କୋଭିଡ ତୃତୀୟ ଲହର ରୁ ପିଲାଙ୍କୁ କିପରି ରଖିବେ ସୁରକ୍ଷିତ ! ଘରେ ଛୋଟ ପିଲା ଥିଲେ ନିଶ୍ଚୟ ଦେଖନ୍ତୁ- Dr Palash Das

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଦେଶରେ କରୋନା ମହାମାରୀର କୋପ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସରେ ଆକ୍ରାନ୍ତ ହୋଇ ଲକ୍ଷାଧିକ ଲୋକ ହସ୍ପିଟାଲରେ ଚିକିତ୍ସା ନେଉଥିବା ବେଳେ ହଜାର ହଜାର ଲୋକ ନିଜ ପ୍ରାଣ ହରାଇ ସାରିଛନ୍ତି ।

ବନ୍ଧୁଗଣ ଗତ ବର୍ଷ କରୋନା ମହାମାରୀର ପ୍ରଥମ ଲହର ଆସିଥିଲା । ସେହି ଲହରରେ କେବଳ ବୃଦ୍ଧ ଲୋକମାନେ ଅଧିକ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ଏହି ବର୍ଷ କରୋନ ମହାମାରୀର ଦ୍ଵିତୀୟ ଲହର ଆସିଛି । ଏହି ଭାଇରସ ଅଧିକ ଶକ୍ତିଶାଳୀ ହେବା ସହ ଜନସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି । କରୋନାର ଦ୍ଵିତୀୟ ଲହର ୧୮ ରୁ ଉର୍ଦ୍ଧ ବ୍ୟକ୍ତି ମାନଙ୍କୁ ସଂକ୍ରମିତ ହେଲା । ଆଗକୁ କରୋନା ମହାମାରୀର ତୃତୀୟ ଲହର ଆସୁଛି ଓ ଏହି ତୃତୀୟ ଲହର ଶିଶୁ ମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ଜଣା ପଡିଛି ।

ବିଶେଷଜ୍ଞ ମାନଙ୍କ ମତରେ ଯେହେତୁ ଛୁଆ ମାନଙ୍କର ଟୀକାକରଣ କରାଯାଇ ନାହିଁ ତେଣୁ ତୃତୀୟ ଲହରରେ ଛୁଆ ମାନେ ଅଧିକ ଆକ୍ରାନ୍ତ ହେବେ ବୋଲି ଜଣା ପଡିଛି । ତେଣୁ ବନ୍ଧୁଗଣ ଆମ ମାନଙ୍କୁ ବର୍ତ୍ତମାନ ଠାରୁ ଛୁଆ ମାନଙ୍କର ସୁରକ୍ଷାର ଧ୍ୟାନ ରଖିବା ଉଚିତ । ଆଜିଆମେ ଆପଣ ମାନଙ୍କୁ ଛୁଆ ମାନଙ୍କର ସୁରକ୍ଷା ପାଇଁ କିଛି ବିଶେଷ କଥା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ପାଞ୍ଚ ବର୍ଷରୁ ଉର୍ଦ୍ଧ ଯଦି ଆପଣଙ୍କ ଛୁଆ ଅଛି ତା ହେଲେ ସେମାନଙ୍କୁ ମାସ୍କ ନିଶ୍ଚୟ ପିନ୍ଧାନ୍ତୁ । ଛୁଆ ମାନେ ଖେଳାଖେଳି କରିବା ପାଇଁ ଅଧିକ ବାହାରକୁ ଯିବା ପାଇଁ ଇଛା କରନ୍ତି । ତେଣୁ ଆପଣ ମାନେ ସେମାନଙ୍କୁ ମାସ୍କ ନିଶ୍ଚୟ ପିନ୍ଧାନ୍ତୁ । ବନ୍ଧୁଗଣ ମାସ୍କ ହେଉଛି ଏକ ମାତ୍ର ଅସ୍ତ୍ର ଯାହାଦ୍ୱାରା ଆମେ କରୋନା ସଂକ୍ରମଣକୁ କମାଇ ପାରିବେ ।

୨. ବନ୍ଧୁଗଣ ଦ୍ଵିତୀୟରେ ହେଉଛି ଛୁଆ ମାନଙ୍କର ହେଲଥ ଆଉ ହାଇଜିନ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଯଦି ଛୁଆ ମାନେ ବାହାରକୁ ଯାଉଛନ୍ତି ତା ହେଲେ ସେମାନଙ୍କ ହାତକୁ ବାରମ୍ବାର ସ୍ୟାନିଟାଇଜ କରନ୍ତୁ । କରୋନାକୁ ହରାଇବାକୁ ହେଲେ ଆମକୁ ବାରମ୍ବାର ନିଜ ହାତକୁ ସ୍ୟାନିଟାଇଜ କରିବା ଦରକାର ।

୩. ବନ୍ଧୁଗଣ ତୃତୀୟରେ ହେଉଛି ଛୁଆ ମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ କୁହନ୍ତୁ । କରୋନା ମହାମାରୀ ପାଇଁ କେତେକ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ତେଣୁ ସମସ୍ତ ଛୁଆଙ୍କୁ ନିଜ ଘରେ ରହିବା ଉଚିତ ଓ ଯଦି ସେମାନେ ବାହାରକୁ ଖେଳିବାକୁ ଯାଉଛନ୍ତି ତା ହେଲେ ସାମାଜିକ ଦୂରତାକୁ ଧ୍ୟାନରେ ରଖିବା ଉଚିତ । ତା ହେଲେ ବନ୍ଧୁଗଣ ଛୁଆ ମାନଙ୍କର ସୁରକ୍ଷିତ ପାଇଁ ଏହି ସବୁ ବିଶେଷ କଥା ଗୁଡିକର ଧ୍ୟାନ ନିଶ୍ଚୟ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *