ମାତ୍ର 12 ବର୍ଷ ବୟସରେ ହରେଇ ଦେଇଥିଲେ ବାପାଙ୍କୁ, ମା’ ଦିନ-ରାତି ମୂଲ ଲାଗି ପଢେଇଲେ ପୁଅକୁ, ଓ ଏବେ ପୁଅ ଏମିତି ସୁଝିଲା ମା’ର ଋଣ, ଶୁଣିଲେ ଆପଣ ବି କରିବେ ସଲାମ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଯଦି ବ୍ୟକ୍ତି ର ଧର୍ଯ୍ୟ ଶକ୍ତି ଏବଂ ଆଗ୍ରହ ଥିବ ତେବେ ସେ କୌଣସି ବି କ୍ଷେତ୍ରରେ ନିଶ୍ଚିତ ଭାବରେ ସଫଳତା ହାସଲ କରି ପାରିବ। ସେହିପରି ବାସ୍ତବରେ କରି ଦେଖାଇଛନ୍ତି ଜଣେ ବ୍ୟକ୍ତି ଯିଏ ମାତ୍ର ୧୨ ବର୍ଷ ବୟସ ରେ ନିଜ ପିତା ଙ୍କୁ ହରାଇଥିଲେ।

ବର୍ତ୍ତମାନ ସେ ଜଣେ ଆଇ ଏ ଏସ ଅଫିସର ଅଟନ୍ତି।ନିଜ ପରିଶ୍ରମ ଓ ଆଗ୍ରହ ବଳ ରେ ଏହି ବ୍ୟକ୍ତି ସଫଳତା ର ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି।ଆପଣ ମାନେ ସେହି ବ୍ୟକ୍ତି ଜଣକ ସମ୍ବନ୍ଧରେ ଶୁଣି ଦ୍ଵନ୍ଦରେ ପଡ଼ିଯାଇଥିବେ। ତେବେ ଆସନ୍ତୁ ଜାଣିବା ସେହି ବ୍ୟକ୍ତି ଙ୍କ ସଫଳତା ର ବାସ୍ତବ କାହାଣୀ।

ଏହି କାହାଣୀ ଟି ହେଉଛି ଅରବିନ୍ଦ କୁମାର ମିଣା ଙ୍କ।ଯିଏ ରାଜସ୍ଥାନ ର ନାହାରଖୋହରା ଗ୍ରାମ ରେ ବାସ କରନ୍ତି।ଏହି ବ୍ୟକ୍ତି ଙ୍କ ପରିବାର ବହୁତ ଗରିବ ଅଟେ। କିନ୍ତୁ ସେ ନିଜ ଇଚ୍ଛା ଶକ୍ତି ଏବଂ ଧର୍ଯ୍ୟ ବଳ ରେ ଏଭଳି ସଫଳତା ହାସଲ କରିଛନ୍ତି ଯାହାକି ଜଣେ ସୁବିଧା ରେ ରହୁଥିବା ବ୍ୟକ୍ତି ମଧ୍ୟ କରି ପାରିବ ନାହିଁ। ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ମାତ୍ର ୧୨ ବର୍ଷ ବୟସ ରେ ଅରବିନ୍ଦ ଙ୍କ ଉପରୁ ପିତା ଙ୍କ ସାହା ଉଠି ଯାଇଥିଲା।

ଗରିବ ରେ ରହୁଥିବା ପରିବାର ପିତା ଙ୍କ ମୃତ୍ୟୁ ପରେ ଅସହାୟ ହୋଇ ପଡ଼ିଥିଲେ।ଏମାନଙ୍କ ଜୀବନ ରେ ସମସ୍ୟା ଆହୁରି ଅଧିକ ବଢ଼ି ଯାଇଥିଲା। ପିତା ଙ୍କ ନିଧନ ପରେ ଅରବିନ୍ଦ ଙ୍କ ସମ୍ପୂର୍ଣ୍ଣ ଦାୟିତ୍ବ ତାଙ୍କ ମାଆ ଉଠାଇଲେ ଏବଂ ମଜଦୁରି କରି ନିଜ ପୁଅ ଙ୍କୁ ପାଠ ପଢ଼ାଇଲେ।ଦାରିଦ୍ର୍ୟତା କାରଣରୁ ସେ ବିପିଏଲ ଶ୍ରେଣୀ ରେ ଆସିଗଲେ। ମାଟି ଘରେ ରହି ଅରବିନ୍ଦ ନିଜ ସ୍କୁଲ ଓ କଲେଜ ର ପାଠପଢ଼ା ପୂରଣ କରିଥିଲେ।

ଯେତେବେଳେ ବ୍ୟକ୍ତି ଅସୁବିଧା ରେ ଥାଏ ସେତେବେଳେ ସେ ସମ୍ପୂର୍ଣ୍ଣ ରୂପରେ ଭାଙ୍ଗି ପଡ଼ିଥାଏ। ଅରବିନ୍ଦ ନିଜ ପାଠପଢ଼ା ଛାଡ଼ିଦେବେ ବୋଲି ନିଷ୍ପତ୍ତି ମଧ୍ୟ ନେଇ ଯାଇଥିଲେ। କିନ୍ତୁ ତାଙ୍କ ମାଆ ତାଙ୍କୁ ସାହସ ଦେଇଥିଲେ ଏବଂ ପଢ଼ିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ।ଅରବିନ୍ଦ ପୁଣିଥରେ ପରିଶ୍ରମ କରିବାକୁ ଲାଗିଲେ।

ଏହାପରେ ତାଙ୍କ ପରିଶ୍ରମ ରଙ୍ଗ ଆଣିଥିଲା। ସେ UPSC ପରୀକ୍ଷା ଦେଇଥିଲେ ଏବଂ ସମଗ୍ର ଦେଶରେ ସେ ୬୭୬ ରାଙ୍କ ଓ SC ବର୍ଗ ରେ ୧୨ ରାଙ୍କ ହାସଲ କରିଥିଲେ।ଅରବିନ୍ଦ ନିଜ ପରିଶ୍ରମ ଦ୍ୱାରା ଏବଂ ନିଜ ମାଆ ଙ୍କ ଆଶୀର୍ବାଦ ଦ୍ଵାରା ସଫଳତା ହାସଲ କରିଛନ୍ତି ଏବଂ ନିଜ ପରିବାର ର ଭାଗ୍ୟ ବଦଳାଇ ଦେଇଛନ୍ତି। ଏଭଳି କାହାଣୀ ଖୁବ କମ ଦେଖିବାକୁ ମିଳିଥାଏ।ବର୍ତ୍ତମାନ ସମୟ ରେ ସୁବିଧା ରେ ରହୁଥିବା ବ୍ୟକ୍ତି ହାର ମାନି ବସି ଯାଉଛନ୍ତି। ସେମାନଙ୍କୁ ଅରବିନ୍ଦ ମିଣା ଙ୍କ ଠାରୁ ନିହାତି ଭାବରେ କିଛି ଶିଖିବା ଆବଶ୍ୟକ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *