ଗଜପତିଙ୍କ ଜାଗା ନେଲେ ଏହି ବାଳକ, କରିଲେ Shri Jaannath ଙ୍କର ଛେରା ପହଁରା, ଜାଣନ୍ତୁ କିଏ ଏହି ବାଳକ ଓ କାହିଁକି କଲେ ଛେରା ପହଁରା

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଓଡିଶା ର ପୁରୀ ଜଗନ୍ନାଥ ମନ୍ଦିର କୁ ସମଗ୍ର ବିଶ୍ୱ ରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ସେମାନେ ମନ୍ଦିର ରେ ନିଜର ଗୁହାରି ଜଣାଇ ଥାଆନ୍ତି ଓ ପ୍ରସାଦ ସେବନ କରି ମନ୍ଦିର ର ସୌନ୍ଦର୍ଯ୍ୟ କୁ ଉପଭୋଗ କରିଥାନ୍ତି । ପୁରୀ ର ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ସମଗ୍ର ବିଶ୍ୱ ରେ ବହୁତ ପରିଚିତ ।

ଏହି ବର୍ଷ ସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ର ସ୍ନାନ ଯାତ୍ରା ବହୁତ ସୁରୁଖୁରୁରେ ସରିଯାଇଛି । ଏହି ଦିନ ପ୍ରଭୁ ସ୍ନାନ ବେଦି ରେ ବିରାଜମାନ ହୋଇ ସ୍ନାନ କରିଥାନ୍ତି । ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ଦିନ ଛେରାପହଁରା କାର୍ଯ୍ୟ ମଧ୍ୟ ହୋଇଥାଏ । ଏହି ବର୍ଷ କିନ୍ତୁ ଜଣେ ସେବକ ଏହି ଛେରାପହଁରା କାର୍ଯ୍ୟ କରିଛନ୍ତି ।


ବନ୍ଧୁଗଣ ଏହି ସେବକ ଜଣଙ୍କ ନାମ ହେଉଛି ନାରାୟଣ ମୁଦିରସ୍ତ । ସେ ମହାପ୍ରଭୁଙ୍କ ମୁଦିରସ୍ତ କାର୍ଯ୍ୟ ରେ ନିୟୋଜିତ ଅଛନ୍ତି । ଏହି ବର୍ଷ କରୋନା ପାଇଁ ପୁରୀ ର ଗଜପତି ମହାରାଜା ସ୍ନାନ ପୂର୍ଣ୍ଣିମା ଦିନ ଛେରାପହଁରା କରିବା ପାଇଁ ଆସି ପାରି ନାହାଁନ୍ତି ।

ତେଣୁ ଏହି କାର୍ଯ୍ୟ ଏହି ବର୍ଷ ସ୍ନାନ ପୂର୍ଣ୍ଣିମା ରେ ଜଣେ ସେବାୟତ ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି । ସେ କହିଛନ୍ତି ମହାପ୍ରଭୁଙ୍କ ଇଚ୍ଛା ଥିଲେ ସମସ୍ତ କାର୍ଯ୍ୟ ହୋଇଥାଏ । ସେ ବହୁତ ଖୁସି ଅଛନ୍ତି ଯେ ଏହି ବର୍ଷ ତାଙ୍କୁ ଏହି କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିଛି ।

ମହାପ୍ରଭୁ ଙ୍କ ର ଏପରି ଏକ ବଡ଼ କାର୍ଯ୍ୟ କରିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି । ସେ କହିଛନ୍ତି ସେ ନିଜର ସମସ୍ତ ମନ କର୍ମ ପ୍ରଭୁ ଜଗନ୍ନାଥ ଙ୍କ ନିକଟ ରେ ସମର୍ପଣ କରି ସେ ଏହି କାର୍ଯ୍ୟ କରିଥିଲେ । ପୂର୍ବ ବର୍ଷ ତାଙ୍କର ବଡ଼ ଭାଇ ଏହି କାର୍ଯ୍ୟ କୁ କରିଥିଲେ । ଏହି ବର୍ଷ ତାଙ୍କୁ ଏହି କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିଥିଲା ।

ସେ ପୂର୍ବରୁ କେବେ ଭାବି ନ ଥିଲେ ମଧ୍ୟ ତାଙ୍କୁ ଛେରାପହଁରା ଭଳି ଏକ ବଡ଼ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିବ । ମହାପ୍ରଭୁଙ୍କ କରୁଣା ଥିବାରୁ ତାଙ୍କୁ ଏହି ବର୍ଷ ଛେରାପହଁରା କରିବା ପାଇଁ ସୁଯୋଗ ମିଳିଛି ଓ ସେଥିପାଇଁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *