ଦେଶରେ କରୋନାର ତୃତୀୟ ଲହରର ସମ୍ଭାବନାକୁ ଦେଖି କେନ୍ଦ୍ର ସରକାର ସେଥିରୁ ସତର୍କ ରହିବା ପାଇଁ କୌଣସି ଉପାୟ ହାତ ଛଡ଼ା କରିବାକୁ ଚାହାଁନ୍ତି ନାହିଁ । ଅନେକ ବିଶେଷଜ୍ଞଙ୍କ ମତରେ ଯଦି କରୋନାର ତୃତୀୟ ଲହର ଆସେ ତେବେ ତାହାର ସବୁଠୁ ଅଧିକ ପ୍ରଭାବ ଶିଶୁମାନଙ୍କ ଉପରେ ପଡ଼ିପାରେ ।
ତେବେ ଏହି କଥାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୧୮ ବର୍ଷ ରୁ କମ୍ ପିଲା ମାନଙ୍କୁ କରୋନା ହେଲେ କିପରି ଚିକିତ୍ସା କରିବେ ସେଥିପାଇଁ ଏବେଠୁ ଗାଇଡଲାଇନ ଜାରି କରି ସାରିଲେଣି । ସରକାରଙ୍କ ସେହି ଗାଇଡଲାଇନରେ କରୋନାର ଚିକିତ୍ସା ପାଇଁ ଛୋଟ ପିଲାଙ୍କୁ ରାମଡିସେଭିର୍ ନ ଦେବାକୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଅତ୍ୟନ୍ତ ଜରୁରୀ ହେଲେ ଯାଇ ସି-ଟି ସ୍କା-ନ କରନ୍ତୁ ବୋଲି କହିଛନ୍ତି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ତର୍ଗତ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ DGHS ଏହି ଗାଇଡଲାଇନ ଜାରି କରିଛି । ସେ କହିଛନ୍ତି ୧୮ ବର୍ଷରୁ କମ ପିଲମାନଙ୍କ ଚିକିତ୍ସାରେ ରାମଡିସେଭିର୍ ବ୍ୟବହାର କରିବା ଏହା ତାଙ୍କ ଉପରେ କଣ ପ୍ରଭାବ ପକାଇବ ଓ କେତେ ସୁରକ୍ଷିତ ତାହା ନେଇ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ତଥ୍ୟ ମିଳି ନାହିଁ । DGHS ନିଜ ଗାଇଡଲାଇନରେ କହିଛି ଛୋଟ ପିଲାଙ୍କ ମାମଲାରେ ବହୁତ ବୁଝି ବିଚାରି ସି-ଟି ସ୍କା-ନ କରିବା ଉଚିତ୍ ।
ଫୁସୁଫୁସ୍ ରେ ସଂ-କ୍ର-ମ-ଣର ମାତ୍ରା ଜାଣିବା ପାଇଁ କରୋନା ରୋଗୀଙ୍କ ସି-ଟି ସ୍କା-ନ କରା ଯାଇଥାଏ । ଏହା ସହ ସି-ଟି ସ୍କା-ନ ସମୟରେ ଯାହା ମଧ୍ୟ ଅତିରିକ୍ତ ତଥ୍ୟ ମିଳିଥାଏ, ସେହି ଅନୁଯାୟୀ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନିଆ ଯାଉଥିବା ନିର୍ଣ୍ଣୟ ଖୁବ୍ ଉପଯୋଗୀ ହୋଇଥାଏ । ରୋଗୀଙ୍କୁ ଦିଆ ଯାଉଥିବା ଔଷଧ ତାର ଶରୀରରେ ରୋଗର ଗମ୍ଭୀରତା ଓ ରୋଗୀର କଣ କ୍ଷ-ତି ହେବ ତାହା ଉପରେ ନିର୍ଭର କରେ ।
ସେଥିପାଇଁ ପିଲାଙ୍କ କରୋନା ଚିକିତ୍ସା DGHS ର ସୂଚନା ଅନୁସାରେ ସାମାନ୍ୟ ଲକ୍ଷଣ ଏବଂ ବିନା ଲକ୍ଷଣ ଦେଖା ଯାଉଥିବା କରୋନା ମାମଲାରେ ଷ୍ଟେରୋଏଡର ବ୍ୟବହାର ତାଙ୍କ ପାଇଁ କ୍ଷ-ତି ସାବ୍ୟସ୍ତ ହୋଇପାରେ । ଏହା କେବଳ ଅଧିକ ରୁ ଗୁରୁତର ଲକ୍ଷଣ ଦେଖା ଯାଉଥିବା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯିବା ଆବଶ୍ୟକ । ଗାଇଡଲାଇନରେ ଆହୁରି ମଧ୍ୟ କୁହା ଯାଇଛି, ଷ୍ଟରୋଇଡର ବ୍ୟବହାର ଉଚିତ୍ ସମୟରେ ଏବଂ ସଠିକ୍ ଡୋଜ ରେ କରାଯିବା ଆବଶ୍ୟକ ।
ନିଜ ଗାଇଡଲାଇନରେ DGHS, ୧୨ ବର୍ଷ ରୁ କମ ବୟସ ପିଲାଙ୍କ ଆଙ୍ଗୁଠିରେ ପଲ୍ସ ଅକ୍ସିମିଟର୍ ଲଗାଇ ୬ ମିନିଟ୍ ର ୱାକ୍ ଟେଷ୍ଟ ନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । କରୋନା ସଂକ୍ରମିତ ପିଲାଙ୍କ ଶରୀରର ଶକ୍ତି ଜାଣିବା ପାଇଁ ଏହି ଟେଷ୍ଟ କରିବାକୁ କୁହା ଯାଇଛି । ମାତା ପିତା ବା ସଂରକ୍ଷକଙ୍କ ତଦାରଖରେ ଏହି ଟେଷ୍ଟ କରିବାକୁ କୁହା ଯାଇଛି । ଏହି ସମୟରେ ଯଦି ପିଲାର ସାଚୁରେସନ୍ ଯଦି ୯୪ ରୁ କମ୍ ଆସୁଛି ତେବେ ତାଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହୋଇଥାଏ ।
ଏପରି ହେଲେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାର ନିର୍ଣ୍ଣୟ ନିଆ ଯାଇ ପାରେ । ତେବେ ଯେଉଁ ପିଲାଙ୍କୁ ଶ୍ୱାସ ରୋଗ ଅଛି ସେମାନଙ୍କୁ ଏହି ଟେଷ୍ଟ ନ କରିବାକୁ ପରାମର୍ଶ ଦେଇଛନ୍ତି । ଗାଇଡଲାଇନ ଅନୁସାରେ ସ୍ୱଳ୍ପ ସଂ-କ୍ମ-ଣ ମାମଲାରେ ପାରାସେଟାମଲ୍ ର ୧୦-୧୫ଏମଜି/କେଜି ହିସାବରେ ପ୍ରତି ୪ ରୁ ୬ ଘଣ୍ଟା ମଧ୍ୟରେ ଡୋଜ ଦିଆ ଯାଇ ପାରିବ । ତେବେ ଅତ୍ୟଧିକ ଲକ୍ଷଣ ଥିଲେ ତୁରନ୍ତ ଅକ୍ସିଜେନ୍ ଥେରାପି ନେବା କଥା କୁହା ଯାଇଛି ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ