Special Report: ଶୀଘ୍ର ସାରି ଦିଅନ୍ତୁ ସବୁ ବ୍ଯାଙ୍କ କାମ, ଏ ମାସରେ 15 ଦିନ ବନ୍ଦ ରହିବ ବ୍ଯାଙ୍କ

ବନ୍ଧୁଗଣ ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି କାମ ଅଛି ତା ହେଲେ ଶୀଘ୍ର ଶେଷ କରନ୍ତୁ । ମିଡିଆ ରିପୋର୍ଟସ ଅନୁସାରେ ଏହି ମାସରେ ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ଭାରତର ସବୁଠାରୁ ବଡ ବ୍ୟାଙ୍କ ଆରବିଆଇ ତରଫରୁ ସମସ୍ତ ବ୍ୟାଙ୍କର ଛୁଟି ନିର୍ଦ୍ଧାରିତ କରାଯାଇଥାଏ ।

ବିଭିନ୍ନ ରାଜ୍ୟ ଗୁଡିକର ପର୍ବ ପର୍ବାଣିକୁ ଆଖି ଆଗରେ ରଖି ଆରବିଆଇ ବ୍ୟାଙ୍କ ଛୁଟି ନିର୍ଦ୍ଧାରିତ କରିଥାଏ । ବର୍ତ୍ତମାନ ଏହା ଖବର ମିଳିଛି ଯେ, ଏହି ମାସରେ ୧୫ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ତେବେ ବ୍ୟାଙ୍କ ବନ୍ଦ ରହିବାର କାରଣ କଣ ଓ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଚଳିତ ମାସରେ ବ୍ୟାଙ୍କରେ କୌଣସି ପ୍ରକାରର ଛୁଟି ଦିଆଯାଇନଥିଲା । ଛୁଟି ନମିଳିଥିବାରୁ ଶନିବାର ଓ ରବିବାରକୁ ମିଶାଇ ଆଉ ୬ଟି ଛୁଟି ରହିଛି । ତେଞ୍ଜୁ ମୋଟ ଉପରେ ଏହି ମାସରେ ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ସବୁ ଦିନରେ ବ୍ୟାଙ୍କ ବନ୍ଦ ରହିବ ।

ଗତ ଜୁଲାଇ ୪ ତାରିଖ ଶନିବାର ଦିନ ବନ୍ଦ ରହିଥିଲା ବ୍ୟାଙ୍କ ସେହିପରି ୧୦ ଜୁଲାଇରେ ମାସର ଦ୍ଵିତୀୟ ଶନିବାର ପଡୁଥିବାର ବ୍ୟାଙ୍କି ବନ୍ଦ ରହିବ । ସେହିପରି ଭାବରେ ୧୧ ଓ ୧୮ ତାରିଖ ରବିବାର ପଡୁଛି । ଏହା ସହ ୨୪ ଜୁଲାଇ ମାସର ଚତୁର୍ଥ ଶନିବାରପଡୁଥିବା ବେଳେ ୨୫ ଜୁଲାଇ ରବିବାର ପଡୁଛି । ତେଣୁ ଏହି ଦିନ ଗୁଡିକ ପ୍ରାୟ ବନ୍ଦ ରହିବ ।

ଏହା ବ୍ୟତୀତ ଆସୁଥିବା ୧୨ ତାରିଖ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ସେହିପରି ୧୩ ଜୁଲାଇରେ ଭାନୁ ଜୟନ୍ତୀ ପାଇଁ ବ୍ୟାଙ୍କ ବନ୍ଦ ରହିବ । ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ କିଛି ବିଶେଷ ପର୍ବ ରହିଛି ଯେଉଁଥି ପାଇଁ ବ୍ୟାଙ୍କ ବନ୍ଦ ରହିବ । ୧୯ ତାରିଖରେ ମଧ୍ୟ ଏକ ପର୍ବ ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ ଓ ୨୦ ଜୁଲାଇରେ ବକ୍ରୀ ଇଦ ପଡୁଥିବାରୁ ବ୍ଯାଙ୍କ ବନ୍ଦ ରହିବ ।

ସେହିପରି ୨୧ ତାରିଖରେ ଇଦୁଲ ଜୁହା ପଡୁଥିବାରୁ ବ୍ଯାଙ୍କ ବନ୍ଦ ରହିବ । ବନ୍ଧୁଗଣ ୩୧ ତାରିଖରେ ମଧ୍ୟ ଏକ ବଡ ପର୍ବ ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ତେଣୁ ଯଦି ଆପଣ ମାନଙ୍କର କିଛି ବ୍ୟାଙ୍କ କାମ ଅଛି ତା ହେଲେ ଶୀଘ୍ର ଶେଷ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *