Ollywood ର ଲୋକପ୍ରିୟ ଅଭିନେତ୍ରୀ Snigdha Mohanty ଙ୍କ Family & Biography, ବହୁତ ହିଁ ସୁନ୍ଦରୀ ଲାଗନ୍ତି ସ୍ନିଗ୍ଧା ଙ୍କ ଝିଅ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଦୀର୍ଘ ସମୟ ଧରି ସକ୍ରିୟ ରହିଥିବା ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ସ୍ନିଗ୍ଧା ମହାନ୍ତି ଜଣେ ଲୋକପ୍ରିୟ ଅଟନ୍ତି । ଆପଣ ମାନେ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ଙ୍କୁ ତ ଅନେକ ଓଡ଼ିଆ ଫିଲ୍ମ ରେ ନିଶ୍ଚିତ ଭାବରେ ଦେଖିଥିବେ ।

ଉଭୟ ପଜିଟିଭ ଓ ନେଗେଟିଭ ଭୂମିକା ରେ ଅଭିନୟ କରି ସେ ଦର୍ଶକ ମାନଙ୍କ ହୃଦୟ କୁ କିଣିବାରେ ସଫଳ ହୋଇଛନ୍ତି । ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରନ୍ତି ମଧ୍ୟ । ଅନ୍ ସ୍କ୍ରୀନ ତ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ଦେଖିଥିବେ ।

କିନ୍ତୁ କଣ ଆପଣ ମାନେ ସ୍ନିଗ୍ଧା ମହାନ୍ତି ଙ୍କ ରିଅଲ ଲାଇଫ ଫ୍ୟାମିଲି ସମ୍ବନ୍ଧରେ ଜାଣିଛନ୍ତି? ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଓଲିଉଡ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ୧୯୮୦ ମସିହା ରୁ ଓଡ଼ିଆ ଫିଲ୍ମ ‘ଅଗ୍ନି ପରୀକ୍ଷା’ ରୁ ନିଜ କ୍ୟାରିଅର ର ଆରମ୍ଭ କରିଥିଲେ ।

ଏହାପରେ ତାଙ୍କୁ ଅନେକ ଓଡ଼ିଆ ଫିଲ୍ମ ରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା । ଏହି ଅଭିନେତ୍ରୀ ୧୯୯୧ ମସିହାରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ମ୍ୟୁଜିକ ଡ଼ାଇରେକ୍ଟର ଜୟ ପ୍ରକାଶ ମହାନ୍ତି ଙ୍କୁ ବିବାହ କରିଥିଲେ । ଏହା ବ୍ୟତୀତ ସ୍ନିଗ୍ଧା ମହାନ୍ତି ଙ୍କ ଜଣେ ଝିଅ ଅଛନ୍ତି ।

ତାଙ୍କ ନାମ ହେଉଛି ସମ୍ଭାବନା ମହାନ୍ତି । ସମ୍ଭାବନା ମଧ୍ୟ ଦେଖିବାକୁ ନିଜ ମାଆ ଙ୍କ ଭଳି ବହୁତ ସୁନ୍ଦର ଅଟନ୍ତି । ସେ ମଧ୍ୟ ଜଣେ ଅଭିନେତ୍ରୀ ଓ ମଡେଲ ଅଟନ୍ତି । ଆପଣ ମାନେ ଅଭିନେତ୍ରୀ ସମ୍ଭାବନା ମହାନ୍ତି ଙ୍କୁ ଅନେକ ଓଡ଼ିଆ ଫିଲ୍ମ ରେ ଅଭିନୟ କରିଥିବାର ଦେଖିଥିବେ ।

ଏହା ବ୍ୟତୀତ ସମ୍ଭାବନା ବଲିଉଡ ସିରିଆଲ ରେ ମଧ୍ୟ ଅଭିନୟ କରୁଛନ୍ତି ଏବଂ ତାଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରୁଛନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *