ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସିଙ୍ଗର Tapu Mishra, ତପୁଙ୍କ ପାଇଁ ବଢୁ ସହାୟତାର ହାତ, ଅନୁରୋଧ କଲେ ପରିବାର ଲୋକ Save Tapu Mishra

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃତ୍ୟୁ ବରଣ କରିଛନ୍ତି ।

ଠିକ ସେହି ପରି ଓଡ଼ିଆ ସିନେମା ଜଗତ ର ସୁପର ହିଟ ଗାୟିକା ତପୁ ମିଶ୍ର ମଧ୍ୟ କିଛି ଦିନ ପୂର୍ବରୁ କରୋନା ରୋଗ ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ସଙ୍କଟାପନ୍ନ ହୋଇ ଯାଇଥିବାରୁ ତାଙ୍କୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।


ବର୍ତ୍ତମାନ ତାଙ୍କ ଅବସ୍ଥା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । କରୋନା ପରେ ଗଭୀର ଭାବେ ତପୁ ମିଶ୍ର ଙ୍କ ର ଫୁସଫୁସ ପ୍ରଭାବିତ ହୋଇଛି । ତାଙ୍କ ଚିକିତ୍ସା ପାଇଁ ଅଧିକ ପରିମାଣରେ ଅର୍ଥ ଆବଶ୍ୟକ ଥିବାରୁ ତାଙ୍କ ପରିବାର ଲୋକେ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି । ସେ ବର୍ତ୍ତମାନ କରୋନା ରୁ ମୁକ୍ତ ହୋଇ ସାରିଲେଣି କିନ୍ତୁ କରୋନା ରେ ତାଙ୍କ ଫୁସଫୁସ ସମ୍ପୂର୍ଣ୍ଣ ଭାବରେ ସଂକ୍ରମିତ ହୋଇ ଯାଇଥିବାରୁ ତାଙ୍କୁ ହସ୍ପିଟାଲରେ ରଖା ଯାଇଛି ।

ଗତ କାଲି ତାଙ୍କ ଶରୀର ରେ ଅମ୍ଳଜାନ ର ମାତ୍ରା ୪୫ ଆସୁଥିବା ବେଳେ ଆଜି ତାହା ୭୫ ଆସୁଛି । ସେ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଶତ ପ୍ରତିଶତ ଭେଣ୍ଟିଲେଟର ରେ ଅଛନ୍ତି । ଫୁସଫୁସ ଅଧିକ ସଂକ୍ରମିତ ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବାହାରକୁ ନେବାକୁ ହେବ ବୋଲ ଡାକ୍ତର କହିଛନ୍ତି ।

ବାହାର ରାଜ୍ୟ କୁ ଏୟାରଲିଫ୍ଟ ମାଧ୍ୟମରେ ନେବା ପାଇଁ ବହୁତ ଅର୍ଥ ର ଆବଶ୍ୟକ ରହିଛି । ସେ ବର୍ତ୍ତମାନ ହସ୍ପିଟାଲ ବେଡ଼ ରେ ଜୀବନ ସହିତ ସଂଗ୍ରାମ କରୁଛନ୍ତି । ତେଣୁ ତପୁ ଙ୍କ ପାଇଁ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରିବାକୁ ତପୁ ଙ୍କ ପରିବାର ଲୋକ ମାନେ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ଏହା ସହିତ ତାଙ୍କ ଚିକିତ୍ସା ପାଇଁ କିଛି ଅର୍ଥ ସହାୟତା କରିବାକୁ ମଧ୍ୟ ସେମାନେ ନିବେଦନ କରିଛନ୍ତି । କାରଣ ତାଙ୍କର ବ୍ୟୟ ବହୁଳ ଚିକିତ୍ସା ପାଇଁ ଅଧିକ ଅର୍ଥ ଲୋଡ଼ା ଅଛି । ବର୍ତ୍ତମାନ କେବଳ ସମସ୍ତେ ଭଗବାନ ଙ୍କ ନିକଟ ରେ ଏତିକି ପ୍ରାର୍ଥନା କରିବା ଯେ ତପୁ ମିଶ୍ର ଖୁବ ଶୀଘ୍ର ସୁସ୍ଥ ହୋଇ ପୁଣି ନିଜ ସୁମଧୁର କଣ୍ଠ ରେ ଆମକୁ ମନୋରଞ୍ଜନ କରନ୍ତୁ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନେ ଆପଣ ମାନେ ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଯେପରି ଏହା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ଓ ତପୁ ମିଶ୍ରଙ୍କ ପାଇଁ ସହାୟତା ର ହାତ ବଢି ପାରିବ । ଯେମିତି କି ସେ ଶୀଘ୍ର ସୁସ୍ଥ ହୋଇ ନିଜ ସୁମଧୁର କଣ୍ଠରେ ପୁଣି ଲୋକଙ୍କ ମନୋରଞ୍ଜନ କରି ପାରିବେ । ସେଭ ତପୁ ମିଶ୍ର । ଧନ୍ୟବାଦ

Leave a Reply

Your email address will not be published. Required fields are marked *