ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ଗତକାଲି ସନ୍ଧ୍ୟା ସମୟ ରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଦିଗଜ୍ଜ ଗାୟିକା ତପୁ ମିଶ୍ର ମୃତ୍ୟୁ ବରଣ କରିଛନ୍ତି । ତପୁ ଙ୍କ ମୃତ୍ୟୁ ଖବର ଶୁଣିବା ପରେ ସମଗ୍ର ଓଲିଉଡ ଇଣ୍ଡଷ୍ଟ୍ରୀ ଏବଂ ଦର୍ଶକ ଙ୍କ ମନରେ ଶୋକ ର ଛାୟା ଖେଳି ଯାଇଥିଲା ।
ଆପଣ ମାନେ ତ ଜାଣିଥିବେ ଯେ,୯୦ ଦଶକ ରୁ ଅନେକ ସୁପରହିଟ ଓଡ଼ିଆ ଫିଲ୍ମ ଓ ସିରିଆଲ ରେ ନିଜର କଣ୍ଠଦାନ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ତପୁ ମିଶ୍ର । ଭଜନ, ରୋମାଣ୍ଟିକ ଗୀତ, ସ୍ୟାଡ଼ ସଂଗ, ଲଭ ସଂଗ ସବୁ ପ୍ରକାର ଗୀତ ରେ ନିଜର କଣ୍ଠଦାନ କରିଛନ୍ତି ଗାୟିକା ତପୁ ମିଶ୍ର । ତପୁ ମିଶ୍ର ଙ୍କ ସଙ୍ଗୀତ କୁ ସମସ୍ତ ଦର୍ଶକ ବହୁତ ମାତ୍ରା ରେ ପସନ୍ଦ କରନ୍ତି ।
ନିଜ ମଧୁର କଣ୍ଠ ଦ୍ଵାରା ତପୁ ମିଶ୍ର ସମସ୍ତ ଦର୍ଶକ ଙ୍କ ହୃଦୟ କୁ କିଣି ନେଇଥିଲେ ଏବଂ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ଗତ ମାସ ତପୁ ଙ୍କ ପିତା ଙ୍କ ନିଧନ ହୋଇଥିଲା । ତାଙ୍କ ପିତା କୋରନା ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ ।
ଏହାପରେ ତପୁ ମିଶ୍ର ମଧ୍ୟ କୋରନା ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ଯାହା ଫଳରେ ସେ ଭୁବନେଶ୍ୱର ର ସମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପାଖାପାଖି ଏକ ମାସ ଧରି ସମ ହସ୍ପିଟାଲ ରେ ଚିକିତ୍ସିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ଯାଇଥିଲା । ଶେଷରେ ଗତ କାଲି ତପୁ ମିଶ୍ର ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ତପୁ ଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍ସ ମାନେ ଭାଙ୍ଗି ପଡ଼ିଥିଲେ ଏବଂ ତାଙ୍କର ଶେଷ ଦର୍ଶନ ନିମନ୍ତେ ଓଲିଉଡ ର ଅନେକ କଳାକାର ମଧ୍ୟ ତାଙ୍କ ଶେଷ କୃତ୍ୟ ରେ ଯାଇ ପହଁଚି ଥିଲେ । ଗାୟିକା ତପୁ ମିଶ୍ର ଙ୍କ ନିଧନ ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଏକ ଅପୁରଣୀୟ କ୍ଷତି ।
ତେବେ ତପୁ ମିଶ୍ର ନିଜର ଶେଷ ଜନ୍ମଦିନ ପାଳନ କରିଥିବା କିଛି ଫଟୋ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ । ଯାହା ଆପଣ ମାନେ ଦେଖି ପାରୁଥିବେ । ଏହି ଫଟୋ ଗୁଡ଼ିକ ରେ ନିଜ ପରିବାର ସହିତ ତପୁ ବହୁତ ଖୁସି ଥିବାର ଜଣା ପଡୁଛନ୍ତି ଏବଂ ଖୁବ ଉତ୍ସାହ ର ସହିତ ନିଜ ଜନ୍ମଦିନ କୁ ପାଳନ କରୁଛନ୍ତି । ଯଦିଓ ଏହି ଫଟୋ ଗୁଡ଼ିକୁ ଦେଖି ବିଶ୍ୱାସ କରିବା ଅସମ୍ଭବ ହୋଇ ଯାଉଛି ଯେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଉ ଏହି ଦୁନିଆ ରେ ନାହାନ୍ତି ।