ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି ।
ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।
ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ ।
ତେବେ କରୋନା ର ଦ୍ଵିତୀୟ ଲହର ବହୁତ ଭୟାନକ ରୂପ ନେବା ପରେ ଏବେ ଏକ ଆହୁରି ନୂତନ କୋଭିଡ ଡେ଼ଲ୍ଟା ପ୍ଲସ ଭାରିଆଣ୍ଟ ଏବେ ଆସି ଗଲାଣି । ତେବେ ଏହା ଅନେକ ସହରକୁ ମଧ୍ୟ ନିଜ କାବୁ ରେ ରଖିବା ଆରମ୍ଭ କରି ଦେଇ ସାରିଲାଣି । ଆସନ୍ତୁ ଏହି ଡେ଼ଲ୍ଟା ପ୍ଲସ ର ଲକ୍ଷଣ ସମ୍ବନ୍ଧରେ ଆଲୋଚନା କରି ନେବା ।
ଡେ଼ଲ୍ଟା ଭାରିଆଣ୍ଟ କିମ୍ବା B.1.617.2 ମଧ୍ୟ କୁହାଯାଏ । ଡେ଼ଲ୍ଟା ପ୍ଲସ ଭାରିଆଣ୍ଟ ର ସାମାନ୍ୟ ଲକ୍ଷଣ ହେଉଛି ଶୁଖିଲା କାଶ,ଥକାପଣ,ଜ୍ଵର ଆଦି । ଏହା ପରେ ଗମ୍ଭୀର ଲକ୍ଷଣ ବିଷୟରେ ଆଲୋଚନା କଲେ ଛାତି ରେ ଯନ୍ତ୍ରଣା, ଶ୍ୱାସ ଫୁଲିବା,କିମ୍ବା ନିଶ୍ୱାସ ନେବାରେ ଅସୁବିଧା ଏବଂ କଥା ହେବାରେ ମଧ୍ୟ ବହୁତ ଅସୁବିଧା ହୋଇଥାଏ ।
ଏହା ଛଡା WHO ଦ୍ୱାରା ସ୍ୱାସ୍ଥ୍ୟ ଅଧିକାରୀ ହିଁ କିଛି ସାମାନ୍ୟ ଲକ୍ଷଣ କହିଛନ୍ତି । ତେବେ ଏହା ଆମ ଶ୍ରବଣ ଶକ୍ତି କୁ ମଧ୍ୟ କମ କରି ପାରେ ଏବଂ ଆଣ୍ଠୁ ଗଣ୍ଠି ବିନ୍ଧା ମଧ୍ୟ ହୋଇ ପାରେ ଗୋଡ଼ ରୁ ଚର୍ମ ମଧ୍ୟ ଛାଡି ପାରେ । ବାନ୍ତି ସହ ଭୋକ ମଧ୍ୟ ହୁଏନାହିଁ । ତେବେ ଏଥିରେ କରୋନା ଭଳି ଏହା ଆମ ଫୁସଫୁସ କୁ ମଧ୍ୟ ସଂକ୍ରମିତ କରି ପାରିଥାଏ । ଅଳ୍ପ ସମୟ ମଧ୍ୟରେ ଏହା ଅଧିକ ରୁ ଅଧିକ ଲୋକଙ୍କ ସଂକ୍ରମିତ କରି ପାରେ । ତେବେ ଓଡ଼ିଶାରେ ଦେବଗଡ଼ ଠାରେ ଏହି ଡେ଼ଲ୍ଟା ଭାରିଆଣ୍ଟ ପ୍ଲସ ସଂକ୍ରମିତ ଙ୍କୁ ଚିନ୍ହଟ କରାଯାଇଛି ।
ତେବେ ଡାକ୍ତର ସାମୀ ସଲିମ ଙ୍କ ଅନୁସାରେ ବର୍ତ୍ତମାନ କେବଳ ୫୦ କିମ୍ବା ୬୦ ଜଣ ଲୋକ ଏହି ରୋଗ ରେ ଆକ୍ରାନ୍ତ ହେଲେଣି ଏବଂ ତିନି ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି ତେବେ ସେଥିପାଇଁ ଏହା ଏକ ଚିନ୍ତା ର ବିଷୟ । ଡେ଼ଲ୍ଟା ଭାରିଆଣ୍ଟ ରେ ବହୁତ ଲୋକଙ୍କ ମୃତ୍ୟୁ ହୋଇସାରିଛି ଏବଂ ସେଥିପାଇଁ ବର୍ତ୍ତମାନ ଡେ଼ଲ୍ଟା ପ୍ଲସ ଭାରିଆଣ୍ଟ ପାଇଁ ଅଧିକ ଚିନ୍ତା ର ବିଷୟ ପାଲଟି ଯାଇଛି । ତେଣୁ ଏହି ରୋଗ ପାଇଁ ଏବଂ ଏହାର ମୁକାବିଲା ପାଇଁ ଅଧିକ ର ଅଧିକ ରିସର୍ଚ୍ଚ ଏବଂ ସ୍ଟଡି କରିବା ଆବଶ୍ୟକ ଅଛି ।
ତେବେ ତାଙ୍କ ଅନୁସାରେ ଯେ ପର୍ଯ୍ୟନ୍ତ ଆମେ ମାନେ ସମସ୍ତ ଗାଇଡ଼ ଲାଇନ କୁ ମାନି ଚଳିବା ସେ ପର୍ଯ୍ୟନ୍ତ କୌଣସି ଭାଇରସ କିଛି କ୍ଷତି କରି ପାରିବ ନାହିଁ ଏବଂ ଯଦି ନ ମାନିବାତେବେ ନିଜକୁ ସୁରକ୍ଷିତ କରି ପାରିବା ନାହିଁ । ଏହା ଛଡା ସରକାର ଶତ ପ୍ରତିଶତ ଟୀକାକରଣ ର ବ୍ୟବସ୍ଥା କରିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନେଉଛନ୍ତି । ତେବେ ସମସ୍ତ ଭାଇରସ ରୁ ସୁରକ୍ଷିତ ହେବା ପାଇଁ ସରକାର ଙ୍କ ଦ୍ଵାରା ଦିଆଯାଉ ଥିବା ସମସ୍ତ ଗାଇଡ଼ ଲାଇନ କୁ ମାନିବା ନିହାତି ଆବଶ୍ୟକ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ