ଦେଖନ୍ତୁ Video, କାହିଁକି ବଢୁଛି Petrol Price, ଦେଖନ୍ତୁ କଣ କହୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଗତ କିଛିଦିନ ହେବ ଖାଇବା ତେଲ,ପେଟ୍ରୋଲ, ଡିଜେଲ ଓ ଏଲ ପି ଜି ଗ୍ୟାସ ସିଲିଣ୍ଡର ର ଦର ଆକାଶ ଛୁଆଁ ରହିଛି । ଏହା ଦ୍ଵାରା ସାଧାରଣ ଉପଭୋକ୍ତା ମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଥିଲେ  ।

ଅନେକ ଲୋକ ଏହାକୁ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ । ବେଶୀ କରି ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ୁଥିବାରୁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖା ଯାଇଛି । ତେବେ ଏହି ପେଟ୍ରୋଲ ର ଦର ବୃଦ୍ଧି ପାଇବା ପଛରେ କାରଣ କଣ ରହିଛି ସେ ବିଷୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ ସାଧାରଣ ଙ୍କୁ ଜଣାଇଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ମତ ଦେଇ କହିଛନ୍ତି ଅନ୍ତରାଷ୍ଟ୍ରୀୟ ବଜାର ରେ ତେଲ ଦର ରେ କିଛି ଟା ପରିବର୍ତ୍ତନ ଆସିଛି । ଆମ ଦେଶ ର ଆଵଶ୍ୟକତା ଅନୁସାରେ ଆମେ ପ୍ରାୟ ୮୦ ପ୍ରତିଶତ ତେଲ ବାହାର ଦେଶ ରୁ ଆମଦାନୀ କରୁଛୁ । ପେଟ୍ରୋଲ ଦର ବୃଦ୍ଧି ପାଇବା ନେଇ ଏହା ଏକ ପ୍ରମୁଖ କାରଣ ଅଟେ ।

ଏହା ବ୍ୟତୀତ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ ର କର ବାବଦ ରେ ମଧ୍ୟ କିଛି ଟଙ୍କା ହାସଲ କରୁଛନ୍ତି । ଏହି ଟଙ୍କା କୁ ସେ ଦେଶ ର ତଥା ରାଜ୍ୟ ମାନଙ୍କ ର ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ବେରୋଜଗାର ଙ୍କୁ ଚାକିରୀ ଯୋଗାଇବା ପାଇଁ ବ୍ୟବହାର କରୁଛନ୍ତି । ଯାହା ଦ୍ୱାରା କର ବାବଦ ରେ ମଧ୍ୟ ପେଟ୍ରୋଲ ଦର କିଛି ପରିମାଣରେ ବୃଦ୍ଧି ପାଉଛି ।

ଏହା ବ୍ୟତୀତ ୨୦୧୪ ପୂର୍ବ ରୁ କଂଗ୍ରେସ ସରକାର ଶାସନ ରେ ଥିବା ବେଳେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଆମ ପାଇଁ ବାକି ରଖି କରି ଯାଇଛନ୍ତି । ଯାହାର ମୂଳ ଓ ସୁଧ ଉଭୟ କୁ ମଧ୍ୟ ଆମକୁ ସୁଝିବାକୁ ପଡିବ । ତେଣୁ ଏହା ମଧ୍ୟ ପେଟ୍ରୋଲ ଦର ବୃଦ୍ଧି କରିବାର ଏକ ପ୍ରମୁଖ କାରଣ ଅଟେ । ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *