ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୋରନା ସଂକ୍ରମଣ କୁ କମାଇବା ନିମନ୍ତେ ସରକାର ଙ୍କ ଲକଡାଉନ କଟକଣା ସତ୍ତ୍ୱେ ବିଗତ କିଛି ଦିନ ହେବ ୩୦୦୦ ପାଖାପାଖି ରହୁଛି ଦୈନିକ ସଂକ୍ରମଣ । ତେବେ ବର୍ତ୍ତମାନ ଏହା ପ୍ରଶ୍ନ ଉଠୁଛି ଯେ, ଆସନ୍ତା ଜୁଲାଇ ମାସରେ ଲକଡାଉନ ଖୋଲିବା କୁ ନେଇ କଣ ପଦକ୍ଷେପ ନେବେ ସରକାର ।
ସୂଚନା ଅନୁସାରେ, ୨୧ ଟି ଜିଲ୍ଲା ରେ ଲକଡାଉନ ଖୋଲିବାକୁ ନେଇ ବିଚାର ବିମର୍ଶ କରୁଛନ୍ତି ସରକାର । ତେବେ ଆଜି ଅପରାହ୍ନ ୫ଟା ରେଏହି ସମ୍ବନ୍ଧରେ ସମୀକ୍ଷା କରିବା ପରେ କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ରେ କୋଭିଡ଼ ସ୍ଥିତି କୁ ନେଇ ବୈଠକ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇବ ସ୍ୱାସ୍ଥ୍ୟ ବିଭାଗ ।
ଚିନ୍ତା ର ବିଷୟ ଏହା ଯେ, ସଂକ୍ରମଣ ହାର ଦୃଷ୍ଟି ରୁ ବର୍ତ୍ତମାନ ମଧ୍ୟ ୫ଟି ଜିଲ୍ଲା ରେଡ଼ ଜୋନ୍ ରେ ଅଛନ୍ତି । ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ଵର ଓ ମୟୁରଭଞ୍ଜ ରେ କଟକଣା କୋହଳ ନ ହୋଇପାରେ । ଏହାଛଡା ସଂକ୍ରମଣ ଅଧିକ ରହୁଥିବା ନୟାଗଡ଼, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲା ଗୁଡ଼ିକ ରେ ମଧ୍ୟ କଟକଣା କୋହଳ ହେବାର ସମ୍ଭାବନା କମ ରହିଛି ।
ତେବେ ବାକି ୨୧ ଟି ଜିଲ୍ଲା ରେ କଟକଣା କୋହଳ ହେବା ପରେ ମଧ୍ୟ ନାଇଟ କର୍ଫ୍ୟୁ ଜାରୀ ରଖି ପାରନ୍ତି ସରକାର । ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିବାର ସମ୍ଭାବନା ରହିଛି । ତେବେ କଣ ରହିବ ଜୁଲାଇ ଗାଇଡ଼ ଲାଇନ୍ ତାହା ମୁଖ୍ୟମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ ଉପରେ ନିର୍ଭର କରୁଛି । ଏହି ସ୍ଥିତି ର ସମୀକ୍ଷା କରିବା ପରେ ହିଁ ଯାହା କିଛି ନିଷ୍ପତ୍ତି କରିବେ ସରକାର ।
ତେବେ ଏଥିରେ ଆପଣ ମାନଙ୍କ ମତାମତ କଣ କଣ ଆମ ରାଜ୍ୟରୁ ଏଥର ଲକଡାଉନ ଉଠିବା ଉଚିତ କି ନୁହେଁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ