Special Report: ହସ୍ପିଟଲ ରୁ ଆସିଲା ସବୁଠୁ ବଡ ଖବର, ଚେନ୍ନାଇରେ ଏବେ ଏମିତି ଅଛି Amrit Pradhan ଙ୍କ ସ୍ବାସ୍ଥ୍ୟବସ୍ଥା, ଦେଖନ୍ତୁ ପୁରା Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ମହାମାରୀ ଦ୍ଵାରା ଭାରତ ଓ ଅନ୍ୟାନ୍ୟ ଦେଶ ଗୁଡିକ ରେ ମଧ୍ୟ ମୃ-ତ୍ୟୁ ର ତାଣ୍ଡବ ଦେଖିବାକୁ ମିଳୁଛି । କିଛି ଦିନ ପୂର୍ବରୁ ଅର୍ଥ ଅଭାବ ରୁ ଜଣେ କରୋନା ରୋଗୀ ମୃ-ତ୍ୟୁ ସହିତ ଲଢେଇ କରୁଥିବାର ଚିତ୍ର ସାମ୍ନା କୁ ଆସିଥିଲା ।

କରୋନା ରେ ଗୁରୁତର ଭାବରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅମ୍ରିତ ଙ୍କ ପାଇଁ କିଛି ଦିନ ପୂର୍ବରୁ ଅର୍ଥ ବାଧକ ସାଜିଥିବାର ଚିତ୍ର ସାମ୍ନା କୁ ଆସିଥିଲା । କିନ୍ତୁ ଅନେକ ବଦାନ୍ୟ ବ୍ୟକ୍ତି ତାଙ୍କୁ ସହାୟତା ର ହାତ ବଢ଼ାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ବାହାରକୁ ମଧ୍ୟ ନିଆ ଯାଇଥିଲା । ଯାହା ଦ୍ୱାରା ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ କିଛି ମାତ୍ରାରେ ସୁଧାର ଆସୁଥିବାର ସୂଚନା ମିଳିଛି ।

ବର୍ତ୍ତମାନ ସମୟ ରେ ଏକ ସୂଚନା ମିଳିଛି ଯେ ଅମ୍ରିତ ଙ୍କ ସ୍ୱାସ୍ଥ୍ୟବସ୍ଥା ରେ ସୁଧାର ଆସିଛି । ତାଙ୍କର ସଂକ୍ରମଣ ବର୍ତ୍ତମାନ ନିୟନ୍ତ୍ରଣ କୁ ଆସୁଛି । ବର୍ତ୍ତମାନ ତାଙ୍କର ଅମ୍ଳଜାନ ସ୍ତର ୮୫ ରୁ ୯୦ ଭିତରେ ରହୁଛି । ଗତ ଦୁଇ ସପ୍ତାହ ହେବ ଏକ ଘରୋଇ ହସ୍ପିଟାଲରେ ଇକମୋ ସହାୟତା ରେ ଚିକିତ୍ସିତ ହେଉଥିବା ଅମ୍ରିତ ଙ୍କ ବିଷୟ ରେ ଏହି ତଥ୍ୟ ମିଳିଛି ।

ଫୁସଫୁସ ର ସିଟି ସ୍କାନ ପରେ ଅତ୍ୟଧିକ ସଂକ୍ରମଣ ହୋଇଥିବା ସୂଚନା ମିଳିଛି । ଗତ ୨ ଦିନ ହେବ ସେ ଆଉ ଭେଣ୍ଟିଲେଟର ଆବଶ୍ୟକତା କରୁନାହାନ୍ତି । ଅମ୍ରିତ ବର୍ତ୍ତମାନ ଶତ ପ୍ରତିଶତ ବଦଳ ରେ କେବଳ ୭୦ ପ୍ରତିଶତ ଇକମୋ ସହାୟତା ରେ ଅଛନ୍ତି ।

ତାଙ୍କୁ ବର୍ତ୍ତମାନ ଖାଦ୍ୟ ଆକାର ରେ କାଷ୍ଠାର୍ଡ ଦେବାକୁ ଉଦ୍ୟମ କରାଯାଉଛି । ଯଦି ଏହା ସଫଳ ହୋଇଯିବ ତେବେ ତାଙ୍କର ଫୁଡ଼ ଟ୍ୟୁବ ଉଠାଇବା ପାଇଁ ଉଦ୍ୟମ କରାଯିବ ବୋଲି କୁହାଯାଇଛି । ଗତ ୪ ତାରିଖ ଦିନ ଅମ୍ରିତଙ୍କୁ ଇକମୋ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ଚେନ୍ନାଇ ର ଏକ ଘରୋଇ ହସ୍ପିଟାଲ କୁ ନିଆଯାଇଥିଲା ।

ଅମ୍ରିତ ଙ୍କ ଘର ବ୍ରହ୍ମପୁର ର ବାସୁଦେବ ଅଞ୍ଚଳରେ ଅଟେ । ଏହି ସମ୍ପର୍କରେ ତାଙ୍କ ଦାଦା ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇ କହିଛନ୍ତି ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟବସ୍ଥା ରେ ବର୍ତ୍ତମାନ ବହୁତ ସୁଧାର ଆସିଛି । ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ନ ହୋଇଥିଲେ ମଧ୍ୟ ଧୀରେ ଧୀରେ ସେ ସୁସ୍ଥ ହେବାକୁ ଲାଗିଛନ୍ତି । ଡାକ୍ତର ଙ୍କ ଠାରୁ ଏପରି ଶୁଣିବା ପରେ ତାଙ୍କୁ ବର୍ତ୍ତମାନ କିଛି ଟା ଆସ୍ୱସ୍ତି ମିଳିଛି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *