Breaking News: ରାଜ୍ୟରେ ଲାଗୁ ହେଲା ଆଂଶିକ Lockdown, ଆସିଲା ନୂଆ Guideline, ଦେଖନ୍ତୁ କଣ ଖୋଲା କଣ ବନ୍ଦ ?

କିଛି ପରିମାଣରେ ସଂକ୍ରମିତ ସଂଖ୍ୟା କମିବାରୁ ଏଥର ଲକଡାଉନ କୁ କୋହଳ କରା ଯାଇଛି ଓ ବିଭାଜିତ ଭାବେ ଅନଲକ କରାଯାଉଛି । ତେବେ ଆସନ୍ତୁ ଏହି ଖବର ବିଷୟରେ ବିସ୍ତାର ପୁର୍ବକ ଆଲୋଚନା କରିବା ।

ଦେଢ଼ ମାସ ଧରି ଚାଲିଥିବା ଲାକଡାଉନ ରେ ଆଂଶିକ କୋହଳ କରାଯାଇଛି । ତେବେ ଫୁଣି ଆଉ ଦୁଇ ସପ୍ତାହ ଅର୍ଥାତ ଆହୁରି ୧୪ ଦିନ ଧରି ରାଜ୍ୟ ରେ ରହିବ ଲାକଡାଉନ । କିନ୍ତୁ ରାଜ୍ୟ କୁ ଦୁଇ ବର୍ଗ ରେବିଭାଜିତ କରାଯାଇଛି । ୧୭ ଟି ଜିଲ୍ଲା କୁ ବର୍ଗ A ଏବଂ ୧୩ ଟି ଜିଲ୍ଲା କୁ ବରଂ B ରେ ବିଭାଜିତ କରାଯାଇଛି । ବର୍ଗ A ରେ ଥିବା ୧୭ ଟି ଜିଲ୍ଲା ପ୍ରାୟତଃ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର । ଯେଉଁଠି ସଂକ୍ରମଣ ହାର ୫% ରୁ କମ ହୋଇ ଯାଇଛି ।

ଏହି ସବୁ ଜିଲ୍ଲା ଗୁଡିକରେ କଟକଣା କୁ କୋହଳ କରାଯାଇଛି । ଏହି ସବୁ ଜିଲ୍ଲା ଗୁଡିକରେ ସକାଳ ୬ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ କିନ୍ତୁ ପୂର୍ବ କଟକଣା ଭଳି ବଡ଼ ମଲ,ସେଲୁନ, ସ୍ପା ,ସିନେମା ହଲ ଆଦି ସବୁ ବନ୍ଦ ରହିବ । ସେହି ପରି ଉଠା ଦୋକାନ ଗୁଡିକ ମଧ୍ୟ ଖୋଲି ପାରିବେ କିନ୍ତୁ ସେଠାରେ ଖାଇବାକୁ ଦେଇପାରିବେ ନାହିଁ । କେବଳ ପାରସଲ ନେଇ ପାରିବେ ।

A ବର୍ଗ ରେ ଥିବା ଜିଲ୍ଲା ଗୁଡିକ ରେ ଖୋଲୁ ଥିବା ଦୋକାନ ଗୁଡିକ ସବୁ କୋଭିଡ ଗାଇଡ଼ ଲାଇନ ମାନିବାକୁ ବାଧ୍ୟ । ସୁନ୍ଦରଗଡ଼, ଝାରସୁଗୁଡା,ସମ୍ବଲପୁର,ଦେବଗଡ଼, ବରଗଡ଼,ସୁବର୍ଣ୍ଣ ପୁର,ବଲାଙ୍ଗୀର,ନୂଆପଡା, କଳାହାଣ୍ଡି,ନବରଙ୍ଗପୁର,କୋରାପୁଟ,ମାଲକାନଗିରି,ବୌଦ୍ଧ, କନ୍ଧମାଳ,ରାୟଗଡା,ଗଂଜାମ, ଗଜପତି ଏହି ସବୁ ଜିଲ୍ଲା ଗୁଡିକ କୁ ବର୍ଗ A ରେ ରଖା ଯାଇଛି ଏବଂ ସେଠାରେ କଟକଣା କୁ କୋହଳ ମଧ୍ୟ କରାଯାଇଛି । ଏହି ଠାରେ ସମସ୍ତ ଦୋକାନ ବଜାର ସକାଳ ସକାଳ 6 ରୁ ସନ୍ଧ୍ୟା 5 ପର୍ଯ୍ୟନ୍ତ ଖୋଲା ରହିବ ଓ ସମସ୍ତେ କୋଭିଡ ନିୟମକୁ ପାଳନ କରିବେ ।

ତେବେ ଡାକ୍ତର ନାରାୟଣ ମିଶ୍ର ଙ୍କ ଅନୁସାରେ ଅବସ୍ଥା ସୁଧାରିବା ଏବଂ ଜୀବିକା କୁ ଆଖି ଆଗରେ ରଖି ସରକାର ଆଂଶିକ ଲାକଡାଉନ କରିଛନ୍ତି । ଓଡ଼ିଶାରେ ସଂକ୍ରମଣ ସଂଖ୍ୟା ଧୀରେ ଧୀରେ କମିଛି ଏବଂ ବର୍ତ୍ତମାନ ହାରାହାରି ୫% ରୁ ତଳକୁ ହୋଇ ଯାଇଛି । କିଛି ସ୍ଥାନରେ ଏହାଠାରୁ ଅଧିକ ଏବଂ କିଛି ସ୍ଥାନରେ ଏହା ଠାରୁ କମ ମଧ୍ୟ ଅଛି । ତେଣୁ ଏହାକୁ ଆଖି ଆଗରେ ରଖି ବର୍ଗ A ଏବଂ ବର୍ଗ B ରେ ବିଭାଜିତ କରାଯାଇଛି ।


ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ ମୟୂରଭଞ୍ଜ, କେନ୍ଦୁଝର, ଜିଲ୍ଲାକୁ କାଟାଗୋରୀ B ରେ ରକ୍ଷା ଯାଇଛି । ଏହି 13 ଜିଲ୍ଲା ରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ତାହା କେବଳ ସକାଳ 6 ରୁ ଦିନ 1 ଟା ଯାଏ ।

କିନ୍ତୁ ବୈଜ୍ଞାନିକ ମତ ଅନୁସାରେ ସମ୍ପୂର୍ଣ୍ଣ ଲାକଡାଉନ ରଖିଥିଲେ ଭଲ ହୋଇଥାନ୍ତା କାରଣ ଏହା ଦ୍ୱାରା ସଂକ୍ରମଣ ସଂଖ୍ୟା କମ ହୋଇ ଯାଇଥାନ୍ତା । ଯେପରି ଦିଲ୍ଲୀ ଏବଂ ଅନ୍ୟାନ୍ୟ ସ୍ଥାନ ତେବେ ଲୋକମାନଙ୍କୁ ସଚେତନ ହେବା ଆବଶ୍ୟକ କାରଣ ସେମାନେ ଅମାନିଆ ହେଲେ ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିବ ତେଣୁ ନିଜ ସୁରକ୍ଷା ନିଜ ହାତରେ ହିଁ ରହିଛି ।
ଏହା ଛଡା ସ୍ୱାସ୍ଥ୍ୟ ସମ୍ପର୍କିତ ଦୋକାନ, କୃଷି ଉପକରଣ ଦୋକାନ ଖୋଲା ରହିବ ।

ତେବେ ଆଉ ୧୩ ଟି ଜିଲ୍ଲା ରେ ମଧ୍ୟ ସଂକ୍ରମଣ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିବ ଏବଂ ସେଠାରେ ମଧ୍ୟ ଅନଲକ ପର୍ଯ୍ୟାୟ ଆରମ୍ଭ ହୋଇ ପାରିବ । ଅଧିକ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *