ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର କୋପ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସରେ ସଂକ୍ରମିତ ହୋଇ ଲକ୍ଷାଧିକ ଲୋକ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଛନ୍ତି ।
ଅବଶ୍ୟ ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଟୀକା କାରଣ ବ୍ୟବସ୍ତା ଲାଗୁ ହୋଇସାରିଛି ହେଲେ ଆମକୁ ଏହି ଟୀକା ନିଜ ଜୀବନରେ ବାରମ୍ବାର ନେବାକୁ ପଡିପାରେ । କିନ୍ତୁ ବନ୍ଧୁଗଣ ଯଦି ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତି ଅଧିକ ଥିବ ତା ହେଲେ ଏହି ଭାଇରସ ଆମକୁ ଅତି ସହଜରେ ଆକ୍ରମଣ କରିପାରିବ ନାହିଁ ।
ଯେଉଁ ମାନଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତି କମ ରହିଛି ସେମାନଙ୍କୁ ଏହି ଭାଇରସ ଅତି ସହଜରେ ଆକ୍ରାନ୍ତ କରିଦେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନେ କିପରି ଜାଣିବେ ଯେ, ଆପଣଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତି କମ ଅଛି ନା ଅଧିକ ଅଛି । ଆଜିଆମେ ଆପଣ ମାନଙ୍କୁ ଏପରି କିଛି ସଙ୍କେତ ବିଷୟରେ କହିବୁ ଯାହାକୁ ଆଧାର କରି ଆପଣ ମାନେ ଜାଣିପାରିବେ ଆପଣଙ୍କ ରୋଗ ପ୍ରତିଷେଧକ ଶକ୍ତି କମ ଅଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ବନ୍ଧୁଗଣ ଏହି ଦୁନିଆର ଅଧିକାଂଶ ମଣିଷଙ୍କର ପେଟ ଜନିତ ସମସ୍ୟା ରହିଛି । ହେଲେ ଏହି ପେଟ ଜନିତ ସମସ୍ୟା ଏକ ନିର୍ଦ୍ଧିଷ୍ଟ ବୟସରେ ହେବା ସ୍ଵାଭାବିକ ଅଟେ । ଯଦି ଆପଣଙ୍କ ବୟସ କମ ଅଛି ଓ ଆପଣଙ୍କର ବିଭିନ୍ନ ପେଟ ଜନିତ ସମସ୍ୟା ହେଉଛି ତା ହେଲେ ଆପଣ ଜାଣି ନିଅନ୍ତୁ ଯେ ଆପଣଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତି କମ ଅଛି । ତେଣୁ ଏଥିପାଇଁ ଆପଣ ସଠିକ ଖାଦ୍ୟ ଓ ସଠିକ ଜୀବନ ଶୈଳୀ ଅପଣାନ୍ତୁ ।
୨. ଯଦି ଆପଣଙ୍କ ଶରୀରରେ କୌଣସି ଘା ହେଉଛି ତା ହେଲେ ଆପଣଙ୍କୁ ଟାଇମ ଲାଇନ ଉପରେ ଧ୍ୟାନ ଦେବା ଉଚିତ ଯେ, ଆପଣଙ୍କ ଘା କେତେବେଳେ ଠିକ ହେଉଛି । ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ଅଧିକ ଥିବ ତା ହେଲେ ଆପଣଙ୍କ ଘା ବହୁତ ଶୀଘ୍ର ଠିକ ହୋଇଯିବ ଓ ଯଦି ରୋଗ ପ୍ରତିଷେଧକ ଶକ୍ତି କମ ଥିବ ତା ହେଲେ ଆପଣଙ୍କ ଘା ଠିକ ହେବାକୁ ଅଧିକ ଦିନ ଲାଗିପାରେ । ତେଣୁ ଆପଣ ଏହା ଉପରେ ଅଧିକ ଧ୍ୟାନ ଦେବା ଉଚିତ ।
୩. ଯଦି ବନ୍ଧୁଗଣ ଆପଣଙ୍କୁ ଦୁର୍ବଳତା, ଆଣ୍ଠୁ ଗଣ୍ଠିରେ ବ୍ୟଥା ଓ ଅଣ୍ଟା ବିନ୍ଧା ଆଦି ସମସ୍ୟା ଅତି କମ ବୟସରେ ହେଉଛି ତା ହେଲେ ଆପଣ ବୁଝି ଯାନ୍ତୁ ଯେ ଆପଣଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତି କମ ଅଛି । ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ ରହିଛି ଓ ଆପଣ ମାନେ ସେ ସବୁକୁ ଅପଣାଇ ନିଜ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇ ପାରିବେ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ