ବ୍ଲାକ ଫଙ୍ଗସ କାହା ପାଇଁ ଅଟେ ଅଧିକ ମାରାତ୍ମକ ? Dr. V. K. Sharma

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର ଦ୍ଵିତୀୟ ଲହରର ସଂକ୍ରମଣ ଲଗାତାର ବଢି ବଢି ଯାଉଛି । ଗତ ବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସଟି ଶକ୍ତିଶାଳୀ ହେବା ସହ ଜନସାଧାରଣ ମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ସଂକ୍ରମଣ ହେଉଛି ।

ବନ୍ଧୁଗଣ କରୋନା ଭାଇରସର ଦ୍ଵିତୀୟ ଲହର ଶେଷ ହୋଇନାହିଁ ଓ ବିଶେଷଜ୍ଞ ମାନେ କହୁଛନ୍ତି ଏହାର ତୃତୀୟ ଲହର ଆଗାମୀ ସମୟରେ ଆସିବାକୁ ଯାଉଛି । ଏହି କରୋନା ମହାମାରୀ ସମୟରେ ଏକ ଭୟଙ୍କର ରୋଗ ସାମ୍ନାକୁ ଆସିଛି ତାହା ହେଉଛି ବ୍ଲାକ ଫଙ୍ଗସ । ବନ୍ଧୁଗଣ କରୋନା କାଳରେ ଅଧିକାଂଶ ଲୋକ ବ୍ଲାକ ଫଙ୍ଗସ ରୋଗରେ ପୀଡିତ ହେଉଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ବ୍ଲାକ ଫଙ୍ଗସ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବ୍ଲାକ ଫଙ୍ଗସ ବିଷୟରେ ।

ଡାକ୍ତର ଭିକେ ମିଶ୍ରଙ୍କ ମତରେ, ବାସ୍ତବରେ ଏହି ବ୍ଲାକ ଫଙ୍ଗସ ରୋଗଟି ପବନ ଦ୍ଵାରା ବ୍ୟାପିଥାଏ । ଯଦି ଆପଣ କୌଣସି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ଓ ଆପଣଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି କମ ଅଛି ତା ହେଲେ ଏହି ରୋଗ ଆପଣଙ୍କୁ ଅତି ସହଜରେ ଆକ୍ରାନ୍ତ କରିପାରେ । ଏହି ବ୍ଲାକ ଫଙ୍ଗସ ଆମ ଶରୀରର ମଧ୍ୟକୁ ଯିବା ପରେ ଏହା ଆମ ଫୁସଫୁସରେ ରହିଯାଇଥାଏ ଓ ଆମର କେତେକ ଅଙ୍ଗକୁ କ୍ଷତି ପହଞ୍ଚାଇ ଥାଏ ।

ବନ୍ଧୁଗଣ ଏହି ରୋଗ ଅଧିକାଂଶ ଡାଇବେଟିସ ରୋଗୀ, କରୋନା ରୋଗୀ, ଯେଉଁ ମାନେ ଅଧିକ ଷ୍ଟେରୋଏଡ ନେଉଛନ୍ତି ଓ ଯେଉଁ ମାନଙ୍କ ରୋଗ ପ୍ରତିଷେଧକ ଶକ୍ତି କମ ଅଛି ସେମାନଙ୍କୁ ଅତି ସହଜରେ ଆକ୍ରାନ୍ତ କରୁଛି । ଏହି ରୋଗ ହେବାର ଲକ୍ଷଣ ଗୁଡିକ ହେଉଛି, ଗୋଟେ ପଟ ଆଖିରେ ଯନ୍ତ୍ରଣା ହେବା, ଗୋଟେ ପଟ ନାକରୁ କଳା ରକ୍ତ ବାହାରିବା, ଗୋଟେ ପଟ ଆଖି ଫୁଲିଯିବା ଓ ମୁଣ୍ଡ ବିନ୍ଧା ଆଦି ହେବା ।

ବନ୍ଧୁଗଣ ଏହି ବ୍ଲାକ ଫଙ୍ଗସ ଯଦି ମଣିଷର ନାକ ବାଟରେ ଦେଇ ମସ୍ତିସ୍କକୁ ଚାଲିଯାଏ ତା ହେଲେ ଏହା ମସ୍ତିସ୍କ ଜନିତ ଅନେକ ସମସ୍ୟାକୁ ଜନ୍ମ ଦେବ । ଏହା ଆମ ଶରୀରର ଯେକୌଣସି ଅଙ୍ଗକୁ ନଷ୍ଟ କରିପାରେ । ଯାହାଫଳରେ ଆମକୁ ସେହି ଅଙ୍ଗର ଅପରେସନ କରିବାକୁ ପଡିପାରେ । ବନ୍ଧୁଗଣ ଏହା ହେଉଛି ଏକ ମାରାତ୍ମକ ଇନଫେକସନ ।

ତେଣୁ ଏହି ଇନଫେକସନରୁ ଆପଣ ମାନଙ୍କୁ ବଞ୍ଚିକି ରହିବା ଉଚିତ । ଯଦି ଆପଣ ମାନଙ୍କର ଏହି ଇନଫେକସନ ଜନିତ କୌଣସି ଲକ୍ଷଣ ଦେଖାଯାଉଛି ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ଯଦି ଆପଣ ଏହାକୁ ହାଲ୍କାରେ ନେବେ ତା ହେଲେ ଏହା ଆଗାମୀ ସମୟରେ ଆପଣ ମାନଙ୍କ ପାଇଁ ଅନେକ ସମସ୍ୟାର କାରଣ ହୋଇପାରେ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *