ଫୁସଫୁସ୍ ଆମ ଶ୍ୱାସ ପ୍ରକ୍ରିୟାର ଏକ ମୁଖ୍ୟ ଭାଗ ଅଟେ । ଏହା ଦ୍ବାରା ଅମ୍ଳଜାନ ଆମ ଶରୀରର ପ୍ରତ୍ୟେକ ଅଂଶକୁ ଭଲ ଭାବେ ପହଞ୍ଚି ପାରେ । ବିଶେଷ କରି ଯେଉଁମାନେ ଧୁ-ମ୍ର-ପା-ନ କରନ୍ତି ସେମାନଙ୍କ ଫୁସଫୁସ୍ ଶୀଘ୍ର ଖରାପ ହେବାର ବହୁତ ସମ୍ଭାବନା ରହିଥାଏ ।
ସି-ଗା-ରେ-ଟ୍ ରେ ଥିବା କ୍ଷ-ତି-କା-ର-କ ରସାୟନ ରକ୍ତରେ ମିଶି ଫୁସଫୁସ୍ ସହ ଆମ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ । ତେବେ ଧୂ-ମ-ପା-ନ କରୁଥିବା ଲୋକଙ୍କ ଫୁସଫୁସ୍ କୁ ସଫା କରିବା ପାଇଁ ଆମେ କିଛି ଉପାୟ ଆପଣଙ୍କୁ ବତାଇବୁ । ଆପଣଙ୍କ ଫୁସଫୁସ୍ କୁ ସଫା କରିବା ପାଇଁ ପ୍ରଥମେ ଯେଉଁ ପାନୀୟ ବନାଇବା ସେଥିପାଇଁ ଆପଣଙ୍କୁ ଦରକାର ହେବ- ଅଦା, ଲେମ୍ବୁ, ପୋଦିନା ପତ୍ର ଏବଂ କଲରା ।
ଗୋଟିଏ ପାତ୍ରରେ ଏକ ଲିଟର ପାଣି ନିଅନ୍ତୁ । ସେଥିରେ ଗୋଟିଏ ଲେମ୍ବୁକୁ ଦୁଇ ଫାଳ କରି ପକାନ୍ତୁ । ତା ପରେ ସେଥିରେ ୧୫-୨୦ଟି ପୋଦିନା ପତ୍ର ମିଶାନ୍ତୁ । ଗୋଟିଏ ଦୁଇ ଇଞ୍ଚ ଅଦାକୁ ଭଲ ଭାବେ ଘୋରି କରି ସେଥିରେ ମିଶାନ୍ତୁ ଏବଂ କଲରାରୁ ମଞ୍ଜି ବାହାର କରି ଛୋଟ ଛୋଟ କରି କାଟି ସେହି ପାଣିରେ ମିଶାନ୍ତୁ । ତା ପରେ ଏହି ପାଣିକୁ ୫-୬ଘଣ୍ଟା ଫ୍ରିଜରେ ରଖି ଦିଅନ୍ତୁ ।
ଅଦା ଆପଣଙ୍କ ଶ୍ୱାସନଳିରୁ ଟକ୍ସିନ୍ କୁ କାଢେ ଏବଂ ଜମିଥିବା ମ୍ୟୁକୋସ୍ କୁ ବାହାର କରିବାରେ ସାହାଯ୍ୟ କରେ । କଲରା ଆପଣଙ୍କ ଶ୍ୱାସ ପ୍ରକ୍ରିୟାକୁ ସବଳ କରିଥାଏ । କଲରାରେ କ୍ୟାନସର ପ୍ରତିରୋଧକ କୋଷିକା ରହିଛି, ଯାହା ଆପଣଙ୍କ ଶରୀରରେ ଥିବା କୋଷକୁ ବହୁଗୁଣିତ ହେବାକୁ ଦିଏ ନାହିଁ ।
ଏହି ପାଣିକୁ ସକାଳୁ ଖାଲି ପେଟରେ ଗୋଟିଏ ଗ୍ଲାସ୍ ଏବଂ ରାତିରେ ଶୋଇବା ପୁର୍ବରୁ ଗୋଟିଏ ଗ୍ଲାସ୍ ସେବନ କରନ୍ତୁ । ଏପରି ଲଗାତାର ତିନି ଦିନ ପର୍ଯ୍ୟନ୍ତ ପିଅନ୍ତୁ । ଏହା ଆପଣଙ୍କ ଫୁସଫୁସ୍ କୁ ସମ୍ପୂର୍ଣ୍ଣ ସଫା ରଖିବାରେ ସାହାଯ୍ୟ କରିବ । ମାସରେ ଥରେ ଏହି ପ୍ରକ୍ରିୟା ନିଶ୍ଚୟ କରନ୍ତୁ ।
ଦ୍ଵିତୀୟରେ ଆଉ ଗୋଟେ ପାନୀୟ ତିଆରି କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେବ- ପିଆଜ, ଅଦା, ହଳଦୀ ଏବଂ ମହୁ । ପ୍ରସ୍ତୁତ କରିବା ପାଇଁ ଗୋଟିଏ ସସ୍ ପ୍ୟାନ୍ ରେ ଗୋଟିଏ ଗ୍ଲାସ୍ ପାଣି ନେଇ ସେଥିରେ ପକାନ୍ତୁ ଫାଳେ କଟା ଯାଇଥିବା ପିଆଜ, ଏକ ଛୋଟ କଟା ଯାଇଥିବା ଅଦା ଓ ଅଧା ଚାମୁଚ ହଳଦୀ ଗୁଣ୍ଡ ପକାଇ ଏହାକୁ ୭-୧୦ମିନିଟ୍ ପର୍ଯ୍ୟନ୍ତ ଭଲ ଭାବେ ଫୁଟାନ୍ତୁ ।
ତା ପରେ ଏହାକୁ ଗୋଟିଏ ଗ୍ଲାସ୍ ରେ ଛାଣି ବାହାର କରି ନିଅନ୍ତୁ । ସ୍ଵାଦ ପାଇଁ ସେଥିରେ ଗୋଟିଏ ଚାମୁଚ ମହୁ ମିଶାଇ ଦିଅନ୍ତୁ । ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ଆଉ ଏକ ପାନୀୟ । ପିଆଜରୁ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ । ଯାହା ଆପଣଙ୍କ ଫୁସଫୁସ୍ ର ପାର୍ଶ୍ଵ ଭାଗକୁ ସୁରକ୍ଷା ପ୍ରଦାନ କରିଥାଏ ଓ ଶ୍ଵାସଜନିତ ସଂକ୍ରମଣ ଠିକ୍ କରିବା ପାଇଁ ମଧ୍ୟ ଏହା ଖୁବ୍ ପ୍ରଭାବଶାଳୀ ଅଟେ ।
ହଳଦୀର ଉପକାରିତା ଓ ଔଷଧୀୟ ଶକ୍ତି ବିଷୟରେ ମଧ୍ୟ ଆପଣ ନିଶ୍ଚୟ ଅବଗତ ଥିବେ । ଏହି ପାନୀୟକୁ ମଧ୍ୟ ଦିନକୁ ଦୁଇ ଥର ତିନି ଦିନ ପର୍ଯ୍ୟନ୍ତ ପାନ କରନ୍ତୁ ଓ ପ୍ରତି ୪ ସପ୍ତାହରେ ଥରେ ଏହାକୁ ପୁନର୍ବାର ପିଅନ୍ତୁ । ଏହା ମଧ୍ୟ ଆପଣଙ୍କ ଫୁସଫୁସ୍ କୁ ସୁସ୍ଥ ରଖିବାରେ ଖୁବ୍ ସହାୟକ ହେବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ