ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୋରନା ଭୁତାଣୁ ମହାମାରୀ ର ସାମ୍ନା କରୁଥିବା ଦୁନିଆ ବର୍ତ୍ତମାନ ଅଲଗା ଅଲଗା ଭାରିଆଣ୍ଟ ଯୋଗୁଁ ସମସ୍ୟା ମଧ୍ୟ ଦେଇ ଗତି କରୁଛି । ବିଭିନ୍ନ ଦେଶରେ କୋରନା ର ଅନେକ ଭାରିଆଣ୍ଟ ବାହାରୁଛି । ଯାହାଦ୍ୱାରା ଚିନ୍ତା ବଢ଼ିବାରେ ଲାଗିଛି ।
କିନ୍ତୁ ବର୍ତ୍ତମାନ ବୈଜ୍ଞାନିକ ମାନେ ଏପରି ଟୀକା ତିଆରି କରିବା ପାଇଁ କାର୍ଯ୍ୟ କରୁଛନ୍ତି ଯାହା ସମସ୍ତ ପ୍ରକାରର ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ହେବ ଏବଂ ଭବିଷ୍ୟତରେ ଏପରି ମହାମାରୀ କୁ ରୋକିବାରେ ସହାୟକ ହେବ । ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ବୈଜ୍ଞାନିକ ମାନେ ଏଭଳି ଏକ ଟୀକା ତିଆରି କରୁଛନ୍ତି ଯାହା କୋରନା ମହାମାରୀ ବ୍ୟତୀତ ଅନ୍ୟ ଭୁତାଣୁ ଭାରିଆଣ୍ଟ ଉପରେ ମଧ୍ୟ ପ୍ରଭାବଶାଳୀ ହେବ ।
ବୈଜ୍ଞାନିକ ମାନେ ନିକଟ ଅତୀତ ରେ ଏହାକୁ କେବଳ ମୂଷା ଉପରେ ପରୀକ୍ଷଣ କରିଛନ୍ତି । ଆମେରିକା ର ନର୍ଥ କାରୋଲିନା ବିଶ୍ୱ ବିଦ୍ୟାଳୟ ର ବୈଜ୍ଞାନିକ ମାନେ ଏହା ଉପରେ ଗବେଷଣା ଆରମ୍ଭ କରିସାରିଛନ୍ତି । ବୈଜ୍ଞାନିକ ଙ୍କ ଅନୁସାରେ କେଉଁ ଭୁତାଣୁ ପରବର୍ତ୍ତୀ ସମୟରେ କେଉଁ ସମସ୍ୟା ସୃଷ୍ଟି କରିବ ତାହା କେହି ମଧ୍ୟ ଜାଣି ନାହାନ୍ତି । ତେଣୁ ଏଥି ନିମନ୍ତେ ବର୍ତ୍ତମାନ ରୁ ହିଁ ପ୍ରସ୍ତୁତି କରିବା ଆବଶ୍ୟକ ।
କୋରନା ର କୌଣସି ବି ଭାରିଆଣ୍ଟ ରୁ ଭବିଷ୍ୟତ ମହାମାରୀ ର ବିପଦ କୁ ଦୂର କରିବା ପାଇଁ ବୈଜ୍ଞାନିକ ମାନେ ଏକ ଟୀକା ତିଆରି କରିଛନ୍ତି । ଯାହା କୋରନା ଭୁତାଣୁ ର ସମସ୍ତ ବିଦ୍ୟମାନ ଭାରିଆଣ୍ଟ ବ୍ୟତୀତ ଅନ୍ୟ ସମସ୍ତ ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ହେବ । ଅଧ୍ୟୟନ ରେ ଏହାକୁ ଦ୍ଵିତୀୟ ପିଢୀ ର ଟୀକା ବା ସେକେଣ୍ଡ ଜେନେରେସନ୍ ଭ୍ୟାକ୍ସିନ ବୋଲି ବର୍ଣ୍ଣନା କରାଯାଇଛି ।
ଯାହା sarvecovirus ଉପରେ ଆକ୍ରମଣ କରିଥାଏ । ଏହା କୋରନା ଭୁତାଣୁ ପରିବାର ର ଏକ ଅଂଶ । ଏହି ପରିବାର ଦୁଇଟି ପ୍ରକାର ଗତ ଦୁଇ ଦଶନ୍ଧି ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ପ୍ରଥମେ SARS ଏବଂ ପରେ କୋଭିଡ଼-19 । ଏହି ମିଶନ ରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ମାନେ mRNA ପଦ୍ଧତି ଗ୍ରହଣ କରିଛନ୍ତି । ଏହି ପଦ୍ଧତି ଫାଇଜର ଓ ମୋଡର୍ନା ବର୍ତ୍ତମାନ ର ଟୀକା ବିକଶିତ କରିବା ପାଇଁ ଆପଣାଇ ଯାଇଥିଲା । କିନ୍ତୁ ବୈସ୍ୱିକ ସ୍ତର ରେ ଟୀକା ଏପରି ଭାବରେ ସମସ୍ତ ପ୍ରକାର ର କୋରନା ଭୁତାଣୁ କୁ ମାତ୍ ଦେଇ ପାରିବ ।
ଯେତେବେଳେ ଏହି ଟୀକା ମୂଷା ମାନଙ୍କ ଉପରେ ପରୀକ୍ଷା କରାଯାଇଥିଲା । ଯେତେବେଳେ ଭ୍ୟାକ୍ସିନ ଏହିପରି ଜରୁରୀ ଅନେକ ଆଣ୍ଟିବଡି ବିକଶିତ କରିଥିଲା । ଯାହା ଅନେକ ସ୍ପାଇକ ପ୍ରୋଟିନ ର ସାମ୍ନା କରିପାରିବ । ଏଥିରେ ଦକ୍ଷିଣ ଆଫ୍ରିକା ରେ ମିଳୁଥିବା B.1.351 ପରି ଭାରିଆଣ୍ଟ ଗୁଡ଼ିକ ମଧ୍ୟ ସାମିଲ ଅଛି ।
ଅଧ୍ୟୟନ ଅନୁସାରେ ଏହି ଟୀକା କୌଣସି ପ୍ରକାର ଭାରିଆଣ୍ଟ ର ଶକ୍ତି କୁ ରୋକିବା ରେ ସାହାଯ୍ୟ କରିବ । ପରୀକ୍ଷା ସମୟ ରେ ମୂଷା ମାନେ ମଧ୍ୟ ଅନେକ ଭାରିଆଣ୍ଟ ରେ ପୀଡ଼ିତ ଥିଲେ । ବର୍ତ୍ତମାନ ପରୀକ୍ଷା ଚାଲିଛି । ଯଦି ସବୁକିଛି ଠିକ ରୁହେ ତେବେ ଆଗାମୀ ବର୍ଷ ମଣିଷ ଉପରେ ପରୀକ୍ଷା ଆରମ୍ଭ ହୋଇପାରେ । ଅନୁସନ୍ଧାନକାରୀ ମାନେ କହିଛନ୍ତି ଯଦି ଏହି ଟୀକା କାମ କରେ ତେବେ ସେମାନେ ବୈଶ୍ବିକ ସ୍ତର ରେ ଟୀକା ତିଆରି କରିବେ ଏବଂ ଏହା କୋରନା ମହାମାରୀ ର ତୃତୀୟ ଲହର ପୂର୍ବରୁ ଦୁନିଆ କୁ ଆସିପାରେ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ