Special Report: ଜୁଲାଇ 1 ରୁ କଣ ଅନଲକ ହେବ ଓଡିଶା ? ଜାଣନ୍ତୁ ଜୁଲାଇ ରେ କଣ ରହିବ ସରକାରଙ୍କ କୋଭିଡ ମୁକାବିଲା ରଣନୀତି

ନମସ୍କାର ବନ୍ଧୁଗଣ ଆଉ ୪ ଦିନ ପରେ ରାଜ୍ୟ ରେ ସରିବ ଆଂଶିକ ଲକଡାଉନ। ଜୁଲାଇ ରେ କଣ ରହିବ ମୁକାବିଲା ରଣନୀତି। ପଚାଶ ଦିନ ରୁ ଅଧିକ ଦିନ ଲାକଡାଉନ ଜୀଵନ ଜୀବିକା ଉପରେ ପ୍ରଭାବ ପକାଇଥିବା ବେଳେ ଜୁଲାଇ ୧ ରୁ କଣ କରିବେ ରାଜ୍ୟ ସରକାର।

ଆଉ କେଉଁ ଜିଲ୍ଲା ରୁ ହଟିବ କଟକଣା। ବିଚାର ବିମର୍ଷ ଚାଲିଛି। ଜୁନ ୧୬ ତାରିଖ ରେ ବିଭିନ୍ନ ଜିଲ୍ଲା କୁ କ୍ୟାଟେଗରୀ ରେ ବିଭକ୍ତ କରାଯାଇ ଥିଲା। କାଟାଗୋରି A ଏବଂ କାଟାଗୋରି B ରେ ବିଭକ୍ତ କରା ଯାଇଥିଲା। ଏହି ସମୟ ଭିତରେ ୨୦ ଜିଲ୍ଲା ଆକ୍ଟିଭ କେଶ ଗ୍ରୀନ ଜୋନ କୁ ଆସିଛି। କାଟାଗୋରି Bରେ ଥିବା ଅଞ୍ଚଳ ଅନୁଗୁଳ, ଢେଙ୍କାନାଳ, କେଦୁଝର,କେନ୍ଦ୍ରାପଡା,କଟକ ଜିଲ୍ଲା ଜୁଲାଇ ଗାଇଡ଼ ଲାଇନ ରେ କାଟାଗୋରି Aରେ ସାମିଲ ହୋଇ ପାରନ୍ତି।

କାରଣ ଜୁନ ୧୬ ପରେ ସଂକ୍ରମଣ ର ହାର କମିଛି। ରେଡ଼ ଜୋନ ରୁ ଗ୍ରୀନ ଏବଂ ୟେଲୋ ଜୋନକୁ ଆସିଛନ୍ତି। ଜୁଲାଇ ଗାଇଡ଼ ଲାଇନ ରେ କାଟାଗୋରି Aରେ ଥିବା ଜିଲ୍ଲା ରେ ଦୋକାନ ବଜାର ଖୋଲିବା ସମୟ ସୀମା ବୃଦ୍ଧି କରି ପାରନ୍ତି ସରକାର। ରାତି ଆଠଟା କିମ୍ବା ନଅ ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ମିଲିପାରେ।

କାଟାଗୋରି B ରେ ଥିବା ୧୩ ଜିଲ୍ଲା ରୁ ଏବେ ବି କିଛି ଜିଲ୍ଲା ରେ ସଂକ୍ରମଣ ର ଚିନ୍ତା ଜନକ ସ୍ଥିତି ରହିଛି । ଆକ୍ଟିଭକେସ ରେଡ଼ ଜୋନ ରେ ଅଛି ଖୋର୍ଦ୍ଧା, କଟକ,ଯାଜପୁର ଏବଂ ବାଲେଶ୍ଵର।
କିନ୍ତୁ ପଜିଟିଭି ରେ ୬ ଟି ଜିଲ୍ଲା ଖୋର୍ଦ୍ଧା, ପୁରୀ,କଟକ,ଜଗତସିଂହପୁର,ମୟୁରଭଞ୍ଜ,ଏବଂ ନୟାଗଡ଼। ଆଜି ରେଡ଼ ଜୋନ ରେ ଅଛି।

ଉଭୟ ପଜିଟିଭି ଏବଂ ରେଡ଼ ଜୋନ ରେ ଅଛି ଖୋର୍ଦ୍ଧା ଏବଂ କଟକ ଜିଲ୍ଲା।ଆକ୍ଟିଭ କେଶ ରେ ରେଡ଼ ଜୋନ ଏବଂ ପଜିଟିଭ ରେ ୟେଲୋ ଜୋନ ରେ ଆସୁଛନ୍ତି। ଏହା ଛଡା ଆକ୍ଟିଭ କେଶ ୟେଲୋ ଜୋନ ରେ ରହିଛି ନୟାଗଡ଼, ପୁରୀ,ଜଗତସିଂହପୁର,ମୟୁରଭଞ୍ଜ,ଜିଲ୍ଲା ରେ ସଂକ୍ରମଣ ହାର ୭.୫% ରୁ ଅଧିକ। ଖୋର୍ଦ୍ଧା ରେ ୧୦.୬%,ପୁରୀ ରେ ୧୦.୨%, କଟକ ରେ ୭.୯% ।
ଅଧିକ ପ୍ରତିଶତ ରହି ଥିବା ଏହି ଜିଲ୍ଲା ଗୁଡିକ ରେ କଣ ରହିବ ଜୁଲାଇ ର ଗାଇଡ଼ ଲାଇନ ତା ଉପରେ ନଜର ରହିଛି।

ସହରାଞ୍ଚଳରୁ ଅଧିକ ଚିହ୍ନଟ ରହୁଛନ୍ତି ସଂକ୍ରମିତ ଲୋକ। ଭୁବନେଶ୍ୱର ଏବଂ କଟକ ରୁ ଅଧିକ ଟେଷ୍ଟ ହେଉଥିବାରୁ ଅଧିକ ପଜିଟିଭ କେସ ମଧ୍ୟ ରହିଛି। ଏହି ପରିସ୍ଥିତି ରେ ଶତ ପ୍ରତିଶତ ଟୀକା କରଣ ଉପରେ ଅଧିକ ଫୋକସ୍ ମଧ୍ୟ କରାଯାଉଛି। ତେଣୁ ଏହି ଦୁଇଟି ସ୍ଥାନରେ ମୁକାବିଲା ରଣନୀତି ପ୍ରାୟ ସମାନ ରହିବ।

ପୁରୀରେ ରଥଯାତ୍ରା ଥିବାରୁ କଟକଣା କୋହଳ କରି ନ ପାରନ୍ତି ସରକାର। ଏହା ଛଡା କାଟାଗୋରି A ରୁ ସଟଡାଉନ ଉଠାଇ ନାଇଟ କର୍ଫ୍ୟୁ କରି ପାରନ୍ତି କିନ୍ତୁ B ରେ ଥିବା ସ୍ଥାନ ଗୁଡିକ ସେହି ଭଳି ସଟଡାଉନ ରହିପାରେ। ତେବେ ଏଥିରେ ଆପଣ ମାନଙ୍କ ମତାମତ କଣ କଣ ଆମ ରାଜ୍ୟରୁ ଏଥର ଲକଡାଉନ ଉଠିବା ଉଚିତ କି ନୁହେଁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *