ବନ୍ଧୁଗଣ ଏହି କରୋନା କାଳ ସମୟରେ ବହୁତ ଲୋକ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦେଶରେ କରୋନା ମହାମାରୀର ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି ।
ଏହି ଜଟିଳ ଅବସ୍ଥାରେ କେତେକ ବଲିଉଡ ଓ ଓଲିଉଡ କଳାକାର ମାନେ ଗରିବ ଲୋକଙ୍କ ସହାୟତା ପାଇଁ ବହୁତ ଚେଷ୍ଟା କରୁଛନ୍ତି । ବନ୍ଧୁଗଣ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କର ଏକ ଚାରିଟି ଅଛି ଯାହାର ନାମ ହେଉଛି ସ୍ମାଇଲ ଗ୍ରୁପ।
ଏହି ଚାରିଟି ଦ୍ଵାରା ସବ୍ୟ ଦରିଦ୍ର ଓ ଅସହାୟ ଲୋକମାନଙ୍କର ସହାୟତା କରନ୍ତି । ଏହି ଚାରିଟିରେ କେତେକ ମହିଳା କର୍ମୀ ଓ ପୁରୁଷ କର୍ମୀ କାମ କରୁଛନ୍ତି । ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି ଚାରିଟିରେ ମହିଳା ମାନଙ୍କ କାମ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏହି କରୋନା କାଳ ସମୟରେ ସବ୍ୟ କେତେକ ଅସହାୟ ଲୋକ ମାନଙ୍କୁ ଖାଦ୍ୟ ବଣ୍ଟନ କରି ସହାୟତା କରୁଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ସ୍ମାଇଲ ଗ୍ରୁପରେ ଥିବା କେତେକ ମହିଳା ମାନେ ଅସହାୟ ଲୋକ ମାନଙ୍କୁ ଖାଦ୍ୟ ଦେବା ପାଇଁ ରାସ୍ତା ଉପରକୁ ଓଲହାଇ ଛନ୍ତି । ମହିଳା ମାନେ ଗାଡିରେ ଖାଦ୍ୟ ନେଇ ଅସହାୟ ଓ ଦରିଦ୍ର ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ।
ବନ୍ଧୁଗଣ ଏହି ମହିଳା ମାନେ ପୁରୁଷ ମାନଙ୍କ ଠାରୁ କମ ନୁହନ୍ତି । କାରଣ ଏହି କରୋନା କାଳରେ ସମସ୍ତ ଲୋକ ଘରେ ରହୁଥିବା ବେଳେ ସ୍ମାଇଲ ଗ୍ରୁପର ଏହି ମହିଳା ମାନେ ପଦାକୁ ବାହାରି ଲୋକ ମାନଙ୍କ ସହାୟତା କରୁଛନ୍ତି । ସବ୍ୟ ନିଜ ଗ୍ରୁପର ସମସ୍ତ ସଦସ୍ୟ ମାନଙ୍କର ମନୋବଳକୁ ବଢାଇବା ସହ ସେମାନଙ୍କୁ ସବୁଦିନ ଉତ୍ସାହିତ କରୁଛନ୍ତି ଯାହାଫଳରେ ତାଙ୍କ ଗ୍ରୁପର ସମସ୍ତ ସଦସ୍ୟ ବହୁତ ଭଲ କାମ କରୁଛନ୍ତି ।
ସବ୍ୟଙ୍କ ମତରେ, ଏହି କରୋନା କାଳ ସମୟରେ ଅଧିକାଂଶ ଲୋକ ଖାଦ୍ୟ ପାଇଁ ହଇରାଣ ହେଉଛନ୍ତି । ତେଣୁ ସେମାନଙ୍କର ପ୍ରଥମ ଲକ୍ଷ ହେଉଛି ଯେମିତି କୌଣସି ଲୋକ ଖାଲି ପେଟରେ ରହିବ ନାହିଁ ।
ଏହି ବର୍ଷ ରଜ ପର୍ବରେ ସ୍ମାଇଲ ଗ୍ରୁପ ମେଡିକାଲରେ ଚିକିତ୍ସା ନେଉଥିବା ରୋଗୀ ମାନଙ୍କୁ କେତେକ ପିଠା ଓ ରଜ ପାନ ମଧ୍ୟ ଦେଇଥିଲେ । ସବ୍ୟଙ୍କ ସ୍ମାଇଲ ଗ୍ରୁପ ପରିବାର ବହୁତ ପରିଷ୍କାର ପରିଛନତା ସହ ଖାଦ୍ୟ ପ୍ରସ୍ତୁତି କରନ୍ତି ଓ ସେଫ୍ଟିର ସହ ଲୋକ ମାନଙ୍କୁ ଖାଦ୍ୟ ବଣ୍ଟନ କରନ୍ତି ।
ଏହି କାମରେ ସବ୍ୟଙ୍କ ପତ୍ନୀ ଅର୍ଚ୍ଚିତା ମଧ୍ୟ ତାଙ୍କୁ ବହୁତ ସହାୟତା କରୁଛନ୍ତି । ଏହି କରୋନା କାଳ ସମୟରେ ସବ୍ୟ ଲୋକ ମାନଙ୍କ ପାଇଁ ବହୁତ ଭଲ କାମ କରୁଛନ୍ତି ଓ ଲୋକମାନେ ମଧ୍ୟ ସବ୍ୟଙ୍କର ବହୁତ ପ୍ରଶଂସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସବ୍ୟଙ୍କର ଏହି କାମ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ସବ୍ୟଙ୍କ ଏପରି ମହତ କାମ ପାଇଁ ଗୋଟିଏ ଲାଇକ ଓ ସେୟାର ନିଶ୍ଚୟ କରିବେ । ଧନ୍ୟବାଦ