ସ୍ଵାମୀ ବାହାର କରିଦେଲା ଘରୁ, ମାତ୍ର 18 ବର୍ଷ ବୟସରେ 6 ମାସ ପୁଅକୁ ନେଇ ରାସ୍ତା କଡରେ ବିକୁଥିଲେ ଲେମ୍ବୁପାଣି, ଆଜି ତାଙ୍କ ସଫଳତାର କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଜକେଇ ଆସିବ

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କ ଜୀବନରେ ଦୁଃଖ କଷ୍ଟ ଆସିଥାଏ । ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁ ମାନେ ନିଜ ସମସ୍ୟାର ସମ୍ମୁଖୀନ କରିଥାନ୍ତି । ଏହି ଲୋକମାନଙ୍କୁ ଅସଲି ହିରୋ କୁହାଯାଏ ।

ଅଧିକାଂଶ ଲୋକ ନିଜ ଖରାପ ପରିସ୍ଥିତିର ବାହାନା କରି କେବେହେଲେ ନିଜ ଜୀବନରେ ଆଗକୁ ବଢିପାରି ନଥାନ୍ତି । ହେଲେ ଯେଉଁ ଲୋକ ନିଜ ଜୀବନରେ ସଫଳତା ହାସଲ କରିବା ପାଇଁ ଚାହେଁ ସେ ସମସ୍ତ ଦୁଃଖ କଷ୍ଟରେ ମଧ୍ୟ ଲଢି ଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆଜି ଆମେ ଏହି ବିଷୟରେ ଏକ ବଡ ଉଦାହରଣ ଦେବାକୁ ଯାଉଛୁ । ଉଦାହରଣ ସ୍ୱରୂପ ଆପଣ ମାନେ କେରଳ ରାଜ୍ୟର ଏନି ସିବା ନାମକ ମହିଳାଙ୍କୁ ନେଇ ପାରିବେ ।

୩୧ ବର୍ଷୀୟ ଏନି ସିବା ଯେତେବେଳେ ୧୮ ବର୍ଷର ଥିଲେ ସେତେବେଳେ ତାଙ୍କୁ ତାଙ୍କ ସ୍ଵାମୀ ଛାଡି ଦେଇଥିଲେ । ସେହି ସମୟରେ ତାଙ୍କର ଏକ ୬ ମାସର ଛୁଆ ଥିଲା । ସେ ପ୍ରେମ ବିବାହ କରିଥିବାରୁ ନିଜ ପରିବାର ପାଖକୁ ମଧ୍ୟ ଯାଇ ପାରି ନଥିଲେ । ଗୋଟେ ଛୋଟ ଶିଶୁକୁ ନେଇ ସେ ନିଜ ଜୀବନର ସଂଘର୍ଷକୁ ଆପଣାଇ ଥିଲେ । ସେ ନିଜ ଛୋଟ ଛୁଆକୁ କୋଳରେ ନେଇ କେବେ ଆଇସ କ୍ରିମ ତ କେବେ ଲେମ୍ବୁ ପାଣି ବିକ୍ରି କରି ବଞ୍ଚୁ ଥିଲେ । ଯଦି ସେ ଏହିପରି ଜୀବନ ଅତିବାହିତ କରିଥାନ୍ତେ ତା ହେଲେ ତାଙ୍କୁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡିଥାନ୍ତା ହେଲେ ସେ ନିଜ ଜୀବନରେ ସଫଳତା ପାଇବା ପାଇଁ ସ୍ତିର କରିଥିଲେ ଓ ସଫଳ ମଧ୍ୟ ହୋଇଥିଲେ ।

ଆପଣ ମାନ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବର୍ତ୍ତମାନ ଏନି କେରଳରେ ପୋଲିସ ଇନ୍ସପେକ୍ଟର ହୋଇ ନିଜ କାମ କରୁଛନ୍ତି । ଯେତେବେଳେ ସେ ଜାଣିଲେ ତାଙ୍କୁ ବର୍କଲାରେ ପୋଷ୍ଟିଙ୍ଗ ମିଳିଛି ସେତେବେଳେ ସେ ବହୁତ ଖୁସି ହୋଇଯାଇଥିଲେ । ସେହି ସମୟରେ ସେ ନିଜ ସଂଘର୍ଷ ମୟ ଜୀବନକୁ ମନେ ପକାଇଥିଲେ । ବନ୍ଧୁଗଣ ଏନି ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି ।

ସେ ଲେମ୍ବୁ ପାଣି ବିକ୍ରି କରି ନିଜ ଲକ୍ଷ ପଥକୁ ହାସଲ କରିଛନ୍ତି । ତାଙ୍କ ମତରେ, ସେ ଏହି ସଫଳତାକୁ ହାସଲ କରିବା ପାଇଁ ବହୁତ କଷ୍ଟ ସହିଛନ୍ତି ଓ ବହୁତ ଲୁହ ଝାରେଇ ଛନ୍ତି । ସେହି ସମୟରେ ତାଙ୍କ ସହ କେହି ବି ନଥିଲେ ଖାଲି ତାଙ୍କ ପୁଅ ଛଡା । ସେ ବର୍କଲା ଶିବଗିରି ଆଶ୍ରମରେ ଅନେକ ଛୋଟ ବଡ କାମ କରୁଥିଲେ । ସେହି ସମୟରେ ତାଙ୍କୁ ଏକ ବ୍ୟକ୍ତି ପୋଲିସ ସବ ଇନ୍ସପେକ୍ଟର ପରୀକ୍ଷା ଦେବା ପାଇଁ କହିଥିଲେ ଓ ସେହି ବ୍ୟକ୍ତି ଜଣକ ତାଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ ।

ଏହାପରେ ଏନି ବହୁତ କଷ୍ଟ କରି ସବ ଇନ୍ସ ପେକ୍ଟର ପରୀକ୍ଷାରେ ଉତିନ୍ନ ହୋଇଥିଲେ ଓ ଚାକିରି ପାଇଥିଲେ । ବର୍ତ୍ତମାନ ସେ ଚାକିରି କରି ନିଜ ପୁଅକୁ ବହୁତ ଖୁସିରେ ରଖୁଛନ୍ତି ଓ ନିଜେ ମଧ୍ୟ ଏକ ସୁଖମୟ ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏନିଙ୍କ ଜୀବନୀ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ  ।

Leave a Reply

Your email address will not be published. Required fields are marked *