କରୋନା ଆପଣଙ୍କର କିଛି ବି କରି ପାରିବନି, ଫୁସଫୁସ କୁ ଏମିତି କରନ୍ତୁ ମଝବୁତ- Dr. Khirod Kumar Rout

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀ ନିଜର କୋପ ବର୍ଷାଇଛି । କରୋନା ମହାମାରୀ ଜନସାଧାରଣ ମାନଙ୍କ ମଧ୍ୟରେ ଏକ ଭୟ ସୃଷ୍ଠୀ କରିସାରିଛି । ଏହି ଭାଇରସରେ ସଂକ୍ରମିତ ହୋଇ ହଜାର ହଜାର ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି ।

ଅନ୍ୟ ପକ୍ଷରେ ଗତ ବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସ ଅଧିକ ଶକ୍ତିଶାଳୀ ହେବା ସହ ଜନସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି । ଦେଶରେ ଆକ୍ସିଜେନର ଅଭାବ ଓ ହସ୍ପିଟାଲରେ ବେଡର ଅଭାବ ଏକ ବଡ ଚିନ୍ତାର ବିଷୟ ପାଲଟିଛି । ଏହି ଭାଇରସ ସାଧାରଣତଃ ଫୁସଫୁସକୁ ଆକ୍ରାନ୍ତ କରି ଶରୀରର ଅବସ୍ଥାକୁ ଶୋଚନୀୟ କରିଦେଉଛି । ତେଣୁ ବନ୍ଧୁଗଣ ଆମ ମାନଙ୍କୁ ନିଜ ଫୁସଫୁସକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଫୁସଫୁସକୁ ସୁସ୍ଥ ରଖିବା ପାଇଁ କିଛି ବିଶେଷ ଉପାୟ ବିଷୟରେ କହିବୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ବର୍ତ୍ତମାନ ଦେଶର ଅଧିକାଂଶ ଲୋକ ହୋମ ଆୟୁସିଲେସନରେ ଅଛନ୍ତି । ଲୋକ ମାନଙ୍କ ମନରେ ଗୋଟିଏ ବଡ ଭୟ ଅଛି ଯେ, ତାଙ୍କର ଫୁସଫୁସକୁ କରୋନା ଆକ୍ରାନ୍ତ ନକରୁ । କରୋନା ହେବାର ୭ ଦିନ ପର୍ଯ୍ୟନ୍ତ ଜ୍ଵର, କାସ ଓ ଥଣ୍ଡା ଆଦି ସମସ୍ୟା ହୋଇଥାଏ ।

୮ ରୁ ୧୪ ଦିନ ମଧ୍ୟରେ ଏହି ଭାଇରସ ଫୁସଫୁସକୁ ଆକ୍ରାନ୍ତ କରିଥାଏ । ଯଦି ଆପଣ କରୋନା ଭାଇରସରେ ଚିହ୍ନଟ ହୋଇଛନ୍ତି ତା ହେଲେ ଆପଣ ପ୍ରଥମ ୭ ଦିନ ମଧ୍ୟରେ ନିଜର ବ୍ରେଥିଙ୍ଗ ଟେଷ୍ଟ କରନ୍ତୁ ।

ବ୍ରେଥିଙ୍ଗ ଟେଷ୍ଟ ପାଇଁ ଆପଣ ୬ ମିନିଟ ପର୍ଯ୍ୟନ୍ତ ଦ୍ରୁତ ଗତିରେ ଚାଲନ୍ତୁ । ଯଦି ଆପଣଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାର କୌଣସି ସମସ୍ୟା ହେବ ତା ହେଲେ ଆପଣ ବୁଝିଜାନ୍ତୁ ଆପଣଙ୍କ ଫୁସଫୁସ ଉପରେ କରୋନା ଭାଇରସର ବିଶେଷ ପ୍ରଭାବ ପଡିଛି । ଏହା ସହିତ ଆପଣ ସବୁଦିନ ଯୋଗ ଓ ପ୍ରାଣାୟମ ନିଶ୍ଚୟ କରନ୍ତୁ ।

ଯୋଗ ବା ପ୍ରାଣାୟାମ କରିବା ଦ୍ଵାରା ଆମ ଶରୀରର ଅମ୍ଳଜାନ ସ୍ତର ଆଧିକ ହୋଇଥାଏ ଏହା ସହିତ ଆମ ଫୁସଫୁସ ମଝବୁତ ହୋଇଥାଏ । ଆପଣ ଯୋଗ ଅବସ୍ଥାରେ ନିଶ୍ଵାସ ନେଇ କିଛି ସମୟ ରୋକିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ଆପଣ ନିଜ ବ୍ରେଥିଙ୍ଗ କାପାସିଟି ବିଷୟରେ ଜାଣି ପାରିବେ ।

ଏହା କରିବା ଦ୍ଵାରା ଆପଣଙ୍କ ଫୁସଫୁସ ମଝବୁତ ହୋଇଯିବ ଓ ଆପଣଙ୍କ ଶରୀରରେ ଆକ୍ସିଜେନ ସ୍ତର ମଧ୍ୟ ବଢିଯିବ । ବନ୍ଧୁଗଣ ଯେତେବେଳେ ଆପଣଙ୍କ ଫୁସଫୁସ କରୋନା ମହାମାରୀର ପ୍ରଭାବରେ ଆସିବ ସେତେବେଳେ ଆପଣଙ୍କ ଫୁସଫୁସରେ ଅଧିକ କ୍ଷତି ହେବ ନାହିଁ ଓ ଆପଣଙ୍କ ଅବସ୍ଥା ଗୁରୁତ୍ଵର ହେବ ନାହିଁ ।

ତେଣୁ ବନ୍ଧୁଗଣ ଆପଣ ମାନେ ସବୁଦିନ ଏହିପରି ବ୍ରେଥିଙ୍ଗ ଏକ୍ସରସାଇଜ ନିଶ୍ଚୟ କରନ୍ତୁ ଓ ଯଦି ଆପଣଙ୍କ ଫୁସଫୁସ ଜନିତ କୌଣସି ସମସ୍ୟା ହେଉଛି ତା ହେଲେ ଆପଣ ତୁରନ୍ତ ନିଜ ଛାତିର ସିଟି ସ୍କାନ କରନ୍ତୁ, ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *