin ଏତେ ପତଳା କାହିଁକି ? ଉତ୍ତରରେ କଣ କହିଲେ ସ୍ଵାମୀ Arabind, ଶୁଣିଲେ ହସି ହସି ଗଡିବେ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଜ୍ୟାଙ୍କଲୀନ ପରିଡ଼ା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଜ୍ୟାଙ୍କଲୀନ ଟିଭି ଇଣ୍ଡଷ୍ଟ୍ରୀ ରେ ପ୍ରଥମ ଥର ପାଇଁ ରିଆଲିଟି ସୋ ରଜ କୁଇନ ମାଧ୍ୟମରେ ପାଦ ରଖିଥିଲେ  ।

୨୦୧୬ ମସିହାରେ ସେ ରଜ କୁଇନ ସୋ ର ବିଜେତା ମଧ୍ୟ ହୋଇଥିଲେ । ଏହାପରେ ତାଙ୍କୁ ଅନେକ ଓଡ଼ିଆ ଟିଭି ସିରିଆଲ ରେ ମଧ୍ୟ ଦେଖିବାକୁ ମିଳିଥିଲା । “ମୋ ଜେଜେମା” ସିରିଆଲ ରେ ତାଙ୍କୁ ନେଗେଟିଭ ଚରିତ୍ର ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅଭିନେତ୍ରୀ ଜ୍ୟାଙ୍କଲୀନ ପରିଡ଼ା ଙ୍କୁ ସାର୍ଥକ ଟିଭି ରେ ପ୍ରସାରିତ ଧାରାବାହିକ “ହେ ପ୍ରଭୁ” ଦେଖିବାକୁ ମିଳୁଛି ।

ଜ୍ୟାଙ୍କଲୀନ ନିଜ ଅଭିନୟ ଓ ସୁନ୍ଦରତା ଜରିଆରେ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଓ ପରିଚୟ ସୃଷ୍ଟି କରିଛନ୍ତି । ତେବେ ବିଗତ ମାସ ଜ୍ୟାଙ୍କଲୀନ ଅଭିନେତା ଅରବିନ୍ଦ ଙ୍କୁ ବିବାହ କରିଛନ୍ତି । ଅରବିନ୍ଦ ଙ୍କୁ ମଧ୍ୟ ମୋ ଜେଜେମା ସିରିଆଲ ରେ ଦେଖିବାକୁ ମିଳିଥିଲା । ଏହି ଯୋଡ଼ି ଓଡ଼ିଶା ର ସମସ୍ତ ଦର୍ଶକ ଙ୍କ ପ୍ରିୟ ଯୋଡ଼ି ଅଟନ୍ତି ।

ବିବାହ ପରେ ଏହି ଯୋଡ଼ି ସୋସିଆଲ ମିଡିଆ ରେ ନିଜର ଅନେକ ଫଟୋ ଓ ଭିଡିଓ ସେୟାର କରୁଛନ୍ତି ଏବଂ ପ୍ରାୟତଃ ସମୟ ଏକାଠି ଲାଇଭ ମଧ୍ୟ ଆସୁଛନ୍ତି । ତେବେ ଜ୍ୟାଙ୍କଲୀନ ବହୁତ ପତଳା ଥିବାରୁ ଜଣେ ୟୁଜର ଅରବିନ୍ଦ ଙ୍କୁ କହିଥିଲେ ଯେ, ତାଙ୍କୁ ଖୁଆଇ ମୋଟା କରନ୍ତୁ । ମୋଟା ହେଲେ ସେ ବହୁତ ସୁନ୍ଦର ଦେଖାଯିବେ । ଏହାର ଉତ୍ତର ରେ ଅଭିନେତା ଅରବିନ୍ଦ କହିଥିଲେ ଯେ, କୌଣସି ବି ବ୍ୟକ୍ତି ର ବଡି ଲାଂଗୁଏଜ କୁ ନେଇ ଏଭଳି ଉପହାସ କରିବା ଉଚିତ ନୁହେଁ ।

ସେ ଏହା ମଧ୍ୟ କହିଲେ ଯେ, ଆଗରୁ ସେ ମଧ୍ୟ ବହୁତ ପତଳା ଥିଲେ ଏବଂ ବର୍ତ୍ତମାନ ସେ ବହୁତ ମୋଟା ହୋଇ ଯାଇଛନ୍ତି । ଯାହାଫଳରେ ତାଙ୍କୁ ଖାଇବା ପିଇବା ମାମଲାରେ ରେ ବହୁତ କଣ୍ଟ୍ରୋଲ କରିବାକୁ ପଡୁଛି । ଜ୍ୟାଙ୍କଲୀନ ଙ୍କ ମଧ୍ୟ ଅରବିନ୍ଦ ଙ୍କ ଠାରେ ଏହା ଅଭିଯୋଗ ଯେ, ସେ ବହୁତ ମୋଟା ହୋଇଯାଇଛନ୍ତି ।

ଶେଷରେ ଅରବିନ୍ଦ ହସିକରି କହିଲେ ଯେ, ଜ୍ୟାଙ୍କଲୀନ ବହୁତ ଭାଗ୍ୟଶାଳୀ କାରଣ ସେ ପତଳା ଥିବାରୁ ନିଜ ମନ ଇଚ୍ଛା ରେ ଖାଇ ପାରୁଛନ୍ତି ଏବଂ ତାଙ୍କୁ କେହି ରୋକୁ ନାହାନ୍ତି ମଧ୍ୟ । ତେବେ ଏହିପରି ଭାବରେ ସେ ୟୁଜର ଙ୍କୁ ତାଙ୍କ ପ୍ରଶ୍ନ ର ଉତ୍ତର ଦେଇଥିଲେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *