ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ଅଛି କାରଣ କରୋନା ମହାମାରୀ ପାଇଁ ଦେଶରେ ଅନେକ ସମସ୍ୟା ସୃଷ୍ଟି ହୋଇଛି । ଗତ ବର୍ଷ ପରି ଏହି ବର୍ଷ ମଧ୍ୟ କେତେକ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି ।
ଲକଡାଉନ କାରଣରୁ ଶିକ୍ଷା ଓ ଆର୍ଥିକ କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି ହୋଇଛି । ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ଶିକ୍ଷା କ୍ଷେତ୍ରରେ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅନଲାଇନ କ୍ଳାସ କରିବା ପାଇଁ ସରକାର ନିର୍ଦେଶ ଦେଇଥିଲେ କାରଣ କରୋନା ସ୍ଥିତିକୁ ଆଖି ଆଗରେ ରଖି ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ସ୍କୁଲ ଓ କଲେଜ ଆଦିରେ ତାଲା ମରାଯାଇଛି । ବିଦ୍ୟାର୍ଥୀ ମାନଙ୍କ ପଢା ଉପରେ ମଧ୍ୟ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ।
ଗତ ଦୁଇ ଦିନ ତଳେ ମାଟ୍ରିକ ରେସଲ୍ଟ ବାହାରିଥିଲା । ଅବଶ୍ୟ ମାଟ୍ରିକ ପରୀକ୍ଷା ହୋଇନଥିଲା କିନ୍ତୁ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ନମ୍ବର ଦେଇ ଶିକ୍ଷା ବିଭାଗ ପାସ ଘୋଷଣା କରି ଦେଇଥିଲା । ବହୁତ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ନଦେଇ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ଓ ଅନ୍ୟ ପକ୍ଷରେ କିଛି ଛାତ୍ର ଛାତ୍ରୀ ମାନଙ୍କର ଭଲ ମାର୍କ ଆସି ନାହିଁ ।
ଖରାପ ମାର୍କ ଆସିଥିବାରୁ କିଛି ଛାତ୍ର ଛାତ୍ରୀ ମିଡିଆ ସାମ୍ନାରେ ନିଜ କଷ୍ଟର ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଏହି ଛାତ୍ର ଛାତ୍ରୀଙ୍କ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏକ ଛାତ୍ରୀ ସ୍କୁଲ ସାମ୍ନାରେ କାନ୍ଦୁ ଥିବାର ଓ ନିଜ କମ ମାର୍କ ବିଷୟରେ କହୁଥିବାର ନଜର ଆସୁଛନ୍ତି । କିଛି ଛାତ୍ରୀଙ୍କ ମାର୍କ କମ ଥିବାରୁ ସେ ସ୍କୁଲ ସାମ୍ନାରେ ରହି ନିଜ ଦୁଃଖ ପ୍ରକାଶ କରିଛନ୍ତି । ଛାତ୍ରୀ ମାନଙ୍କ ମତରେ ତାଙ୍କ ମାର୍କ ବଢା ଯାଉ ନହଲେ ସେମାନେ ସ୍କୁଲ ସାମ୍ନାରେ ଆହୁତି ଦେଇଦେବେ ।
ଭିଡିଓରେ ଜଣେ ଛାତ୍ରୀ ଅନ୍ୟ ପିଲା ମାନଙ୍କ ମାର୍କ ସହ ନିଜ ମାର୍କର ତୁଳନା କରୁଥିବାର ଓ କାନ୍ଦୁ ଥିବାର ନଜର ଆସୁଛନ୍ତି । ଏହି ଦ୍ରୁଶ୍ଯ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି । ଛାତ୍ରୀ ଜଣକଙ୍କ ମତରେ-‘ଆମେ ମାନେ ଭଲ ସେ କହୁଛୁ ଆମର ୩୦ ପ୍ରତିଶତ ମାର୍କ ବଢା ଯାଉ । ଆମର ଷ୍ଟାଣ୍ଡାଡ ଅଛି ଓ ଆମର ଯୋଗ୍ୟତା ଅଛି । ଯେହେତୁ ସରକାରୀ ସ୍କୁଲରେ ପଢୁଥିବା ଛୁଆ ମାନେ କିଛି ନକରି ଭଲ ମାର୍କ ପାଇଛନ୍ତି ତେଣୁ ଆମେମାନେ ତ ପ୍ରାଇଭେଟ ସ୍କୁଲରେ ପଢୁଛୁ’ ।
ଏହାପରେ ଆଗକୁ ଛାତ୍ରୀ କହିଲେ-‘ଆମେ ୧୧ ମାସ ପାଠ ପଢିବା ବଦଳରେ ଆମ ୧୪ ମାସ ପଢିଲୁ । ସରକାର ମଧ୍ୟ ଆଉ ଠାରେ ପରୀକ୍ଷା ଦେବା ପାଇଁ ମଉକା ଦେଇଛନ୍ତି । ଆମେ ପରୀକ୍ଷା ଦେବାକୁ ଏଥିପାଇଁ କୁଣ୍ଠା ବୋଧ କରୁଛୁ ଯେ, କାରଣ ଆମେ ୧୪ ମାସ ପାଠ ପଢିବା ବଦଳରେ ଆମେ ୧୧ ମାସ ପାଠ ପଢିଛୁ । ତେଣୁ ଆମ ଆଉ ୩୦ ପ୍ରତିଶତ ମାର୍କ ବଢା ଯାଉ’ । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଭିଡିଓରେ ବହୁତ ଚର୍ଚାରେ ରହିଛି । ତା ହେଲେ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ