ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରାଜ୍ୟ ରେ ଲକଡାଉନ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ରାଜ୍ୟ ରେ କରୋନା ସ୍ଥିତି ରେ ସୁଧାର ଆସୁଥିବାର ଦେଖାଯାଉଛି ।
ସଂକ୍ରମଣ ର ହାର ଦିନ କୁ ଦିନ କମିବାରେ ଲାଗିଛି । ତେଣୁ ଆସନ୍ତା ଜୁଲାଇ ମାସ ଠାରୁ ଲକଡାଉନ କଟକଣା କୁ କୋହଳ କରାଯିବା ବିଷୟ ରେ ଚିନ୍ତା କରାଯାଉଛି । ତେବେ ଜୁଲାଇ ମାସ ରେ ଲକଡାଉନ ଉଠିବ କି ନାହିଁ ସେ ବିଷୟରେ ବର୍ତ୍ତମାନ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନ ଏହି ପ୍ରଶ୍ନ ମନକୁ ଆସୁଛି ଯେ ଜୁଲାଇ ମାସ ମୁକାବିଲା ର ରୂପରେଖ କିପରି ରହିବ ।
ବର୍ତ୍ତମାନ କରୋନା ମାନଚିତ୍ର ରେ ଓଡ଼ିଶାର ରୂପ ବଦଳି ଯାଇଛି । ଗ୍ରୀନ ଜୋନ ର ସଂଖ୍ୟା ବଢି ଚାଲିଛି । ଉପକୂଳ ର କେତେକ ଜିଲ୍ଲା ବର୍ତ୍ତମାନ ରେଡ଼ ଜୋନ ର୍ବ ରହିଛି । ଆଂଶିକ ଲକଡାଉନ ର ଅବଧି କିଛି ଦିନ ମଧ୍ୟରେ ସରିବାକୁ ଯାଉଥିବା ବେଳେ ବର୍ତ୍ତମାନ ସମସ୍ତ ଙ୍କ ମନ ରେ ଏହା ଚିନ୍ତା ରହୁଛି ଯେ ଆସନ୍ତା ଜୁଲାଇ ମାସ ପାଇଁ କଟକଣା କିପରି ରହିବ ।
ତେବେ ସଂକ୍ରମଣ ର ସଂଖ୍ୟା କୁ ଦେଖି ବର୍ତ୍ତମାନ ସରକାର ବିଚାର ବିମର୍ଷ କରୁଛନ୍ତି । ରାଜ୍ୟ ରେ ସପ୍ତାହେ ହେବ କରୋନା ସଂକ୍ରମଣ ର ହାର ସ୍ଥିର ରହିଛି । ୩ ରୁ ୪ ହଜାର ମଧ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ସଂଖ୍ୟା ରହୁଛି ।
୧୦ ପ୍ରତିଶତ ରୁ ଅଧିକ ସଂକ୍ରମଣ ହାର ଥିବା ସ୍ଥାନ ରେ ପୂର୍ବ ପରି କଟକଣା ଜାରି ରହିପାରେ । ଅଧିକ ସଂକ୍ରମିତ ଜିଲ୍ଲା ରେ ଲାଗୁ ହୋଇପାରେ କଣ୍ଟେନମେଣ୍ଟ କଟକଣା । କରୋନା ସ୍ଥିତି ରେ ରାଜ୍ୟ ସରକାର ବେଶୀ ଜୀବନ ଜୀବିକା କୁ ଗୁରୁତ୍ୱ ଦେଉଛନ୍ତି । ତେଣୁ ଜୀବନ ଜୀବିକା କୁ ଦୃଷ୍ଟି ରେ ରଖିଲେ ସମ୍ପୂର୍ଣ୍ଣ ଜିଲ୍ଲା କୁ କଣ୍ଟେନମେଣ୍ଟ ମଧ୍ୟ ରେ ରଖିବା ଅସମ୍ଭବ ଅଟେ ।
କେବଳ ଯେଉଁ ଅଞ୍ଚଳରେ ଅଧିକ ପଜେଟିଭ ବାହାରିଛନ୍ତି ସେହି ସ୍ଥାନ କୁ କଣ୍ଟେନମେଣ୍ଟ ଜୋନ ମଧ୍ୟରେ ରଖିପାରନ୍ତି ସରକାର । ସ୍ୱାସ୍ଥ୍ୟ ବିଶେଷଜ୍ଞ ଏ ନେଇ ନିଜର ମତ ରଖି କହିଛନ୍ତି ଯଦି ସଂକ୍ରମଣ ବଢ଼ିଲା ତେବେ ଲକଡାଉନ ଉଠିବାର ପ୍ରଶ୍ନ ଉଠୁ ନାହିଁ । ଯଦି ସଂଖ୍ୟା କମିଲା ତେବେ ଲକଡାଉନ କଟକଣା କୁ କୋହଳ କରାଯିବ । ତେବେ ପରିସ୍ଥିତି କୁ ଦେଖି ସରକାର ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି ।
ତେବେ ଏଥିରେ ଆପଣ ମାନଙ୍କ ମତାମତ କଣ କଣ ଆମ ରାଜ୍ୟରୁ ଏଥର ଲକଡାଉନ ଉଠିବା ଉଚିତ କି ନୁହେଁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ