ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ଅଧିକାଂଶ ଲୋକ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା, ଦୁର୍ବଳତା, ଅଣ୍ଟା ବିନ୍ଧା ଓ ଦୁର୍ବଳତା ଆଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବନ୍ଧୁଗଣ ଏହି ସବୁ ସମସ୍ୟା ସାଧାରଣତଃ ଖାଦ୍ୟ ପେୟର ଅଭାବ ଓ ଭୁଲ ଜୀବନ ଶୈଳୀ ହେତୁ ହୋଇଥାଏ ।
ଆଜିକାଲି ବହୁତ କମ ବର୍ଷ ବୟସରେ ମଧ୍ୟ ଲୋକ ମାନଙ୍କ ମଧ୍ୟରେ ଏହି ସବୁ ସମସ୍ୟା ଦେଖାଯାଉଛି । ଏହି ସବୁ ସମସ୍ୟା ସାଧାରଣତଃ ଶରୀରରେ କ୍ୟାଲସିୟମର ଅଭାବ ହେତୁ ହୋଇଥାଏ । କ୍ୟାଲସିୟମର ଅଭାବରେ ଅନ୍ୟ ମଧ୍ୟ କିଛି ସମସ୍ୟା ଦେଖାଦେଇଥାଏ । ସେଗୁଡିକ ହେଉଛି କେସ ଜନିତ ସମସ୍ୟା, ଚେହେରା ଜନିତ ସମସ୍ୟା ଓ ଆଖି ଜନିତ ସମସ୍ୟା ହୋଇଥାଏ ।
ଯଦି ବନ୍ଧୁଗଣ ଆପଣ ମାନଙ୍କର ଏହି ସବୁ ସମସ୍ୟା ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବୁ ଯାହାକୁ କରି ଆପଣ ନିଜର ଏହି ସମସ୍ତ ସମସ୍ୟା ଠାରୁ ମୁକ୍ତି ପାଇପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଏହି ଉପଚାର ପାଇଁ ଆମକୁ ସର୍ବ ପ୍ରଥମ ସାମଗ୍ରୀ ଦରକାର ଧଳା ରାସୀ ଦାନା । ଏଥିରେ ପ୍ରଚୁର ମାତ୍ରାରେ ଆଇରନ, କ୍ୟାଲସିୟମ ଓ ଜିଙ୍କ ରହିଥାଏ ଯାହା ଆମ ଶରୀରର ଅନେକ ସମସ୍ୟାକୁ ଦୂର କରିବା ପାଇଁ ଲାଭଦାୟକ ହୋଇଥାଏ । ଆପଣ ମାନେ ଏହି ଉପଚାର ପାଇଁ ଏକ କପ ଧଳା ରାସୀ ନିଅନ୍ତୁ ଓ ଏହାକୁ ଭଲ ଭାବରେ ଭାଜି ଆପଣ ଏହାର ଗୁଣ୍ଡ କରିଦିଅନ୍ତୁ । ଆପଣ ମାନେ ଏକ ଗ୍ଳାସ ଉଷୁମ ପାଣିରେ ଦୁଇ ଚାମଚ ଧଳା ରାସୀ ପାଉଡର ମିଶାଇ ତାହାର ସେବନ କରନ୍ତୁ । ଦେଖିବେ ଆପଣଙ୍କ ସମସ୍ତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ ।
ବନ୍ଧୁଗଣ ଆମର ଦ୍ଵିତୀୟ ଉପଚାର ପାଇଁ ଆମକୁ ସର୍ବ ପ୍ରଥମ ସାମଗ୍ରୀ ଦରକାର ରାଗି ଦାନା । ରାଗିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଓ ଆଇରନ ରହିଥାଏ । ଏହା ଆମ ଶରୀରର ଅନେକ ସମସ୍ୟାକୁ ଦୂର କରିବା ପାଇଁ ଲାଭଦାୟକ ହୋଇଥାଏ । ଏହି ଉପଚାର ପାଇଁ ଆପଣ ମାନଙ୍କୁ ରାଗି ପାଉଡରର ଆବଶ୍ୟକତା ରହିଛି । ଆପଣ ମାନେ ଏକ କପରେ ପ୍ରଥମେ ଦୁଇ ଚାମଚ ରାଗି ପାଉଡର ନିଅନ୍ତୁ ।
ଆପଣ ମାନେ ଏକ ଗ୍ଳାସ କ୍ଷୀରରେ ଦୁଇ ଚାମଚ ରାଗି ପାଉଡର ମିଶାଇ ଏହାକୁ ଭଲ ଭାବରେ ଗରମ କରନ୍ତୁ । ଗରମ କରିବା ପରେ ଆପଣ ସ୍ଵାଦ ପାଇଁ କିଛି ମିଶ୍ରି ଏଥିରେ ମିଶାଇ ଦିଅନ୍ତୁ । ଏହାପରେ ଆମର ଦ୍ଵିତୀୟ ମିଶ୍ରଣ ପ୍ରସ୍ତୁତ ହୋଇଯିବ । ଆପଣ ମାନେ ଏହାର ସେବନ ରାତିରେ ଶୋଇବା ପୂର୍ବରୁ କରନ୍ତୁ । ଦେଖିବେ ଆପଣଙ୍କ ଶରୀରରେ କ୍ୟାଲସିୟମ ଅଭାବର ସମସ୍ୟା ସଂପୂର୍ଣ୍ଣ ରୂପେ ଦୂର ହୋଇଯିବ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ