ଠିକ ସମୟରେ ପିରିୟଡ ହେଉନି କି ? (PCOS ର ଲକ୍ଷଣ)- Dr Lipika Moharana

ନମସ୍କାର ବନ୍ଧୁଗଣ ମହିଳା ମାନଙ୍କ ର ପିରିୟଡ଼ ଅର୍ଥାତ ଋତୁସ୍ରାବ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ । ଯେଉଁଥିରେ ମହିଳା ମାନଙ୍କ ର ଅପରିଷ୍କାର ରକ୍ତ ନିଷ୍କାସିତ ହୋଇଥାଏ । ଏହା ଦ୍ୱାରା ସେମାନଙ୍କ ଶରୀର ସୁସ୍ଥ ରହିବା ସହ ସେମାନଙ୍କ ଗର୍ଭାଶୟ ସୁରକ୍ଷିତ ରହିଥାଏ ।

ଋତୁସ୍ରାବ ସମୟରେ ମହିଳା ମାନଙ୍କ ଦେହରୁ ଅଧିକ ରକ୍ତ ନିଷ୍କାସିତ ହେବା ଫଳରେ ସେମାନଙ୍କ ଶରୀର ଦୁର୍ବଳ ଲାଗିବା ସହ ଭିନ୍ନ ଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଇଥାଏ । ସେଥିପାଇଁ ଏହି ସମୟରେ ମହିଳା ମାନଂକୁ ବିଶ୍ରାମ କରିବା ପାଇଁ କୁହାଯାଏ ଏବଂ କିଛି କାମ ପାଇଁ ବାରଣ ମଧ୍ୟ କରାଯାଏ । ନଚେତ ଏହା ଦ୍ୱାରା ସେମାନଙ୍କ ଶରୀର ଉପରେ ଅନେକ ଖରାପ ପ୍ରଭାବ ପଡ଼ିଥାଏ ।

ପ୍ରତ୍ୟେକ ମାସ ରେ ମହିଳା ମାନଙ୍କ ପାଇଁ ଏକ ଏଭଳି ସମୟ ଆସିଥାଏ ଯାହା ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । ତେବେ କିଛି ଝିଅ ଙ୍କୁ ପିରିୟଡ଼ ହୁଏ ନାହିଁ ଏବଂ ଏହା ମଧ୍ୟ ଏକ ଚିନ୍ତା ଜନକ ବିଷୟ ଅଟେ ତେବେ ଏହାର କାରଣ କଣ ଆସନ୍ତୁ ଜାଣିନେବା । ତେବେ ପ୍ରଥମେ ପିସିଓଏସ କଣ ଜାଣିନେବା ଏହାର ଅର୍ଥ ପଲିସିଷ୍ଟିକ ଓଭାରୀ ସିଣ୍ଡ୍ରୋମ ।

ଏଥିରେ ମହିଳା ମାନଙ୍କ ଶରୀର ସାମାନ୍ୟ ରୁ ଟିକେ ଅଧିକ ହରମନ୍ସ ବନାଇ ଥାଏ । ହରମନ୍ସ ର ଏହି ଅସୁନ୍ତଳ ଯୋଗୁଁ ହିଁ ନିୟମିତ ଭାବେ ପିରିୟଡ଼ ହୋଇ ନଥାଏ । ଏହା ଅଧିକାଂଶ ୨୦ ବର୍ଷ ଏବଂ ୩୦ ବର୍ଷ ରେ ଅଧିକ ଦେଖା ଦେଇଥାଏ । ଏହାର ଲକ୍ଷଣ ହେଉଛି ଅନିୟମିତତା ଭାବେ ମାସିକ ଚକ୍ର ହେବା । ଅଧିକ ଓଜନ ବଢିବା ମଧ୍ୟ ଏହି ସମସ୍ୟା ର କାରଣ ହୋଇ ପାରେ । କେଶ ଝଡ଼ିବା, ଥକି ଯିବା,ସ୍ଵଭାଵ ରେ ଅଚାନକ ପରିବର୍ତ୍ତନ ହେବା,ଆଦି ଏହାର ଲକ୍ଷଣ ଥାଏ ।

ଯଦି ଏହି କାରଣ ଯୋଗୁଁ ଆପଣ ଙ୍କୁ ଗର୍ଭବତୀ ହେବା ରେ ସମସ୍ୟା ଦେଖା ଦେଉଛି ତେବେ ଆପଣ ଆଇ ବି ଏଫ ଦ୍ୱାରା ଚିକିତ୍ସିତ ହୋଇ ପାରିବେ । ତେବେ ଏହାକୁ ରୋକିବା ପାଇଁ ଆପଣ ନିଜ ଜୀଵନ ଶୈଳୀ କୁ ବଦଳାଇବା କୁ ପଡିବ । ନାଚ,ଖେଳ କୁଦ,ବ୍ୟାୟାମ ଆଦି ଶାରୀରିକ ପରିଶ୍ରମ କରିବାକୁ ପଡିବ । ଏହା ଛଡା ନିଜ ଖାଦ୍ୟ ରେ ମଧ୍ୟ କିଛି ପରିବର୍ତ୍ତନ ଆଣିବାକୁ ପଡିବ ଯେପରି ନିଶାଦ୍ରବ୍ୟ ରୁ ଦୁରେଇ ରହିବା, କ୍ଷୀର,ଦହି,ସବୁଜ ପନିପରିବା, ଅଣ୍ଡା,ମାଛ,ଆଦି ର ସେବନ କରିବା ଏବଂ ରାତି ଅନିଦ୍ରା ହେବା ନାହିଁ ।

ଏହା ଛଡା ଡାକ୍ତର ଙ୍କ ଅନୁସାରେ ଓବ୍ୟୁଲେଶନ ଇଣ୍ଡକ୍ସନ ଦ୍ୱାରା ମଧ୍ୟ ଏହାର ଉପଚାର କରି ହେବ । ତେବେ ଆପଣ ମଧ୍ୟ ଅଳସୁଆ ନୀତି ଛାଡି ସର୍ଵଦା ଆକ୍ଟିଭ ରୁହନ୍ତୁ କାର୍ଯ୍ୟ କରନ୍ତୁ ଏବଂ ଠିକ ସମୟରେ ନିଜର ଖାଇବା ପିଇବା ଏବଂ ଶୋଇବାର ଧ୍ୟାନ ମଧ୍ୟ ଦିଅନ୍ତୁ । ଏହା ଦ୍ୱାରା ହିଁ ଆପଣ ଏହି ପିସିଓଏସ ରୁ ମୁକ୍ତି ପାଇଁ ପାରିବେ । ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *