ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ଭୁତାଣୁ ଭାରତ ରେ ଗୁରୁତର ଭାବରେ ତାଣ୍ଡବ ଲୀଳା ରଚୁଛି । ଏହି କରୋନା ଭୁତାଣୁ ଦ୍ଵାରା ଭାରତ ର ଅନେକ ଲୋକ ମୃତ୍ୟୁ ବରଣ କରିଛନ୍ତି ।
କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ରେ ବର୍ତ୍ତମାନ କରୋନା ର ଏହି କରାଳ ରୂପ ଦେଖିବାକୁ ମିଳୁଛି । ଏହି ସମୟ ରେ ଅନେକ ପିଲା ନିଜ ବାପା ମାଆ ଙ୍କୁ ହରାଇଛନ୍ତି । ସେହିପରି ଓଡିଶା ରେ ମଧ୍ୟ ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବ ରୁ ଏକ ଭିଡିଓ ସାମ୍ନା କୁ ଆସିଥିଲା ଯେ ଗୋଟିଏ କୁନି ଝିଅ ନିଜର ଆଉ ଏକ କୁନି ପୁଅ କୁ ଲାଳନ ପାଳନ କରୁଛି । ତେବେ ଏହିପରି ଚିତ୍ର ଦେଖିବା ପରେ ଓଲିଉଡ ଅଭିନେତା ସ୍ୱରାଜ ବାରିକ ତାଙ୍କୁ ସହାୟତା ର ହାତ ବଢାଇଛନ୍ତି ।
ଏହି ଘଟଣା ଟି ହେଉଛି ଓଡିଶା ର ବାଲେଶ୍ଵର ଜିଲ୍ଲା ର ଭୋଗରାଇ ଅଞ୍ଚଳର । କରୋନା ରେ ପିତା ମାତା ଚାଲିଯିବା ପରେ କ୍ରିଷ୍ଣା ନାମକ ଜଣେ ଛୋଟ ପିଲା ତାର କୁନି ଭାଇ କୁ ଲାଳନ ପାଳନ କରିଥିବାର ଦେଖିବାକୁ ମିଳିଛି । ଏହି ସମୟ ରେ ଓଲିଉଡ ଅଭିନେତା ସ୍ୱରାଜ ବାରିକ ଆଗକୁ ଆସି ତାଙ୍କ ସହାୟତା ପାଇଁ ହାତ ବଢାଇଛନ୍ତି । ସେ ପୂର୍ବ ରୁ ତାଙ୍କର ଏକ ଭିଡ଼ିଓ ରେ କହିଥିଲେ ସେ କ୍ରିଷ୍ଣା ଓ ତା ଭାଇ କୁ ନିଜ ଭାଇ ଭଉଣୀ ପରି ପାଳନ କରିବେ ।
ବର୍ତ୍ତମାନ ସେ ସେହି କଥା କୁ ପୂରଣ କରିଛନ୍ତି । ସେ ଭୋଗରାଇ ଅଞ୍ଚଳ କୁ ଗସ୍ତ କରି କ୍ରିଷ୍ଣା ଓ ତା ଭାଇ ସହିତ ଦେଖା କରିଥିଲେ । ସେ ତାଙ୍କର ଇ କ୍ରିଷ୍ଣା ଙ୍କ ର ଏକ ଫଟୋ କୁ ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଛନ୍ତି । ସେଠାରେ ସେ କ୍ରିଷ୍ଣା ଓ ତା ଭାଇ କୁ ଦେଖା କରିଥିଲେ ଓ ତାଙ୍କ ଭଲ ମନ୍ଦ ମଧ୍ୟ ବୁଝିଥିଲେ । ସେ ତା ବାପା ମାଆଙ୍କୁ ହରାଇଛି ବହୁତ ଦୁଃଖ ସହିଛି କିନ୍ତୁ ଶାହାସ ହରାଇ ନାହିଁ ।
ସେ ପ୍ରଭୁ ଜଗନ୍ନାଥ ଙ୍କ ନିକଟ ରେ ପ୍ରାର୍ଥନା କରି କହିଛନ୍ତି ଭଗବାନ ତାକୁ ଆହୁରି ଶାହାସ ଦିଅନ୍ତୁ ଓ ସେ ଏମିତି ହିଁ ନିଜ କୁନି ଭାଇ ସହିତ ନିଜ ର ଯତ୍ନ ମଧ୍ୟ ଭଲ ରେ ନେଉ । କରୋନା ତା ବାପା ମାଆ ଙ୍କୁ ଛଡାଇ ନେଇ ଯାଇଛି ହେଲେ ତାର ଆକାଂକ୍ଷା ଓ କର୍ତ୍ତବ୍ୟ କୁ ଛଡାଇ ପାରି ନାହିଁ । ମାତ୍ର ସାତ ବର୍ଷ ର ହୋଇଥିଲେ ମଧ୍ୟ ତା କୁନି ଭାଇ ପ୍ରତି ତା ବାପା ମାଆ ଙ୍କ ର କର୍ତ୍ତବ୍ୟ କୁ ସେ ବୁଝିପାରିଛି ଓ ଠିକ ସେହିଭଳି ତା ଭାଇ ର ଯତ୍ନ ମଧ୍ୟ ନେଉଛି ।
ଏହା ସହିତ ସେ ଆହୁରି କହିଥିଲେ ସେ ପ୍ରତିଶ୍ରୁତି ଦେଉଛନ୍ତି ଯେ ଆଜି ଠାରୁ ସେ ଓ ତା ସାନ ଭାଇ ତାଙ୍କର ଭାଇ ଭଉଣୀ । ତାଙ୍କ ର ପ୍ରତି ଟି ଦୁଖଃ କଷ୍ଟ ହସ ଖୁସି ରେ ସେ ତାଙ୍କ ସହିତ ରହିବେ । ସ୍ୱରାଜ ତାଙ୍କ ଦେଇଥିବା କଥା ଅନୁଯାୟୀ ନିଜ କଥା କୁ ରଖିଥିବାରୁ ତାଙ୍କୁ ଚାରିଆଡୁ ପ୍ରଶଂସା ର ସୁଅ ଛୁଟିବାକୁ ଲାଗିଛି ।
ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ । ସ୍ଵରାଜ ଙ୍କ ଏଭଳି ମହତ କାମ ପାଇଁ ହୃଦୟରୁ ଗୋଟିଏ ସେୟାର କରିବେ ଓ କମେନ୍ଟ କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ