ବନ୍ଧୁଗଣ ଓଡିଶା ସରକାର ଅସହାୟ ଓ ଗରିବ ଲୋକଙ୍କ ସହାୟତା ପାଇଁ ଅନେକ ପ୍ରକାରର ଯୋଜନା କରିଛନ୍ତି । ବର୍ତ୍ତମାନ ଓଡିଶା ସରକାର ଅସହାୟ ବା ବାପା ମା ହରାଇଥିବା ଛୁଆ ମାନଙ୍କ ପାଇଁ ଏକ ବଡ ଯୋଜନା ଘୋଷଣା କରିଛନ୍ତି ।
ବନ୍ଧୁଗଣ ଯେଉଁ ଛୁଆ ମାନେ ନିଜ ବାପା ମାଙ୍କୁ ହରେଇଛନ୍ତି ସେମାନଙ୍କ ପାଇଁ ଏକ ବଡ ଖୁସି ଖବର । ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଯୋଜନା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଡ ଯୋଜନା ବିଷୟରେ ।
ବନ୍ଧୁଗଣ ବର୍ତ୍ତମାନ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଛୁଆ ମାନଙ୍କ ପାଇଁ ଏକ ବଡ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନାର ନାମ ହେଉଛି ଆଶୀର୍ବାଦ ଯୋଜନା । ଯେଉଁ ଛୁଆ ମାନେ ନିଜ ବାପା କିମ୍ବା ମା କିମ୍ବା ଉଭୟଙ୍କୁ ହରାଇଛନ୍ତି ସେହି ଛୁଆ ମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ । ଯେଉଁ ଛୁଆ ମାନେ ନିଜ ବାପା ମା କିମ୍ବା ଉଭୟଙ୍କୁ ହରେଇଥିବେ ସେମାନଙ୍କୁ ମାସକୁ ମିଳିବ ୨୫୦୦ ଟଙ୍କା ।
ଏହି ସମ୍ପର୍କରେ ଜିଲ୍ଲା ପାଲ ପ୍ରତିବର୍ଷ ସ୍ଵତନ୍ତ୍ର ଅଭିଯାନ କରିବେ । ଗତ ଅପ୍ରେଲ ମାସ ପହିଲା ୨୦୨୦ରୁ ବାପା ମା ହରେଇଥିବା ଛୁଆ ମାନେ ଏହି ଯୋଜନାର ଲାଭ ପାଇପାରିବେ । ଏହି ଛୁଆ ମାନଙ୍କର ଶିକ୍ଷା ଦିକ୍ଷା, ଭରଣପୋଷଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଏହି ଯୋଜନା କରିଛନ୍ତି । ତେବେ ଯଦି ଆବଶ୍ୟକ ପଡେ ତା ହେଲେ ଏହି ଅସହାୟ ଛୁଆ ମାନେ ଆଦର୍ଶ ବିଦ୍ୟାଳୟ, କେନ୍ଦ୍ର ବିଦ୍ୟାଳୟ ବା ସେହି ମାନର ବିଦ୍ୟାଳୟ ଆଦିରେ ପାଠ ପଢିପାରିବେ ।
ବନ୍ଧୁଗଣ ଗତ ବର୍ଷ ଏପ୍ରିଲରୁ କରୋନା ମହାମାରୀ ସମଗ୍ର ଦେଶରେ ନିଜ ପ୍ରଭାବ ପକାଇଥିଲା । ଏହି ଭାଇରସରେ ଆକ୍ରାନ୍ତ ହୋଇ ହଜାର ହଜାର ଛୁଆ ନିଜ ବାପା କିମ୍ବା ମାଙ୍କୁ ହରାଇଛନ୍ତି । ଏହି ବର୍ଷ ମଧ୍ୟ ଅନେକ ଛୁଆ ଏହି ଭାଇରସ ପାଇଁ ନିଜ ବାପା ମାଙ୍କୁ ହରେଇଛନ୍ତି । ବାପା ମାଙ୍କୁ ହରେଇବା କାରଣରୁ ଛୁଆ ମାନଙ୍କର ଭରଣ ପୋଷଣ ଓ ପାଠ ପଢା ଆଦିରେ ବହୁତ ସମସ୍ୟା ଦେଖା ଦେଉଛି । ଏହି ଅସହାୟ ଛୁଆ ମାନଙ୍କ ପାଇଁ ଓଡିଶା ସରକାର ଏହି ଆଦର୍ଶ ଯୋଜନା କରିଛନ୍ତି । ଏହି ଯୋଜନାଟି ଆଗାମୀ ସମୟରେ ବହୁତ ଫଳପ୍ରଦ ରହିବ ବୋଲି ସରକାର କହିଛନ୍ତି । କାରଣ ଏହି ଯୋଜନା ଦ୍ଵାରା ଅନେକ ଛୁଆ ନିଜ ଭବିଷ୍ୟତ ଗଢି ପାରିବେ ।
ଛୁଆ ମାନଙ୍କର ଯେକୌଣସି ସମ୍ପର୍କୀୟ ପିତା ବା ମାତାଙ୍କ ଡେଥ ସାର୍ଟିଫିକେଟ ଦେଇ ଏହି ଯୋଜନାର ଲାଭ ପାଇବା ପାଇଁ ଆବେଦନ କରିପାରିବେ । ଆବେଦନ କରିବା ପରେ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଏହି ଯୋଜନାର ସମସ୍ତ ଦାଇତ୍ଵ ଜିଲ୍ଲାପାଳ ନେବେ । ପ୍ରତିବର୍ଷ ଜିଲ୍ଲାପାଳ ଏହି ଯୋଜନାର ଏକ ସ୍ପେଶିଆଲ ଡ୍ରାଇଭ କରିବେ । ତା ହେଲେ ବନ୍ଧୁଗଣ ଏହି ଯୋଜନାଟି ଆପଣ ମାନଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।