ବନ୍ଧୁଗଣ ବର୍ତ୍ତମାନ କରୋନା ସ୍ଥିତି ଧୀରେ ଧୀରେ ସୁଧୁରିବାକୁ ଯାଉଛି । ତେଣୁ ଭାରତର କିଛି ରାଜ୍ୟରେ କାରୋନା ସ୍ଥିତିକୁ ଆଖି ଆଗରେ ରଖି ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । କିଛି ରାଜ୍ୟରେ କୋଭିଡ ଗାଇଡଲାଇନକୁ କୋହଳ କରାଯାଇଛି ।
ଦୁଇ ମାସ ପରେ କାଲି ଠାରୁ ଦିଲ୍ଲୀରେ ଖୋଲିବାକୁ ଯାଉଛି ଜିମ ଓ ଯୋଗ ସେଣ୍ଟର । ହେଲେ କେବଳ ୫୦ ପ୍ରତିଶତ କ୍ଷମତାକୁ ନେଇ ଖୋଲିବାକୁ ଅନୁମତି ମିଳିଛି । ବାହାରେ ମଣ୍ଡପ ଓ ହୋଟେଲରେ କେବଳ ବିବାହ ପାଇଁ ଆୟୋଜନ ହେବ । ବିବାହରେ ସର୍ବାଧିକ ୫୦ ଜଣ ଲୋକ ସାମିଲ ହେବେ । ଅନ୍ୟ ପକ୍ଷରେ ମହରାଷ୍ଟ୍ରରେ ଡେଲ୍ଟା ପ୍ଲସ ଭାରିଏଣ୍ଟ ଚିହ୍ନଟ ହେବା ପରେ କୋଭିଡ କଟକଣା ବଢିଛି ।
ପୂର୍ବରୁ ଜାରି ହୋଇଥିବା ଲେବୁଲ ୧ ଓ ଲେବୁଲ ୨ର ଅନଲକ ପ୍ରକ୍ରିୟାକୁ ହଟେଇ ଦେଇଛନ୍ତି ସରକାର । ସେହି ସ୍ଥାନରେ କେତେକ କଟକଣାକୁ କୋହଳ କରଯାଇଥିଲା ହେଲେ ବର୍ତ୍ତମାନ ସଂକ୍ରମଣ ବଢି ଥିବାରୁ ଲେବୁଲ ୩ କଟକଣା ଜାରି ହୋଇଛି । ଜୁଲାଇରେ ଖୋଲିବ ନାହିଁ ମଲ୍ କିମ୍ବା ସିନେମା ହଲ । ସନ୍ଧ୍ୟା ୪ଟା ଭିତରେ ହୋଟେଲରେ ଖାଇବାକୁ ଅନୁମତି ମିଳିଛି ଟା ପରେ ଗ୍ରାହକ କେବଳ ପାର୍ସଲ ନେବେ ।
ସମସ୍ତ ଅନୁଷ୍ଠାନରେ ମାସ୍କ ଓ ସାମାଜିକ ଦୂରତାକୁ ଆଖି ଆଗରେ ରଖାଯିବ । ରାଜସ୍ଥାନରେ ଜୁଲାଇ ଗାଇଡଲାଇନରେ କଟକଣା କୋହଳ ହୋଇଛି । ସର୍ବ ସାଧାରଣ ସ୍ଥାନରେ ପ୍ରବେଶ ପାଇଁ ଟିକାର ଗୋଟିଏ ଡୋଜ ବାଧ୍ୟତାମୂଳକ ରହିବ । କାଲି ଠାରୁ ସରକାରୀ ଅଫିସ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ । କିଛି ସର୍ତ୍ତ ସହିତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ରହିଛି ।
ମଣ୍ଡପ ଆଦିରେ କେବଳ ବିବାହ ପାଇଁ ଅନୁମତି ମିଳିବ । ଅନ୍ୟ ପକ୍ଷରେ ଜୁଲାଇ ଗାଇଡଲାଇନରେ ମାଧ୍ୟମ କରଫ୍ଯୁକୁ ହଟାଇ ଦେଇଛନ୍ତି ମଧ୍ୟ ପ୍ରଦେଶ ସରକାର । କିନ୍ତୁ ମଧ୍ୟ ପ୍ରଦେଶରେ ନାଇଟ କରଫ୍ଯୁ ବଳବତ ରହିବ । ବନ୍ଧୁଗଣ ମାତ୍ର ଆଉ ଦୁଇ ଦିନ ମଧ୍ୟରେ ଓଡିଶା ଗାଇଡଲାଇନ ଆସିଯିବ । କେଉଁ ସବୁ ଜିଲ୍ଲା କୋହଳ ହେବ ଓ କେଉଁ ଜିଲ୍ଲାରେ କଟକଣା ବଢିବ ତାହା ବିଷୟରେ ବହୁତ ଶୀଘ୍ର ଜଣା ପଡିଯିବ ।
ବର୍ତ୍ତମାନର ସ୍ଥିତି ଓ ସଂକ୍ରମଣ ହାରକୁ ଦେଖି ବିଚାର ବିମସ ଚାଲିଛି । ଓଡିଶାରେ ୩ ରୁ ୪ ହଜାର ମଧ୍ୟରେ ରହୁଛି ଦୈନିକ ସଂକ୍ରମଣ । ୨୧ ଜିଲ୍ଲା ଗ୍ରୀନ ଜୋନରେ ଅଛି ଓ ଏଲୋ ଜୋନରେ ରହିଛି ୧୯ଟି ଜିଲ୍ଲା । ଆକ୍ଟିଭ କେସରେ ରହିଛି ୪ଟି ମୁଖ୍ୟ ଜିଲ୍ଲା । ସେହି ଜିଲ୍ଲା ଗୁଡିକ ହେଉଛି କଟକ, ଖୋର୍ଦ୍ଧା, ଯାଜପୁର ଓ ବାଲେଶ୍ଵର ।
ହେଲେ ପଜେଟିଭ ରେଡ ଜୋନରେ ପୁରୀ, ଖୋର୍ଦ୍ଧା, କାରକ ଓ ନୟାଗଡ ଅଛି । ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡା ଓ କେନ୍ଦୁଝର ଆଦି ଜିଲ୍ଲାରେ ସାପ୍ତାହିକ ସଟଡାଉନ ହାତିପାରେ । ତେଣୁ ବନ୍ଧୁଗଣ ଆଗକୁ ସରକାରଙ୍କ ଗାଇଡଲାଇନ ଆପଣ ମାନେ ଜାଣିବାକୁ ପାଇବେ । ତେବେ ଏଥିରେ ଆପଣ ମାନଙ୍କ ମତାମତ କଣ କଣ ଆମ ରାଜ୍ୟରୁ ଏଥର ଲକଡାଉନ ଉଠିବା ଉଚିତ କି ନୁହେଁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ